Swami Laxmanananda Murder Mystery Returns: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାରେ ନୂଆ ମୋଡ଼, ତେଜିଲା ରାଜନୀତି

Jul 29, 2026 - 19:58
Swami Laxmanananda Murder Mystery Returns: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାରେ ନୂଆ ମୋଡ଼, ତେଜିଲା ରାଜନୀତି

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପଛରେ ସଂଖ୍ୟାଲଘୁ ସଂପ୍ରଦାୟ! ହତ୍ୟା ପାଇଁ ହୋଇଥିଲା ବଡ଼ ଷଡଯନ୍ତ୍ର। ଅଠର ବର୍ଷ ପରେ ଖୋଲିଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ରହସ୍ୟ! କେମିତି ହୋଇଥିଲା ହତ୍ୟା, କିଏ ସେହି ଷଡ଼ଯନ୍ତ୍ରକାରୀ ? ଆଉ ହତ୍ୟା ପଛର କାରଣ କଣ? କାହିଁକି ହଟାଇ ଦିଆଯାଇଥିଲା ସ୍ବାମିଜୀଙ୍କ ସୁରକ୍ଷା? ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀଙ୍କ ଉପରେ ଲିଖିତ ଏହି ପୁସ୍ତକରେ ରହିଛି ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ। ନିଜେ ଲେଖକ ବିପିନ ବିହରୀ ନନ୍ଦ ମଧ୍ୟ ତତ୍କାଳୀନ ନାଇଡୁ କମିଶନଙ୍କ ନିକଟରେ ଫେରାଦ ହୋଇ ସମସ୍ତ ସାକ୍ଷ୍ୟ ପ୍ରମାଣ ଦେଇଥିଲେ। ଆଉ ଏବେ ପୁରା ଘଟଣା ଚକ୍ର ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଘଟଣାରେ ହତ୍ୟାକାରୀ ଧରାପଡିଛନ୍ତି, ଯେଉଁମାନେ କି ସୁପାରି କିଲର ଭାବେ କାମ କରିଥିଲେ । ହେଲେ ସାମନାକୁ ଆସିଲାନି ଷଡ଼ଯନ୍ତ୍ରକାରୀଙ୍କ ଚରିତ୍ର, ଖୋଲିଲାନି ପୁରା ରହସ୍ୟ। ଏବେ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ରହସ୍ୟାବୃତ୍ତ ଘଟଣାରୁ ଉଠିବ ପରଦା, ପ୍ରକୃତ ହତ୍ୟାକାରୀ ଚେହେରା ସାମ୍ନାକୁ ଆସିବ ବୋଲି ଆଶା କରିଛନ୍ତି ସ୍ବାମୀଜୀଙ୍କ ଅନୁଗତ। 

ସେପଟେ ଘଟଣାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସରକାର। ସ୍ବାମିଜୀଙ୍କ ହତ୍ୟା ସଂପର୍କିତ ତଦନ୍ତ କମିଶନ ଫାଇଲକୁ ଜାଣିଶୁଣି ପୂର୍ବ ସରକାର ହଜାଇ ଦେଇଛନ୍ତି ନଚେତ୍ ପୋଡ଼ି ଦେଇଥିବା ସନ୍ଦେହ ପ୍ରକଟ କରିଛନ୍ତି। ଏପରିକି ସୁଚିନ୍ତିତ ଷଡ଼ଯନ୍ତ୍ର କରି ଗାୟବ କରି ଦିଆଯାଇଥିବା କଥା କହିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ଯେଉଁଥି ପାଇଁ ଫାଇଲ ଗାଏବ ମାମଲା ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ସମସ୍ତଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ସତ୍ୟର ହେବ ପର୍ଦ୍ଦାଫାସ୍ । ହତ୍ୟାକାଣ୍ଡ ପଛରେ ଥିବା ଚେହେରା ସାମନାକୁ ଆସିବ ବୋଲି କହିଛନ୍ତି।  ଅନ୍ୟପଟେ ଏହାକୁ ନେଇ ବିଜେଡି ରଖିଛି ଜବାବ। ସରକାରଙ୍କ ହାତରେ ସଂପୂର୍ଣ୍ଣ ମେକାନିଜିମ ରହିଛି। ଛୁରୀ ତାଙ୍କ ହାତରେ, କାକୁଡି ବି ତାଙ୍କ ହାତରେ। ଅଯଥା ବାକବିତଣ୍ଡା ନକରି ସତ୍ୟତା ପ୍ରମାଣ କରନ୍ତୁ। 

ସେପଟେ ଏ ଘଟଣାରେ ସଂପୃକ୍ତ ସଂଖ୍ୟାଲଘୁ ସଂପ୍ରଦାୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ବି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।