Tarang Plus Launches AI-powered Bikram Betal: ତରଙ୍ଗ ପ୍ଲସ୍ର ବଡ଼ AI ସର୍ପ୍ରାଇଜ୍, ଏମିତି ବିକ୍ରମ ବେତାଳ କେବେ ଦେଖିନଥିବେ!
ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ 'ତରଙ୍ଗ ପ୍ଲସ୍' ଆଣିବାକୁ ଯାଉଛି ବଡ଼ ବିପ୍ଳବ। ବିଶ୍ବ ମନୋରଞ୍ଜନ ଜଗତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) ର ଦବଦବା ବଢୁଥିବା ବେଳେ, ଏବେ ଓଟିଟି ସ୍ପେସ୍ରେ ପ୍ରଥମ କରି ତରଙ୍ଗ ପ୍ଲସ୍ ଆରମ୍ଭ କରିଛି ଏକ ନୂଆ ଯୁଗ।
ଚିତ୍ତାକର୍ଷକ ଭିଜୁଆଲ୍ସ ଏବଂ ଆନିମେସନ୍ ମାଧ୍ୟମରେ କଳ୍ପନାର ସୀମାକୁ ପାର୍ କରିବା ପାଇଁ ଏହି ଟେକ୍ନୋଲୋଜିର ସାହାଯ୍ୟ ନିଆଯାଉଛି। ଆଉ ଏହି ରେସ୍ରେ ସବୁଠୁ ଆଗରେ ରହିଛି ଓଡ଼ିଶାର ନମ୍ବର ୱାନ୍ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ୍। ପ୍ଲାଟଫର୍ମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଅତ୍ୟାଧୁନିକ AI ସିରିଜ୍, ଯାହାର ନାଁ ରହିଛି 'ବିକ୍ରମ ବେତାଳ'। ଅତି ଭୟାନକ ଜଙ୍ଗଲ, ଅଲୌକିକ ଦୃଶ୍ୟ ଏବଂ ରହସ୍ୟମୟ ପରିବେଶକୁ ହାଇ-ଏଣ୍ଡ୍ ଡିଜିଟାଲ୍ ଟୁଲ୍ସ ଜରିଆରେ ପରଦାକୁ ଅଣାଯାଉଛି।
ଏହି ମେଗା ପ୍ରୋଜେକ୍ଟ ପଛରେ ରହିଛି ଏକ ଦକ୍ଷ ଏବଂ ଭିଜନାରୀ ଟିମ୍। ଏହାର ନିର୍ଦ୍ଦେଶନା, ସ୍କ୍ରିନପ୍ଲେ, ଷ୍ଟୋରିବୋର୍ଡିଂ ଏବଂ ପୋଷ୍ଟ-ପ୍ରଡକ୍ସନ୍ ଦାୟିତ୍ବରେ ଅଛନ୍ତି ବ୍ରେଓଜୁନିୟର୍ସ (Breojuniors)। ସେହିପରି କଣ୍ଟେଣ୍ଟ ଇନଚାର୍ଜ ଭାବେ ପ୍ରୋଜେକ୍ଟର ରଣନୀତି ପ୍ରସ୍ତୁତ କରୁଛନ୍ତି ସୋମିଓ ଆର୍ ଏବଂ ଏହାର କାହାଣୀକୁ ଓଡ଼ିଆ ମାଟିର ସଂସ୍କୃତି ସହ ଯୋଡ଼ି ସ୍କ୍ରିପ୍ଟ ଓ କ୍ରିଏଟିଭ୍ ହେଡ୍ ଦାୟିତ୍ବ ସମ୍ଭାଳୁଛନ୍ତି ରଞ୍ଜନ ଶତପଥୀ।
ତରଙ୍ଗ ପ୍ଲସର ବିଶେଷତ୍ୱ ହେଉଛି, ସେମାନେ କେବଳ AI ବ୍ୟବହାର କରୁନାହାନ୍ତି, ବରଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ସହିତ ଓଡ଼ିଆ ମାଟିର ସଂସ୍କୃତି ଓ ଭାବନାକୁ ଯୋଡ଼ି ଏକ ସ୍ୱତନ୍ତ୍ର ଅନୁଭୂତି ଦେବାକୁ ପ୍ରୟାସ କରୁଛନ୍ତି। କାରଣ ଟେକ୍ନୋଲୋଜି ଯେତେ ଆଧୁନିକ ହେଲେ ବି କାହାଣୀ ହିଁ ଗୋଟିଏ ସିରିଜ୍ର ପ୍ରକୃତ ଆତ୍ମା। ତେଣୁ ବିଶ୍ବସ୍ତରୀୟ ଭିଜୁଆଲ୍ସ ସହିତ ସ୍ଥାନୀୟ କାହାଣୀର ଅପୂର୍ବ ମିଶ୍ରଣ କରି ତରଙ୍ଗ ପ୍ଲସ୍ ଏବେ ଇତିହାସ ରଚିବାକୁ ଯାଉଛି।