POK rebellion: ପିଓକେ ବିଦ୍ରୋହରେ ନିର୍ଣ୍ଣାୟକ ମୋଡ଼: ୩୮ ଦଫା ଦାବି, ୪୮ ଘଣ୍ଟାର ଚେତାବନୀ

Jul 10, 2026 - 06:55
POK rebellion: ପିଓକେ ବିଦ୍ରୋହରେ ନିର୍ଣ୍ଣାୟକ ମୋଡ଼: ୩୮ ଦଫା ଦାବି, ୪୮ ଘଣ୍ଟାର ଚେତାବନୀ

"ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଏବେ ବଡ଼ ଧରଣର ଗଣବିଦ୍ରୋହ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି।

ଅଞ୍ଚଳର ପ୍ରମୁଖ ନାଗରିକ ଅଧିକାର ସଂଗଠନ "ଜମ୍ମୁ କାଶ୍ମୀର ଜଏଣ୍ଟ ଆୱାମୀ ଆକ୍ସନ କମିଟି" (ଜେଏଏସି) ପକ୍ଷରୁ ନିଜର ୩୮ ଦଫା ଦାବି ପୂରଣ ପାଇଁ ପାକିସ୍ତାନ ସରକାରଙ୍କୁ ୪୮ ଘଣ୍ଟାର ଚରମ ଚେତାବନୀ  ଦିଆଯାଇଛି।

ଦାବି ପୂରଣ ନହେଲେ ଆନ୍ଦୋଳନର ନିର୍ଣ୍ଣାୟକ ପର୍ଯ୍ୟାୟ ଆରମ୍ଭ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

ଜୁଲାଇ ୨୭ ତାରିଖରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ପାଇଁ ଜୁନ ୯ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଜେଏଏସି ପକ୍ଷରୁ ମୁଜାଫରାବାଦ ଅଭିମୁଖେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଉଛି।

ଏହା ବିଗତ କିଛି ବର୍ଷ ମଧ୍ୟରେ ସେଠାକାର ସବୁଠାରୁ ବଡ଼ ରାଜନୈତିକ ସଂଘର୍ଷର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।Advertisment Neglect: ରଗଡ଼ା ପନାସିଆରେ ପାନୀୟଜଳ ସଂକଟ: ୨ ନଳକୂଅ ଉପରେ ନିର୍ଭର ୧୨୦ ପରିବାର ଶରଣାର୍ଥୀ ଆସନ ଉଚ୍ଛେଦ ଓ ଆର୍ଥିକ ଶୋଷଣ ବିରୋଧରେ ବିଶାଳ ଶୋଭାଯାତ୍ରା ଏହି ସାମ୍ପ୍ରତିକ ଆନ୍ଦୋଳନର ମୂଳ କାରଣ ହେଉଛି ପାକିସ୍ତାନରେ ରହୁଥିବା କାଶ୍ମୀର ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ୧୨ଟି ବିଧାନସଭା ଆସନର ଉଚ୍ଛେଦ ଦାବି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଆସନଗୁଡ଼ିକ ଜରିଆରେ ପାକିସ୍ତାନ ସରକାର ପିଓକେ ରାଜନୀତିରେ ଅଯଥା ହସ୍ତକ୍ଷେପ କରୁଛନ୍ତି।

ତଥ୍ୟ ଅନୁଯାୟୀ, ପାକିସ୍ତାନରେ ଥିବା ଏହି ୧୨ଟି ଶରଣାର୍ଥୀ ଆସନ ପାଇଁ ମାତ୍ର ୪.୩୬ ଲକ୍ଷ ପଞ୍ଜୀକୃତ ଭୋଟର ଥିବା ବେଳେ ପିଓକେରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ୩୩ଟି ସିଧାସଳଖ ଆସନ ପାଇଁ ପ୍ରାୟ ୩୩ ଲକ୍ଷ ଭୋଟର ଅଛନ୍ତି।

ଏହାଦ୍ୱାରା ଶରଣାର୍ଥୀ ଭୋଟରଙ୍କୁ ଅଧିକ ଗୁରୁତ୍ୱ ମିଳୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପଟେ, ପିଓକେର ସର୍ବୋଚ୍ଚ ଅଦାଲତ ନିକଟରେ ଶୁଣାଣି କରି କହିଛନ୍ତି ଯେ ଏହି ସଂରକ୍ଷିତ ଆସନଗୁଡ଼ିକ ସାମ୍ବିଧାନିକ ଭାବେ ସୁରକ୍ଷିତ, ତେଣୁ ଏହାକୁ କୌଣସି ସରକାରୀ ନିର୍ଦ୍ଦେଶନାମା ଦ୍ୱାରା ଉଚ୍ଛେଦ କରାଯାଇପାରିବ ନାହିଁ ।

GDP: ଆଇଏମ୍‌ଏଫ୍‌ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ ଶରଣାର୍ଥୀ ଆସନ ବିବାଦ ତତ୍କାଳୀନ କାରଣ ସାଜିଥିଲେ ହେଁ, ଜେଏଏସିର ୩୮ ଦଫା ଦାବିପତ୍ରରେ ଗଭୀର ଅର୍ଥନୈତିକ ସଙ୍କଟ ପ୍ରମୁଖ କାରଣ ରହିଛି।

ସେମାନେ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକର ଚୁକ୍ତିନାମାର ପୁନଃ ସମୀକ୍ଷା, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଅଟା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ସରକାରୀ ସହାୟତା ପ୍ରଦାନ ଏବଂ ବିଦ୍ୟୁତ ଶୁଳ୍କ ହ୍ରାସ କରିବାକୁ ଦାବି କରିଛନ୍ତି।

ସ୍ଥାନୀୟ ଅଞ୍ଚଳରୁ ଜଳବିଦ୍ୟୁତ ଉତ୍ପନ୍ନ ହେଉଥିବା ବେଳେ ସେମାନଙ୍କୁ କାହିଁକି ମହଙ୍ଗା ବିଦ୍ୟୁତ ଦିଆଯାଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

୨୦୨୩ରେ ଗଠିତ ଜେଏଏସି ମାତ୍ର କିଛି ଦିନରେ ଏକ ପ୍ରଭାବଶାଳୀ ନାଗରିକ ମଞ୍ଚ ଭାବେ ଉଭା ହୋଇଛି, ଯାହା ପୂର୍ବରୁ ମଧ୍ୟ ଅଟା ସବସିଡି ଓ ମହଙ୍ଗା ବିଦ୍ୟୁତ ବିରୋଧରେ ସଫଳ ବନ୍ଦ ଡାକରା ଦେଇ ସମଗ୍ର ଅଞ୍ଚଳକୁ ଅଚଳ କରିଦେଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।