Fraud: ନକଲି ସୁନା ଶଙ୍ଖ ଦେଇ ୬ ଲକ୍ଷ ଠକେଇ, ୨ ଗିରଫ

Jul 26, 2026 - 19:40
Fraud: ନକଲି ସୁନା ଶଙ୍ଖ ଦେଇ ୬ ଲକ୍ଷ ଠକେଇ, ୨ ଗିରଫ

"ଡାବୁଗାଁ (ସଂଜୟ ପାଢ଼ୀ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ପୁଣି ଜଣେ ନକଲି ସୁନା ଶଙ୍ଖ ଠକେଇର ଶିକାର ହୋଇଛନ୍ତି।

ଠକେଇର ଶିକାର ହୋଇଥିବା ବ୍ୟକ୍ତି ଯାଜପୁର ଜିଲ୍ଲା ଇନ୍ଦ୍ରାଇ ଗ୍ରାମର ସୁବୋଧ ପାରମାଣିକ ବୋଲି ଜଣାପଡ଼ିଛି।

ଠକେଇର ଶିକାର ପରେ ସୁବୋଧ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଗିରଫ ଅଭିଯୁକ୍ତ ଦ୍ୱୟ ଡାବୁଗାଁ ଥାନା ଚାଟିଗୁଡା ଗ୍ରାମର ଦଶମୁ ହରିଜନ ଓ ରାକେଶ ମଣ୍ଡଳ।

Advertisment ସୂଚନା ଅନୁଯାଇ ଯାଜପୁର ଜିଲ୍ଲା ଇନ୍ଦ୍ରାଇ ଗ୍ରାମର ପାରମାଣିକଙ୍କ ସହ ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ଚାଟିଗୁଡା ଗ୍ରାମର ଦଶମୁ ହରିଜନ ସହ ସମ୍ପର୍କ ରହିଥିଲା।

ଚଳିତ ମାସ ୧୦ ତାରିଖରେ ଦଶାମୁ ହରିଜନ ଇନ୍ଦ୍ରାଇ ଗ୍ରାମର ସୁବୋଧଙ୍କୁ ତା ସାଙ୍ଗ ପାଖରେ ଏକ ସୁନା ଶଙ୍ଖ ଥିବା କହିଥିଲା ଏବଂ ଏହାକୁ ଅଳ୍ପ ଦାମ୍‌ରେ ବିକ୍ରି କରିବ ବୋଲି କହିଥିଲା।

ସୁନା ଶଙ୍ଖ ଲୋଭରେ ସୁବୋଧ ୧୪ ଜୁଲାଇରେ ଡାବୁଗାଁ ଥାନା ସରାଗୁଡା ଜଙ୍ଗଲ ନିକଟରେ କ୍ରୟ କରିବା ପାଇଁ ଆସିଥିଲେ।

ଗ୍ରାହକକୁ ଦଶମୁ ଓ ତା ଦୁଇ ସାଥୀ ସୁନା ଶଙ୍ଖ ଦେଖାଇ ଥିଲେ, ଯାହାର ମୂଲ୍ୟ ୬ ଲକ୍ଷ କହିଥିଲେ।

ସୁନା ଶଙ୍ଖର ବଜାର ମୂଲ୍ୟ ୬ ଲକ୍ଷରୁ ୧୦ ଗୁଣା ଅଧିକ ଥିବ ଭାବି ସୁବୋଧ ପାରା ମୋନିକ ସେମାନଙ୍କୁ ୬ ଲକ୍ଷ ଟଙ୍କା ଗଣି ଦେଇଥିଲା।

ଟଙ୍କା ଦେବା ସମୟରେ ସମସ୍ତଙ୍କ ଭିଡିଓ ଉତ୍ତୋଳନ କରିଥିଲା।

ତେବେ ସୁବୋଧ ଯାଜପୁର ଯାଇ ସେଠାରେ ସୁନା ଶଙ୍ଖକୁ ପରୀକ୍ଷା କରିବା ପରେ ତାହା ନକଲି ସୁନା ଶଙ୍ଖ ବୋଲି ଜଣାପଡ଼ିଥିଲା।

ପିତ୍ତଳକୁ ସୁନାର ପ୍ରଲେପ ଦେଇ ଅଭିଯୁକ୍ତମାନେ ଚତୁରତା ସହ ବିକ୍ରି କରିଥିଲେ।

ଠକାମିର ଶିକାର ହେବା ଜାଣିବା ପରେ ସୁବୋଧ ଚଳିତ ମାସ ୨୪ ତାରିଖରେ ଡାବୁଗାଁ ଥାନାରେ ନକଲି ସୁନା ଶଙ୍ଖ ଦେଇ ୬ ଲକ୍ଷ ଟଙ୍କା ଠକାମି ର ଶିକାର ହୋଇଥିବା ନେଇ ଏତଲା ଦେଇଥିଲେ।

ନକଲି ସୁନା ଶଙ୍ଖ ବିକ୍ରି କରି ୮ ଲକ୍ଷ ଟଙ୍କା ଠକେଇ, ୨ ଗିରଫ ଡାବୁଗାଁ ଥାନା ଅଧିକାରୀ ଲଛମି ପରଜାଙ୍କ ନେତୃତ୍ୱରେ ପୁଲିସ ଟିମ୍ ୨୫ ତାରିଖରେ ଚାଟିଗୁଡା ଗ୍ରାମରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଦଶମୁ ହରିଜନ ସହ ରାକେଶ ମଣ୍ଡଳ କୁ ଗିରଫ କରିଥିଲେ।

ଅଭିଯୁକ୍ତ ନିକଟରୁ ୨ ଲକ୍ଷ ୧୧ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଜବତ କରାଯାଇଥିଲା।ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ବେଳେ ପୁଲିସ ଗତ କାଲି ୨ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ଏ ନେଇ ପୁଲିସ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଏଏସ୍‌ଆଇ ମହେଶ୍ବର ବୁଡ଼ବୁଡେ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।