Taipei Open: ତନ୍ବୀଙ୍କୁ ଐତିହାସିକ ତାଇପେଇ ଓପନ୍ ଟ୍ରଫି
"ତାଇପେଇ: ଭାରତର ୧୭ ବର୍ଷୀୟା ଯୁବତୀ ତନ୍ବୀ ଶର୍ମା ରବିବାର ନିଜର ପ୍ରଥମ ବିଡବ୍ଲ୍ୟୁଏଫ୍ ମୁକୁଟ କରାୟତ୍ତ କରିଛନ୍ତି।
ଏଠାରେ ଆୟୋଜିତ ତାଇପେଇ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ ଟ୍ରଫି ଜିତି ନିଜ କ୍ୟାରିୟର୍ରେ ତନ୍ତୀ ଏହି ଐତିହାସିକ ସଫଳତା ପାଇଛନ୍ତି।
ଗତ ବର୍ଷ ୟୁଏସ୍ ଓପନ୍ ୩୦୦ ଉପବିଜୟିନୀ ତନ୍ବୀ ଫାଇନାଲ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଭିଏତ୍ନାମର ଥୁୟ ଲିନ୍ ଗୁଏଁଙ୍କୁ ମାତ୍ର ୩୬ ମିନିଟ୍ରେ ୨୧-୧୬, ୨୧-୧୬ରେ ମାତ୍ ଦେଇଥିଲେ।Advertisment India vs Sri Lanka: ଭାରତ-ଶ୍ରୀଲଙ୍କା ଅଭ୍ୟାସ ମ୍ୟାଚ୍: ୪ଦିନିଆ ବଦଳରେ ୩ଦିନିଆ ହେବ ବ୍ୟାଡ୍ମିଣ୍ଟନ ସ୍ବର୍ଣ୍ଣ ବିଜେତା ବିଶ୍ବର ଏହି ପୂର୍ବତନ କନିଷ୍ଠ ୧ ନମ୍ବର ଖେଳାଳି ୧୭ ବର୍ଷ ୨୨୨ ଦିନ ବୟସରେ ଏଠାରେ ଫାଇନାଲ୍ ଖେଳିବାରେ ସର୍ବକନିଷ୍ଠ ହୋଇଛନ୍ତି।
ତାଙ୍କ ପୂର୍ବରୁ ଲି ୟଙ୍ଗ ଡାଏ ୧୭ ବର୍ଷ ୨୮୭ ଦିନ ସର୍ବକନିଷ୍ଠ ଖେଳାଳି ଥିଲେ।
ସେ ୨୦୦୭ରେ ପୁରୁଷ ଯୁଗଳ ଫାଇନାଲ୍ ଖେଳିଥିଲେ।
ପ୍ରଥମ ଭାରତୀୟ ବାଳିକା ଭାବେ ବିଶ୍ବ କନିଷ୍ଠ ପ୍ରତିଯୋଗିତାର ଗୋଟିଏ ସଂସ୍କରଣରେ ୨ଟି ପଦକ (ବାଳିକା ଏକକରେ ରୌପ୍ୟ ଓ ମଶ୍ରିତ ଯୁଳଗରେ କାଂସ୍ୟ) ଜିତିଥିବା ତନ୍ବୀ ମଧ୍ୟ ଏସୀୟ ଟିମ୍ ବ୍ୟାଡ୍ମିଣ୍ଟନ ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।