Tension: ନର୍ସିଂ କଲେଜ୍ ଛାତ୍ରଛାତ୍ରୀଙ୍କ ଧାରଣା: ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

Jul 10, 2026 - 08:53
Tension: ନର୍ସିଂ କଲେଜ୍ ଛାତ୍ରଛାତ୍ରୀଙ୍କ ଧାରଣା: ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

"ନୀଳଗିରି: ରାତିରେ ଫକୀର ମୋହନ ବିଶ୍ବବିଦ୍ୟାଳୟରେ ହାଇଡ୍ରାମା।

ଘରୋଇ ନର୍ସିଂ କଲେଜ୍ ଛାତ୍ରଛାତ୍ରୀଙ୍କୁ ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ର ମାଡ଼ କରିଥିବା ଅଭିଯୋଗ।

ଏ ନେଇ ବିଳମ୍ୱିତ ରାତି ଯାଏଁ ଧାରଣାରେ ବସିଥିଲେ ଘରୋଇ ନର୍ସିଂ କଲେଜ୍ ଛାତ୍ରଛାତ୍ରୀ।

Advertisment Railway Project: ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି, ୨୦୨୯କୁ ଘୁଞ୍ଚିଲା ତାଳଚେର ବିମଳାଗଡ଼ ରେଳପଥ ପ୍ରକଳ୍ପ ଗୋଟିଏ ଘରୋଇ କଲେଜର ଛାତ୍ରଛାତ୍ରୀ ୪ ବର୍ଷର ପରୀକ୍ଷାକୁ ୬ ବର୍ଷ ବିତିଥିଲେ ମଧ୍ୟ ସପ୍ତମ ଆଉ ଅଷ୍ଟମ ସେମିଷ୍ଟରକୁ ବିଶ୍ୱବିଦ୍ୟାଳୟ କଣ୍ଡକ୍ଟ କରୁ ନଥିବା ଅଭିଯୋଗ କରିଛନ୍ତି।

ତେବେ ଏ ନେଇ ସକାଳ ୯ ରୁ ରାତି ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଧାରଣାରେ ବସିବା ପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଆଲୋଚନା ପାଇଁ ଆସିଥିବା ବେଳେ  ଉତ୍ତେଜନା ସୃଷ୍ଟି ହେବା ପରେ ଛାତ୍ରଛାତ୍ରୀ ବିଳମ୍ୱିତ ରାତି ଯାଏ ଧାରଣାରେ ବସିଥିଲେ।

ଅଭିଭାବକଙ୍କ ପ୍ରତି କୁଳପତିଙ୍କ ଦୁର୍ବ୍ୟବହାର ଅନ୍ୟ ପଟେ ଉତ୍ତେଜନା ବେଳେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା ।

ପରେ ସେ ୟୁନିଭରସିଟିର ହସ୍ପିଟାଲ ଯାଇଥିବା ସୁଚନା ମିଳିଛି।ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନର୍ସିଂ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଓ କୁଳପତି ଗୋଟିଏ ଦିନ ପୂର୍ବରୁ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବଡ଼ ଅଭିଯୋଗ ଆଣିଛନ୍ତି ନର୍ସିଂ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।