Tension During Electricity Work: ସ୍ମାର୍ଟ ମିଟର ଲଗାଇବା ବେଳେ ଉତ୍ତେଜନା; ବିଦ୍ୟୁତ କର୍ମଚାରୀଙ୍କୁ ଘେରିଲେ ଲୋକେ

Jul 03, 2026 - 17:28
Tension During Electricity Work: ସ୍ମାର୍ଟ ମିଟର ଲଗାଇବା ବେଳେ ଉତ୍ତେଜନା; ବିଦ୍ୟୁତ କର୍ମଚାରୀଙ୍କୁ ଘେରିଲେ ଲୋକେ

ସ୍ମାର୍ଟ ମିଟର ଲଗାଇବା ବେଳେ ଉତ୍ତେଜନା । ବିଦ୍ୟୁତ କର୍ମଚାରୀଙ୍କୁ ଘେରିଲେ ଲୋକେ। ଭାଙ୍ଗିଲେ ସ୍ମାର୍ଟ ମିଟର ଓ ବିଦ୍ୟୁତ ଖୁଣ୍ଟରେ ଲାଗୁଥିବା ବକ୍ସ। ଢେଙ୍କାନାଳ ଅଧିକ୍ଷଣ ଯନ୍ତ୍ରୀ ଓ ଜେଇଇଙ୍କୁ ମଧ୍ୟ ଘେରିଲେ ଲୋକେ। କୁଞ୍ଜକାନ୍ତ ଅଞ୍ଚଳରେ କିଛି ଦୋକାନ ଓ ଲୋକଙ୍କ ଘରେ ମିଟର ଲଗାଇବା ବେଳେ ଉତ୍ତେଜନା ପ୍ରକାଶ ପାଇଛି ଓ ମିଟର ଗୁଡ଼ିକୁ ବାଡେଇ ଭାଙ୍ଗିଛନ୍ତି ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଓ ସାଧାରଣ ଲୋକ। 

ମିଟର ଠିକ ଥିବା ସତ୍ତ୍ୱେ ବିନା ଅବଗତିରେ ଲୋକଙ୍କ ଘରେ ମିଟର୍ ଲଗାଉଥିବା ଅଭିଯୋଗ ହୋଇଛି। ଅଧିକ୍ଷଣ ଯନ୍ତ୍ରୀଙ୍କ କହିବା ଅନୁଯାୟୀ କୌଣସି ମିଟର ଲଗାଯାଉନଥିଲା ବରଂ ଲଗାତାର ହେଉଥିବା ବିଦ୍ୟୁତ୍ କାଟକୁ ରୋକିବା ପାଇଁ ବିଦ୍ୟୁତ ଖୁଣ୍ଟରେ ଡିସ୍ଟ୍ରିବୁସନ ବକ୍ସ ଲଗାଯାଉଥିଲା।ଏହାକୁ ନେଇ ବାର୍ ଆସୋସିଏସନ ସଭାଗୃହରେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଓ ବିଦ୍ୟୁତ ବିଭାଗର ଗୁରୁତ୍ବପୁର୍ଣ୍ଣ ବୈଠକ ଡକାଯାଇଛି ।

  • ସ୍ମାର୍ଟ ମିଟର ଲଗାଇବା ବେଳେ ଉତ୍ତେଜନା
  • ବିଦ୍ୟୁତ କର୍ମଚାରୀଙ୍କୁ ଘେରିଲେ ଲୋକେ
  • ଭାଙ୍ଗିଲେ ସ୍ମାର୍ଟ ମିଟର ଓ ବିଦ୍ୟୁତ ଖୁଣ୍ଟରେ ଲାଗୁଥିବା ବକ୍ସ
  • ଢେଙ୍କାନାଳ ଅଧିକ୍ଷଣ ଯନ୍ତ୍ରୀ ଓ ଜେଇଇଙ୍କୁ ଘେରିଲେ ଲୋକେ
  • ବିନା ଅବଗତିରେ ଲୋକଙ୍କ ଘରେ ମିଟର୍ ଲଗାଉଥିବା ଅଭିଯୋଗ
  • ବିଦ୍ୟୁତ୍ କାଟ ରୋକିବା ପାଇଁ ଡିସ୍ଟ୍ରିବୁସନ ବକ୍ସ ଲଗାଯାଉଥିଲା: ଅଧିକ୍ଷଣ ଯନ୍ତ୍ରୀ
  • ବିଦ୍ୟୁତ କର୍ମଚାରୀଙ୍କୁ ଘେରିଲେ ସ୍ମାର୍ଟ ମିଟର ଭାଙ୍ଗିଲେ