T20: ଶୁକ୍ରବାର ଭାରତ-ଇଣ୍ଡିଜ୍‌ ଦ୍ବିତୀୟ ଟ୍ବେଣ୍ଟି-୨୦ ସଞ୍ଜୁଙ୍କୁ ନେଇ ଚିନ୍ତା; ଫେରିବା ଆଶାରେ ବୈଭବ

Oct 08, 2026 - 13:41
T20: ଶୁକ୍ରବାର ଭାରତ-ଇଣ୍ଡିଜ୍‌ ଦ୍ବିତୀୟ ଟ୍ବେଣ୍ଟି-୨୦ ସଞ୍ଜୁଙ୍କୁ ନେଇ ଚିନ୍ତା; ଫେରିବା ଆଶାରେ ବୈଭବ

"ରାଞ୍ଚି: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟ୍ବେଣ୍ଟି-୨୦ ପୂର୍ବରୁ ସଞ୍ଜୁ ସାମ୍‌ସନ୍‌ଙ୍କ ଖରାପ ଫର୍ମ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ଫଳରେ ତାଙ୍କ ସ୍ଥାନରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଭିଷେକ ଶର୍ମାଙ୍କ ସହ ଓପନିଂ କରାଇବା ନେଇ ଦଳ ଚିନ୍ତା କରୁଛି।

ଶୁକ୍ରବାର ରାଞ୍ଚିରେ ହେବାକୁ ଥିବା ମ୍ୟାଚ୍‌ରେ ଭାରତ ଜିତିଲେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ୨-୦ରେ ଆଗୁଆ ହେବ।

ତେବେ ଦଳ ସାମ୍‌ସନ୍‌ଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରୁଛି।Advertisment ସୁଯୋଗ ଆଶାରେ ଅଛନ୍ତି ବୈଭବ ଗତ ୪ ଟ୍ବେଣ୍ଟି-୨୦ରେ ସାମ୍‌ସନ୍‌ ୯, ୭, ୨ ଓ ୧୧ ରନ୍‌ କରିଛନ୍ତି।

ହେଲେ ଅଧିନାୟକ ‌ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ମଧ୍ୟକ୍ରମ ଭଲ କରୁଥିବାରୁ ଏହି ବିଫଳତା ଦଳ ଉପରେ ପ୍ରଭାବ ପକାଇ ପାରିନି।

ଗତ ମ୍ୟାଚ୍‌ରେ ଶ୍ରେୟସ ନିଜର ପ୍ରଥମ ଶତକ ହାସଲ କରିବା ସହ ଦଳକୁ ବଡ଼ ବିଜୟ ଦେଇଥିଲେ।ଅନ୍ୟପକ୍ଷରେ ସାମ୍‌ସନ୍‌ଙ୍କ ଖରାପ ଫର୍ମ ଯୋଗୁଁ ବୈଭବ ପୁଣି ଥରେ ସୁଯୋଗ ଆଶାରେ ଅଛନ୍ତି।

ବୈଭବ କମ୍‌ ସୁଯୋଗ ପାଇଥିଲେ ମଧ୍ୟ ନିଜ ଦକ୍ଷତାକୁ ପ୍ରମାଣିତ କରିଛନ୍ତି।

ଏସୀୟ କ୍ରୀଡ଼ାରେ ସେ ଅଭିଷେକଙ୍କ ସହ ଓପନିଂ କରିଥିଲା ବେଳେ ସାମ୍‌ସନ୍‌ ତୃତୀୟ ସ୍ଥାନରେ ଖେଳିଥିଲେ।

ଭାରତ ଦ୍ରୁତ ବୋଲିଂରେ କିଛିଟା ପରିବର୍ତ୍ତନ କରିପାରେ।

ଲକ୍ଷ୍ନୌରେ ପ୍ରଥମ ଓଭରରେ ମୟଙ୍କ ଯାଦବ ୧୬ ରନ୍‌ ବ୍ୟୟ କରିଥିଲା ବେଳେ ମଝି ଓ ଶେଷ ଓଭରରେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ତେବେ ଗୁରୁତ୍ୱପୂର୍ଣ୍ଣ ସମୟରେ ସେର୍ଫାନ୍‌ ରଦରଫୋର୍ଡଙ୍କୁ ଆଉଟ୍‌ କରିଥିଲେ।

