Tata Motors: ଇଭେକୋକୁ ଟାଟା ମୋଟର୍ସର ଅଧିଗ୍ରହଣ ପ୍ରସ୍ତାବ ଆଗକୁ ବଢ଼ିଲା

Oct 17, 2026 - 20:21
Tata Motors: ଇଭେକୋକୁ ଟାଟା ମୋଟର୍ସର ଅଧିଗ୍ରହଣ ପ୍ରସ୍ତାବ ଆଗକୁ ବଢ଼ିଲା

"ନୂଆଦିଲ୍ଲୀ: ଇଟାଲୀର ପ୍ରମୁଖ ବାଣିଜ୍ୟିକ ଯାନ ନିର୍ମାତା ଇଭେକୋ ଗ୍ରୁପ୍‌କୁ ଅଧିଗ୍ରହଣ କରିବା ଦିଗରେ ଟାଟା ମୋଟର୍ସକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି।

ଏହି ଅଧିଗ୍ରହଣ ପ୍ରସ୍ତାବ ସମ୍ପର୍କିତ ପ୍ରସ୍ତାବକୁ ଇଭେକୋର ଅଂଶୀଦାରମାନେ ଅନୁମୋଦନ କରିଛନ୍ତି।

ଏହା ଫଳରେ ପ୍ରାୟ ୩.୮ ବିଲିୟନ ୟୁରୋ (ପ୍ରାୟ ୩୮,୨୪୦ କୋଟି ଟଙ୍କା) ମୂଲ୍ୟର ଏହି କାରବାର ସମ୍ପୂର୍ଣ୍ଣ ହେବା ପଥ ସୁଗମ ହୋଇଛି।

ତେବେ ଅଧିଗ୍ରହଣ ପାଇଁ ଆବଶ୍ୟକ ଅନ୍ୟ ସର୍ତ୍ତଗୁଡ଼ିକ ପୂରଣ ହେବା ବାକି ରହିଛି।Advertisment ଆହୁରି ପଢନ୍ତୁ: Anirudh and Kavya Maran: ସଙ୍ଗୀତକାର ଅନିରୁଦ୍ଧ ଓ କାଭ୍ୟା ମାରନ୍‌ଙ୍କ ବିବାହ ଚର୍ଚ୍ଚା: କାହାର ନେଟ୍‌ୱର୍ଥ କେତେ?

ଅକ୍ଟୋବର ୧୬ରେ ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ଇଭେକୋ ଅଂଶୀଦାରମାନଙ୍କ ବୈଠକରେ ଏହି ମଞ୍ଜୁରି ମିଳିଛି।

ଏହାର ଏକ ପ୍ରମୁଖ ନିଷ୍ପତ୍ତି ହେଉଛି, ଟାଟା ମୋଟର୍ସର ଅଧିଗ୍ରହଣ ପ୍ରସ୍ତାବ ପାଇଁ ଆବଶ୍ୟକ ସର୍ବନିମ୍ନ ଅଂଶଧନ ଗ୍ରହଣ ସୀମାକୁ ୯୫ ପ୍ରତିଶତରୁ ୮୦ ପ୍ରତିଶତକୁ ହ୍ରାସ କରାଯାଇଛି।

ଏହାଦ୍ୱାରା ଟାଟା ମୋଟର୍ସ ପାଇଁ ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହଜ ହୋଇପାରିବ।

ଟାଟା ମୋଟର୍ସ ଏହି କାରବାର ପାଇଁ ପୂର୍ବରୁ ପ୍ରତି ଅଂଶଧନ ପିଛା ୧୪.୧୦ ୟୁରୋ ଦେବାକୁ ପ୍ରସ୍ତାବ ଦେଇଥିଲା।

ପରେ ଏହାକୁ ବୃଦ୍ଧି କରି ୧୪.୪୦ ୟୁରୋ କରାଯାଇଛି।

ଅକ୍ଟୋବର ୨୬ ପର୍ଯ୍ୟନ୍ତ ଅଂଶୀଦାରମାନେ ନିଜ ଅଂଶଧନ ବିକ୍ରି ପାଇଁ ପ୍ରସ୍ତାବ ଗ୍ରହଣ କରିପାରିବେ।

ଏହି ଅଧିଗ୍ରହଣ ଦ୍ୱାରା ୟୁରୋପୀୟ ବଜାରରେ ଟାଟା ମୋଟର୍ସର ବାଣିଜ୍ୟିକ ଯାନ ବ୍ୟବସାୟ ବିସ୍ତାର ହେବ।

ଇଭେକୋର ଟ୍ରକ୍‌, ବସ୍‌ ଓ ଅନ୍ୟ ବାଣିଜ୍ୟିକ ଯାନ ଉତ୍ପାଦନ କ୍ଷମତା ଟାଟା ମୋଟର୍ସକୁ ବିଶ୍ୱ ବଜାରରେ ନିଜର ଉପସ୍ଥିତି ବଢ଼ାଇବାରେ ସହାୟତା କରିପାରିବ।

ଏହି ପ୍ରସ୍ତାବରେ ଇଭେକୋର ପ୍ରତିରକ୍ଷା ବ୍ୟବସାୟ ଅନ୍ତର୍ଭୁକ୍ତ ନୁହେଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)