Swimming: ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲ୍‌ରେ ଋଷଭ

Sep 20, 2026 - 13:51
Swimming: ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲ୍‌ରେ ଋଷଭ

"ଟୋକିଓ: ଭାରତୀୟ ସ୍ବିମର ଋଷଭ ଦାସ ଚଳିତ ଏସୀୟ କ୍ରୀଡ଼ା ପୁରୁଷ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଏସୀୟ କ୍ରୀଡ଼ାରେ ପଦାର୍ପଣକାରୀ କର୍ଣ୍ଣାଟକରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଓଡ଼ିଆ ପୁଅ ଋଷଭ ରବିବାର ଯୋଗ୍ୟତା ପର୍ଯ୍ୟାୟରେ ରେସ୍‌କୁ ୫୪.୮୫ ସେକେଣ୍ଡରେ ଶେଷ କରି ମୋଟ ଉପରେ ପଞ୍ଚମ ସ୍ଥାନରେ ରହି ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ।Advertisment ଫାଇନାଲ୍‌ରେ ପ୍ରବେଶ କରିବାରେ ବିଫଳ ହିଟ୍‌ରେ ଦ୍ବିତୀୟ ସ୍ଥାନରେ ଥିବା ଜାପାନର ହିଦେକାଜୁ ତାକେହରାଙ୍କଠୁ ୦.୬୩ ସେକେଣ୍ଡ ଏବଂ ଶୀର୍ଷରେ ଥିବା ଏସୀୟ ରେକର୍ଡଧାରୀ ଚୀନ୍‌ର ଜୁ ଜିଆୟୁ (୫୨.୬୩ ସେକେଣ୍ଡ)ଙ୍କଠୁ ୨.୨୨ ସେକେଣ୍ଡ ପଛରେ ରହିଥିଲେ।

ସୋମବାର ଫାଇନାଲ୍‌ ଅନୁଷ୍ଠିତ ହେବ।

ତେବେ ଆଉ ଜଣେ ଭାରତୀୟ ସ୍ବିମର ଉତ୍କର୍ଷ ପାଟିଲ (୫୬.୧୯ ସେକେଣ୍ଡ) ଦ୍ବାଦଶ ସ୍ଥାନରେ ରହି ଫାଇନାଲ୍‌ରେ ପହଞ୍ଚି ପାରି ନଥିଲେ।

ପୁରୁଷ ୧୦୦ ମିଟର ଫ୍ରିଷ୍ଟାଇଲ୍‌ରେ ବେନେଡିକ୍‌ସନ ବେନିଷ୍ଟନ (୫୦.୨୫) ଦ୍ବାଦଶ ଏବଂ ଆକାଶ ମଣି (୫୦.୮୫) ୨୩ତମ ସ୍ଥାନରେ ରହି ଫାଇନାଲ୍‌ରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି।

Asian Games: ଏମ୍‌ଏମ୍‌ଏ ପଦାର୍ପଣରେ ଐତିହାସିକ ପଦକ ପକ୍କା କଲେ ସୁଚିକା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)