ହେଲେ ଭାରତ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେଇ ଅଲ୍‌ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ସାମିଲ କରିବାକୁ ଚିନ୍ତା କରିପାରେ।

କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ନେଇ ସ୍ପିନ୍‌ ବୋଲିଂ ବାହିନୀ ୱେଷ୍ଟ୍‌ଇଣ୍ଡିଜ୍‌କୁ ଚାପରେ ରଖିଥିଲା।

ଏମାନଙ୍କ ସହ ପଦାର୍ପଣକାରୀ ଅଫ୍‌ସ୍ପିନ୍‌ ଅଲ୍‌ରାଉଣ୍ଡର ନମନ ଧୀର ୩ ୱିକେଟ୍‌ ‌ନେଇ ଭ୍ରମଣକାରୀ ଦଳକୁ ବଡ଼ ସ୍କୋର୍‌ର ସୁଯୋଗ ଦେଇ ନଥିଲେ।

ତେଣୁ ସ୍ପିନ୍‌ରେ କିଛି ପରିବର୍ତ୍ତନ ହେବାର ଆଶା ନାହିଁ।

ଅନ୍ୟପକ୍ଷରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ବ୍ୟାଟିଂ।

ସାଇ ହୋପ୍‌ଙ୍କ ନେତୃତ୍ୱାଧୀନ ଦଳରେ ସିମ୍ରନ୍‌ ହେଟମାୟର, ରୋଭମାନ୍‌ ପାୱେଲ୍‌, ରଷ୍ଟନ୍‌ ଚେଜ୍‌ ଓ ରୋମାରିଓ ସେଫର୍ଡଙ୍କ ଭଳି ଟ୍ବେଣ୍ଟି-୨୦ ଅଭିଜ୍ଞ ବ୍ୟାଟର୍‌ ଥିଲେ ମଧ୍ୟ ଦଳ ୧୭୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

ଦଳକୁ ଜିତିବାକୁ ହେଲେ ବଡ଼ ସ୍କୋର୍‌ କରିବାକୁ ପଡ଼ିବ।

ବୋଲିଂରେ ବାମହାତୀ ସ୍ପିନର ଅକିଲ ହୋସେନଙ୍କ ବାଦ୍‌ ଅନ୍ୟ ବୋଲର ପ୍ରଭାବହୀନ ରହିବା ଭାରତୀୟ ବ୍ୟାଟର୍‌ଙ୍କୁ ସୁହାଉଛି।

WTT China Smash: ଚାଇନା ସ୍ମାସ୍‌: ସେମିରେ ମାନବ-ମନୁଷ ଭାରତୀୟ ଦଳ (ସମ୍ଭାବ୍ୟ ୧୧): ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ଈଶାନ କିଶନ (ଓ୍ବିକେଟ୍‌କିପର), ସଞ୍ଜୁ ସାମସନ୍ (ଓ୍ବିକେଟ୍‌କିପର)/ବୈଭବ ସୂର୍ଯ୍ୟବଂଶୀ, ତିଳକ ବର୍ମା, ଶିବମ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ/ମୟଙ୍କ ଯାଦବ, ନମନ ଧୀର।

ୱେଷ୍ଟଇଣ୍ଡିଜ୍‌ ଦଳ (ସମ୍ଭାବ୍ୟ ୧୧): ସାଇ ହୋପ୍‌ (ଅଧିନାୟକ, ୱିକେଟ୍‌କିପର), କାମିଲ ପୂରଣ, ସିମ୍ରନ୍‌ ହେଟମାୟର, ରୋଭମାନ ପାୱେଲ, ସେର୍ଫାନ୍‌ ରଦରଫୋର୍ଡ, ରଷ୍ଟନ ଚେଜ୍‌, ରୋମାରିଓ ସେଫର୍ଡ, ମ୍ୟାଥ୍ୟୁ ଫୋର୍ଡେ, ସାମାର ସ୍ପ୍ରିଙ୍ଗର୍‌, ଅକିଲ ହୋସେନ୍‌, ସମାର ଯୋସେଫ।ସମୟ: ରାତି ୭ଟାପ୍ରସାରଣ: ଷ୍ଟାର ସ୍ପୋର୍ଟସ, ଜିଓ ହଟ୍‌ଷ୍ଟାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)