Teacher Dies: ବିଦ୍ୟାଳୟ ପରିସରରେ ଘଡ଼ଘଡ଼ି ମାଡ଼, ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ
"ଲଇକେରା: ଲଇକେରା ବ୍ଲକ ଅନ୍ତର୍ଗତ ବାବୁଛିପିଡିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରମେଶ ଚନ୍ଦ୍ର ପଟେଲ (୫୯)ଙ୍କର ସୋମବାର ଘଡ଼ଘଡ଼ି ମାଡ଼ରେ ଅକାଳ ମୃତ୍ୟୁ ଘଟିଛି।
ବିଦ୍ୟାଳୟପରିସରରେ ଘଟିଥିବା ଏହି ଦୁଃଖଦ ଘଟଣା ସମଗ୍ର ଶିକ୍ଷକ ସମାଜ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।Advertisment ଚୌକିରୁ ତଳକୁ ପଡ଼ିଯାଇଥିଲେ ସୂଚନା ଅନୁଯାୟୀ, ସୋମବାର ପ୍ରାୟ ଦିନ ୧୨ଟା ୩୦ ମିନିଟ୍ ସମୟରେ ଶ୍ରୀ ପଟେଲ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ମହୁଲ ଗଛ ତଳେ ଚୌକିରେ ବସିଥିବା ବେଳେ ହଠାତ୍ ଘଡ଼ଘଡ଼ି ମାରିଥିଲା।
ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦ ସହ ସେ ଚୌକିରୁ ତଳକୁ ପଡ଼ିଯାଇଥିଲେ ।
ଘଟଣା ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମୁଦ୍ରାଯୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ ।
ତେବେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ଶ୍ରୀ ପଟେଲଙ୍କୁ ମୃତ ଘୋଷଣା କରିଥିଲେ ।
ଲଇକେରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।
ଶ୍ରୀ ପଟେଲ ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟନିଷ୍ଠ ଓ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ।
ତାଙ୍କର ଅକାଳ ବିୟୋଗରେ ଶିକ୍ଷକ ମହଲ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। vigilance: ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର ମୁକେଶ ମିଶ୍ର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।