Tailoring: ସିଲେଇ କାମରୁ ନିଜେ ସ୍ୱାବଲମ୍ବୀ ହେବା ସହ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ମିନତୀ

Sep 17, 2026 - 20:16
Tailoring: ସିଲେଇ କାମରୁ ନିଜେ ସ୍ୱାବଲମ୍ବୀ ହେବା ସହ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ମିନତୀ

"ଖଣ୍ଡପଡ଼ା: ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ସଫଳତା ହାସଲ କରିବା ସମ୍ଭବ।

ଏହାକୁ ପ୍ରମାଣିତ କରିଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଖଳିସାହି ଗ୍ରାମ ରାଜୁଆସାହିର ମିନତୀ ସାଥୁଆ।

ଜଣେ ଗ୍ରାମୀଣ ମହିଳା ହୋଇ ମଧ୍ୟ ସିଲେଇ କାମକୁ ରୋଜଗାରର ମାଧ୍ୟମ କରିବା ସହ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି।

ଏଥିସହ ସ୍ଥାନୀୟ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ଯୁବତୀଙ୍କୁ ସିଲେଇ ପ୍ରଶିକ୍ଷଣ ଦେଇ ରୋଜଗାରକ୍ଷମ କରିବାରେ ସହାୟତା କରିଛନ୍ତି।

ପରିବାର ପ୍ରତିପୋଷଣର ଚାପ ଓ ଅର୍ଥାଭାବ ମଧ୍ୟରେ ମିନତୀ ଘରେ ସିଲେଇ ମେସିନ୍‌ ପକାଇ କାମ ଆରମ୍ଭ କରିଥିଲେ।

ପ୍ରାରମ୍ଭରେ ଚିରାଫଟା ସାର୍ଟ ଓ ପ୍ୟାଣ୍ଟ ସିଲେଇ କରି ସ୍ୱଳ୍ପ ରୋଜଗାର କରୁଥିଲେ।

ତେବେ ନିଜର ପରିଶ୍ରମ ଓ ନିଷ୍ଠା ବଳରେ ଧୀରେ ଧୀରେ କାମକୁ ବଢ଼ାଇବା ସହ ରୋଜଗାର ବୃଦ୍ଧି କରିପାରିଥିଲେ।

ସିଲେଇ କାମ ତାଙ୍କୁ ଆତ୍ମନିର୍ଭରଶୀଳ ହେବାର ଏକ ନୂଆ ଦିଗ ଦେଇଥିଲା।Advertisment ଦୁଇ ଦଶନ୍ଧି ଧରି ମହିଳାଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ ଦଶମ ଶ୍ରେଣୀ ପାଠପଢ଼ା ଶେଷ କରିବା ପରେ ମିନତୀ ଅବସର ସମୟରେ ଚାନ୍ଦୁଆ, ଟେଡି ଓ ଅନ୍ୟାନ୍ୟ ସୌଖୀନ ସାମଗ୍ରୀ ତିଆରି କରୁଥିଲେ।

୨୦୦୩ ମସିହାରେ ଖଳିସାହି ଗ୍ରାମର ସନ୍ତୋଷଙ୍କୁ ବିବାହ କରିଥିଲେ।

ବିବାହ ପରେ ତାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ।

ସ୍ୱାମୀଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହେବାରୁ ମିନତୀ ସିଲେଇ କାମକୁ ନିଜ ରୋଜଗାରର ମାଧ୍ୟମ କରିବାକୁ ନିଷ୍ପତ୍ତି ନେଇଥିଲେ।

ସିଲେଇ କାମରେ ଦକ୍ଷତା ହାସଲ କରିବା ପାଇଁ ମିନତୀ ନୟାଗଡ଼ରେ ୬ ମାସ ଧରି ପ୍ରଶିକ୍ଷଣ ନେଇଥିଲେ।

ତାଲିମ ଶେଷ କରି ଘରକୁ ଫେରିବା ପରେ ସେ ନିଜ କାମରେ ଅଧିକ ମନୋନିବେଶ କରିଥିଲେ।

ସମୟ ଗଡ଼ିବା ସହ ତାଙ୍କ ହାତ ତିଆରି ସାମଗ୍ରୀର ଚାହିଦା ବଢ଼ିଥିଲା।

ଏହାଦ୍ୱାରା ତାଙ୍କୁ ଅଧିକ କାମ ମିଳିବା ସହ ରୋଜଗାରର ସୁଯୋଗ ମଧ୍ୟ ବୃଦ୍ଧି ପାଇଥିଲା।

ନିଜେ ସଫଳତା ପାଇବା ପରେ ମିନତୀ ଅନ୍ୟ ମହିଳା ଓ ଯୁବତୀଙ୍କୁ ମଧ୍ୟ ସିଲେଇ ଶିଖାଇବା ଆରମ୍ଭ କରିଥିଲେ।

ଦୀର୍ଘ ୨୦ ବର୍ଷ ଧରି ଏହି ପ୍ରୟାସ ଜାରି ରଖି ସେ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।

ତାଙ୍କଠାରୁ ସିଲେଇ ଶିଖିଥିବା ଅନେକ ମହିଳା ଓ ଯୁବତୀ ଏବେ ନିଜେ ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି।

ଏହି କାରଣରୁ ମିନତୀ ନିଜ ଅଞ୍ଚଳର ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ବର୍ତ୍ତମାନ ମିନତୀ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ, ଅଙ୍ଗନବାଡ଼ି ଶିଶୁଙ୍କ ପୋଷାକ, ସାର୍ଟ, ପ୍ୟାଣ୍ଟ ଓ ଟେଡି ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।

ଏହି କାମରୁ ସେ ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି।

ନିଜର ଦୁଇ ଝିଅଙ୍କୁ ଉଚ୍ଚଶିକ୍ଷିତ କରିବା ସହ ଆଗାମୀ ଦିନରେ ମହିଳାମାନଙ୍କୁ ଆହୁରି ରୋଜଗାରକ୍ଷମ କରିବାର ଆଶା ରଖିଛନ୍ତି ମିନତୀ।

IAS officer: ଶ୍ରୀଧନ୍ୟା ସୁରେଶ କେରଳମ୍‌ର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ୍ରଥମ ଜିଲ୍ଲାପାଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)