Tehran: ଆମେ ଟ୍ରମ୍ପଙ୍କୁ ମାରିବୁ

Jul 16, 2026 - 16:57
Tehran: ଆମେ ଟ୍ରମ୍ପଙ୍କୁ ମାରିବୁ

"ତେହେରାନ/ୱାଶିଂଟନ୍: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ମହାସମର ଏବେ ଅତି ଭୟାନକ ସ୍ତରରେ ପହଞ୍ଚିଛି।

ଇରାନର ରାଜଧାନୀ ତେହେରାନର ଏକ ପ୍ରମୁଖ ଛକ "ଏଙ୍ଗେଲାବ ସ୍କୋୟାର"ରେ ଏକ ବିଶାଳ ବିଲବୋର୍ଡ ଲଗାଯାଇଛି, ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଳା କଫିନ୍ ଭିତରେ ଶୋଇଥିବାର ଦୃଶ୍ୟ ଚିତ୍ରିତ କରାଯାଇଛି।Advertisment ଆହୁରି ପଢନ୍ତୁ:Rath Yatra 2026 Live Update: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କଲେ ଗଜପତି ଏହି ବିଲବୋର୍ଡରେ ପାର୍ସୀ ଏବଂ ଇଂରାଜୀ ଭାଷାରେ “ଆମେ ଟ୍ରମ୍ପଙ୍କୁ ହତ୍ୟା କରିବୁ” ବୋଲି ଏକ ଖୋଲା ଚେତାବନୀ ଲେଖାଯାଇଛି।

ଗତ ଫେବୃଆରୀ ୨୮ ରେ ଆମେରିକୀୟ ଆକ୍ରମଣରେ ଇରାନର ମିନାବ ସହରର ଏକ ପ୍ରାଥମିକ ସ୍କୁଲ୍ ଧ୍ୱଂସ ହେବା ଏବଂ ସେଠାରେ ଶିଶୁମାନଙ୍କ ମୃତ୍ୟୁର ପ୍ରତିଶୋଧ ସ୍ୱରୂପ ଏହି ପୋଷ୍ଟର ଲଗାଯାଇଥିବା ଦର୍ଶାଯାଇଛି।

ଆହୁରି ପଢନ୍ତୁ:Delhi HC: ସୋନମ ୱାଙ୍ଗଚୁକ୍‌ଙ୍କ ଅନଶନ: ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନେବେ ବୋଲି କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର ଇସ୍ରାଏଲ ଗୋଇନ୍ଦା ସଂସ୍ଥା ପକ୍ଷରୁ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଏକ ଗୁପ୍ତ ଯୋଜନା କରୁଥିବା ନେଇ ୱାଶିଂଟନକୁ ସତର୍କ କରାଯିବା ପରେ ଏହି ବିଲବୋର୍ଡ ସାମ୍ନାକୁ ଆସିଛି।

ଏହାର ଜବାବରେ ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଅତି କଡ଼ା ଭାଷାରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଆମେରିକାର ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ କିମ୍ବା ହତ୍ୟା ଉଦ୍ୟମ କରେ, ତେବେ ତାର ପରିଣାମ ଅତି ଭୟଙ୍କର ହେବ।

ଆହୁରି ପଢନ୍ତୁ:Rath Yatra In Raipur: ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ  ଆମେରିକାର ୧୦୦୦ରୁ ଅଧିକ ମିସାଇଲ୍ଏବେ ଇରାନ ଆଡ଼କୁ ମୁହାଁଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଏବଂ ଆବଶ୍ୟକ ପଡ଼ିଲେ ହଜାର ହଜାର ମିସାଇଲ୍ ତୁରନ୍ତ ମାଡ଼ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏଥିସହ ସେନାକୁ ସୁଟ୍-ଅନ୍-ସାଇଟ୍ ବା ପ୍ରତିଶୋଧମୂଳକ ଆକ୍ରମଣ ପାଇଁ ପୂର୍ବରୁ ଆଦେଶ ଦିଆଯାଇ ସାରିଛି।

ଉଭୟ ଦେଶ ମଧ୍ୟରେ ପ୍ରାୟ ମାସେ ତଳେ ଶାନ୍ତି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲେ ହେଁ, ବର୍ତ୍ତମାନର ସ୍ଥିତି ମଧ୍ୟପ୍ରାଚ୍ୟରେ ଏକ ମହାଯୁଦ୍ଧର ସୂତ୍ରପାତ କରିବା ଆଶଙ୍କା ସୃଷ୍ଟି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।