Telegram: ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ସରକାର ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ଏକ ନୋଟିସ ଜାରି କରି ଏହାର ପ୍ଲାଟଫର୍ମରେ ପାଇରେଟେଡ୍ ଫିଲ୍ମ ଓ ଓଟିଟି କଣ୍ଟେଣ୍ଟ ବ୍ୟାପକ ପ୍ରସାରଣ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲିଗ୍ରାମକୁ ପାଇରେଟେଡ ଫିଲ୍ମ ଓ ଓଟିଟି କଣ୍ଟେଣ୍ଟ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କିତ ରିପୋର୍ଟ ୧୫ ଦିନ ଭିତରେ ପ୍ରଦାନ କରିବାକୁ କହିଛି।
ସୂତ୍ର ଅନୁଯାୟୀ, ସରକାରଙ୍କ ଏହି ପଦକ୍ଷେପ ଭାରତର ମିଡିଆ ଓ ମନୋରଞ୍ଜନ ଶିଳ୍ପ କ୍ଷେତ୍ରରେ ନିର୍ମାତା, ଚଳଚ୍ଚିତ୍ର ଶିଳ୍ପ, ପ୍ରସାରକ, ଓଟିଟି ପ୍ଲାଟଫର୍ମ, ପ୍ରଯୋଜକ ଓ ବିତରକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ଅଧିକାରୀମାନେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସରକାରଙ୍କ ଆଭିମୁଖ୍ୟ ଏବେ ଗୋଟିଏ ପରେ ଗୋଟିଏ ପାଇରେଟେଡ୍ ବିଷୟବସ୍ତୁ ହଟାଇବା ବଦଳରେ ପ୍ଲାଟଫର୍ମଗୁଡ଼ିକୁ ଦାୟୀ କରିବା ଆଡ଼କୁ ପରିବର୍ତ୍ତିତ ହେଉଛି। ମନ୍ତ୍ରଣାଳୟ ଟେଲିଗ୍ରାମକୁ କହିଛି ଯେ, କପିରାଇଟ୍ ଉଲ୍ଲଂଘନ କେବଳ ଏକ ନାଗରିକ ଉଲ୍ଲଂଘନ ନୁହେଁ ବରଂ କପିରାଇଟ୍ ଆଇନ, ୧୯୫୭ ଓ ସିନେମାଟୋଗ୍ରାଫ୍ ଆଇନ, ୧୯୫୨ ଅନୁଯାୟୀ ଏକ ଫୌଜଦାରୀ ଅପରାଧ। ନିଟ୍ ୟୁଜି ପୁନଃପରୀକ୍ଷା ସମୟରେ ପେପର୍ ଲିକ୍ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜୁନ୍ ମାସରେ ଭାରତରେ ଟେଲିଗ୍ରାମକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା।
ମମତାଙ୍କୁ ବଡ଼ ଝଟକା ଦେଇ ଚନ୍ଦ୍ରିମା ଛାଡିଲେ ଦଳ
ମେଟା ବିରୋଧରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସାମ୍ପ୍ରତିକ ନିୟାମକ କାର୍ଯ୍ୟାନୁଷ୍ଠାନ ପରେ ଟେଲିଗ୍ରାମକୁ ନୋଟିସ୍ ଦିଆଯାଇଛି। ବୁଧବାର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମେଟାକୁ ଏକ ନୋଟିସ୍ ଜାରି କରି ହ୍ୱାଟସଆପ୍ରେ ଆଗାମୀ ୟୁଜରନେମ୍ ଫିଚର ବିଷୟରେ ପ୍ରଶ୍ନ କରିଥିଲେ।