17 SEPTEMBER 2026

Welcome!

Unlock your personalized experience.
Sign Up

Tax Cut: ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ରପ୍ତାନି ଟିକସ ହ୍ରାସ

Sep 17, 2026 - 16:33
Tax Cut: ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ରପ୍ତାନି ଟିକସ ହ୍ରାସ

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଲାଗିଥିବା ରପ୍ତାନି ଟିକସକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ସେପ୍ଟେମ୍ବର ୧୬ରୁ ନୂଆ ହାର ଲାଗୁ ହୋଇଛି। ଅନ୍ତର୍ଜାତୀୟ ତେଲ ବଜାର ସ୍ଥିତିକୁ ନଜରରେ ରଖି ସରକାର ପ୍ରତି ୧୫ ଦିନରେ ଏହି ଟିକସର ସମୀକ୍ଷା କରୁଛନ୍ତି। ପେଟ୍ରୋଲ ରପ୍ତାନି ଉପରେ ଟିକସ ଲିଟର ପିଛା ଦେଢ଼ ଟଙ୍କାରୁ କମାଇ ୫୦ ପଇସା କରାଯାଇଛି। ଅର୍ଥାତ ପେଟ୍ରୋଲରେ ଟିକସ ଲିଟର ପିଛା ୧ ଟଙ୍କା ହ୍ରାସ ହୋଇଛି। ସେହିପରି ଡିଜେଲ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୨୫ ଟଙ୍କାରୁ ୨୦ ଟଙ୍କାକୁ ହ୍ରାସ ପାଇଛି। ବିମାନରେ ବ୍ୟବହୃତ ଆଭିଏସନ୍ ଟର୍ବାଇନ୍ ଫ୍ୟୁଏଲ୍ (ଏଟିଏଫ୍‌) ରପ୍ତାନି ଉପରେ ମଧ୍ୟ ଟିକସ ଲିଟର ପିଛା ୧୯ ଟଙ୍କାରୁ ୧୫ ଟଙ୍କାକୁ ହ୍ରାସ ପାଇଛି। ଏହି ଶୁଳ୍କ ହ୍ରାସ ଫଳରେ ତେଲ ରପ୍ତାନି କରୁଥିବା କମ୍ପାନିଗୁଡ଼ିକ ଉପରେ ଟ୍ୟାକ୍ସ ଚାପ କମିବ। ଦେଶ ଭିତରେ ବିକ୍ରି ହେଉଥିବା ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହୋଇଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ଏହି ନିଷ୍ପତ୍ତିରୁ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର କମିବ ନାହିଁ।

ଅଧିକ ପଢ଼ନ୍ତୁ: ଲୋହିତ ସାଗରରେ ଫସିଲା ସାଉଦି ଆରବ: ହୁତି ବିଦ୍ରୋହୀଙ୍କ ସହ ଆମେରିକାର ଗୁପ୍ତ ଚୁକ୍ତି ନେଇ ଚର୍ଚ୍ଚା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)