Tamil Nadu politics: ତାମିଲନାଡ଼ୁ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ମନ୍ତବ୍ୟକୁ ନେଇ ଘେରିଲେ ବିରୋଧୀ

Aug 27, 2026 - 20:04
Tamil Nadu politics: ତାମିଲନାଡ଼ୁ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ମନ୍ତବ୍ୟକୁ ନେଇ ଘେରିଲେ ବିରୋଧୀ

"ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.

ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ସରକାର ଏବେ ନିଜ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ସମ୍ପର୍କିତ ମନ୍ତବ୍ୟକୁ ନେଇ ଅଡ଼ୁଆରେ ପଡ଼ିଛି।

ରାଜ୍ୟ ଅର୍ଥମନ୍ତ୍ରୀ ଏନ୍‌.

ମାରି ୱିଲସନ ବିଧାନସଭାରେ ପୂର୍ବ ଡିଏମ୍‌କେ ସରକାର ସମୟରେ ନିଜ ଶିକ୍ଷାନୁଷ୍ଠାନ ପାଇଁ ଅନୁମତି ହାସଲ କରିବାକୁ ତାଙ୍କୁ ବିପୁଳ ପରିମାଣର ଲାଞ୍ଚ ଦେବାକୁ ପଡ଼ିଥିଲା ବୋଲି କହିଛନ୍ତି।

ଏହି ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ତୀବ୍ର ବିବାଦ ଆରମ୍ଭ ହୋଇଛି।Advertisment ସୋମବାର ତାମିଲନାଡୁ ବିଧାନସଭାରେ ଭାଷଣ ଦେଇ ୱିଲସନ କହିଥିଲେ ଯେ, ପୂର୍ବ ଡିଏମ୍‌କେ ସରକାର ସମୟରେ ଚେନ୍ନାଇରେ ତାଙ୍କ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଆବଶ୍ୟକ ଅନୁମତି ନେବାକୁ ସ୍କୁଲ ଶିକ୍ଷା ବିଭାଗକୁ ବହୁତ ଟଙ୍କା ଦେବାକୁ ପଡ଼ିଥିଲା।

ଏ ସମ୍ପର୍କରେ ତଦନ୍ତ ହେଲେ ସେ ତାହାର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ କହିଥିଲେ। "ମୁଁ ନିଜେ ଏହାର ପ୍ରମାଣ, ମୁଁ ହିଁ ସାକ୍ଷୀ" ବୋଲି ତାଙ୍କ ମନ୍ତବ୍ୟ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।

ୱିଲସନଙ୍କ ଏହି ସ୍ୱୀକାରୋକ୍ତି ପରେ ବିରୋଧୀ ଡିଏମ୍‌କେ ଓ ବିଜେପି ବିଜୟ ସରକାରକୁ ଘେରିଛନ୍ତି।

ଡିଏମ୍‌କେ ନେତା ଅନ୍‌ବିଲ ମହେଶ ପୋୟାମୋଝି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ୱିଲସନଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି।

ଜଣେ ମନ୍ତ୍ରୀ ନିଜେ ଲାଞ୍ଚ ଦେଇଥିବା କଥା କହୁଥିବାରୁ ତାଙ୍କ ବିରୋଧରେ ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ (ଡିଭିଏସି) ତଦନ୍ତ ଆରମ୍ଭ କରୁ ବୋଲି ସେ ଦାବି କରିଛନ୍ତି।

ତାମିଲନାଡୁ ବିଜେପି ସଭାପତି ନୈନାର ନାଗେନ୍ଦ୍ରନ ମଧ୍ୟ ଏହି ପ୍ରସଙ୍ଗରେ ସରକାରକୁ ଟାର୍ଗେଟ୍ କରିଛନ୍ତି।

ଆଇନ ଦୃଷ୍ଟିରେ ଲାଞ୍ଚ ଦେବା ଓ ଲାଞ୍ଚ ନେବା ଉଭୟ ଅପରାଧ ବୋଲି ସେ କହିଛନ୍ତି।

ତେଣୁ ଏହି ଘଟଣାରେ ଲାଞ୍ଚ ଦେଇଥିବା ଓ ନେଇଥିବା ଉଭୟ ପକ୍ଷ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ନାଗେନ୍ଦ୍ରନ ଦାବି କରିଛନ୍ତି।

ବିରୋଧୀଙ୍କ ଚାପ ବଢ଼ିବା ପରେ ବିଜୟଙ୍କ ଟିଭିକେ ସରକାର ନିଜ ମନ୍ତ୍ରୀଙ୍କ ସପକ୍ଷରେ ଓହ୍ଲାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ କେ.ଜି.

ଅରୁଣରାଜ କହିଛନ୍ତି, ୱିଲସନ ଅପରାଧୀ ନୁହନ୍ତି; ସେ ଜଣେ "ହ୍ୱିସିଲବ୍ଲୋଅର୍‌" ଭାବେ ପୂର୍ବ ସରକାର ସମୟର ଅନିୟମିତତାକୁ ପଦାକୁ ଆଣିଛନ୍ତି।

ତେବେ ତଦନ୍ତ ଦାବି ଓ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ପାଇଁ ବିରୋଧୀଙ୍କ ଚାପ ବିଜୟ ସରକାର ପାଇଁ ନୂଆ ରାଜନୈତିକ ସମସ୍ୟା ସୃଷ୍ଟି କରିଛି।

CM Vijay': ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ବିଧାନସଭାରେ ଟିଭିକେ-ଡିଏମ୍‌‌କେ ମୁହାଁମୁହିଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)