Tamil Nadu Temple: ତାମିଲନାଡ଼ୁ ମନ୍ଦିରରେ ପାଣ୍ଠି ହେର‌ଫେର୍‌; ୮ ଅଧିକାରୀ ନିଲମ୍ବିତ

Jul 26, 2026 - 17:45
Tamil Nadu Temple: ତାମିଲନାଡ଼ୁ ମନ୍ଦିରରେ ପାଣ୍ଠି ହେର‌ଫେର୍‌; ୮ ଅଧିକାରୀ ନିଲମ୍ବିତ

"ଚେନ୍ନାଇ: ଅଯୋଧ୍ୟା ରାମ ମନ୍ଦିର ଓ ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ମନ୍ଦିରରେ ଦାନ ପାଣ୍ଠି ହେରଫେର୍‌ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବାବେଳେ ଏବେ ଦକ୍ଷିଣ ଭାରତ ମନ୍ଦିରରୁ ପାଣ୍ଠି ହେର୍‌ଫେର୍‌ ଖବର ଆସିଛି।

ତାମିଲନାଡୁର କୋଏମ୍ବାଟୁରରେ ଥିବା ଆରୁଲମିଗୁ କୋନିୟାମନ୍ ମନ୍ଦିରରେ ହୁଣ୍ଡି ପାଣ୍ଠି ହେର୍‌ଫେର୍‌ ପାଇଁ ରବିବାର ମନ୍ଦିର ୮ ଜଣ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।

ହିନ୍ଦୁ ଧାର୍ମିକ ଓ ଚାରିଟେବଲ୍ ଏଣ୍ଡାଓମେଣ୍ଟସ୍ ଆଞ୍ଚଳିକ ଯୁଗ୍ମ କମିସନର ରମେଶ କୁମାର ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସିଧାସଳଖ ଚୋରି ଅଭିଯୋଗରେ ସନ୍ଦିଗ୍ଧ ଚାରି ଜଣ ସଦସ୍ୟ ଓ ଗୁରୁତର ପ୍ରଶାସନିକ ଅବହେଳା ପାଇଁ ଦଣ୍ଡିତ ହୋଇଥିବା ଅନ୍ୟ ଚାରି ଜଣ ପର୍ଯ୍ୟବେକ୍ଷକ ଅଧିକାରୀ ଅଛନ୍ତି।Advertisment ପଣା ରୂପକ ଅମୃତକୁ ପାନ କରାଇ ଶରୀରୀ ଓ ଅଶରୀରୀଙ୍କୁ ତୋଷ କରାଇବେ ମହାପ୍ରଭୁ ଜୁଲାଇ ୧୫ ତାରିଖରେ ମନ୍ଦିରର ନିର୍ଦ୍ଧାରିତ ଗଣନା ପ୍ରକ୍ରିୟା ପରେ ପ୍ରଥମେ ହୁଣ୍ଡି ପାଣ୍ଠିର ଅପବ୍ୟବହାର ଅଭିଯୋଗ ସାମ୍ନାକୁ ଆସିଥିଲା।

ଅନିୟମିତତା ଯୋଗୁଁ ହିନ୍ଦୁ ଧାର୍ମିକ ଓ ଚାରିଟେବଲ୍ ଏଣ୍ଡାଓମେଣ୍ଟସ୍‌ର ଆଞ୍ଚଳିକ ଯୁଗ୍ମ କମିସନର ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଓ ପାଣ୍ଠି ଅପବ୍ୟବହାର ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିଥିଲେ।

ଚୋରି ଅଭିଯୋଗରେ ଉକ୍କଡମ ପୁଲିସ ଜୁଲାଇ ୨୫ ତାରିଖରେ ଚାରି ଜଣ ମନ୍ଦିର କର୍ମଚାରୀଙ୍କୁ ଗିରଫ କରିବାର ଦିନକ ପରେ ଏହି ନିଲମ୍ବନ କରାଯାଇଛି।

ଚୋରି ଅଭିଯୋଗରେ ଗିରଫ ହୋଇଥିବା ଚାରି ଜଣ ଅଧିକାରୀଙ୍କ ମଧ୍ୟରେ ଟିକେଟ୍ କଲେକ୍ଟର ଏ ବାଲାସୁବ୍ରମଣିୟନ (୫୨), ଅଫିସ୍ ଆସିଷ୍ଟାଣ୍ଟ ଭି ସରଭାନନ (୩୪), ସଫେଇ କର୍ମଚାରୀ ପି ପ୍ରଦୀପ କୁମାର (୩୧) ଓ ମନ୍ଦିର ପୂଜକ ଏସ କୃଷ୍ଣରାଜ (୫୬) ଅନ୍ତର୍ଭୁକ୍ତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।