Suzuki: ଲଞ୍ଚ ହେଲା ସୁଜୁକିର ଛୋଟ ଇଲେକ୍ଟ୍ରିକ୍ କାର୍ ‘ଇ-ସ୍କାଏ', ଥରେ ଚାର୍ଜରେ ଚାଲିବ ୩୧୦ କିଲୋମିଟର
"ଟୋକିଓ: ଇଲେକ୍ଟ୍ରିକ୍ ଗାଡ଼ି ବଜାରରେ ଏବେ ଛୋଟ ଓ ସହରରେ ସହଜରେ ଚାଲିପାରୁଥିବା କାର୍ଗୁଡ଼ିକର ଚାହିଦା ବଢ଼ିବାରେ ଲାଗିଛି।
ଏହି କ୍ରମରେ ସୁଜୁକି ଜାପାନରେ ତାହାର ନୂଆ କମ୍ପାକ୍ଟ ଇଲେକ୍ଟ୍ରିକ୍ କାର୍ "ଇ-ସ୍କାଏ' ଲଞ୍ଚ କରିଛି।Advertisment ଆହୁରି ପଢନ୍ତୁ :Tarun Tejpal case: ତରୁଣ ତେଜପାଲଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସୁଜୁକି 'ଇ-ସ୍କାଏ'ର ଆକାର ପ୍ରାୟ ଟାଟା ନାନୋ ଭଳି ଛୋଟ।
ଏହାର ଟର୍ନିଂ ରେଡିଅସ୍ ମାତ୍ର ୪.୪ ମିଟର ହୋଇଥିବାରୁ ସହରର ଭିଡ଼ ରାସ୍ତା, ସଂକୀର୍ଣ୍ଣ ଗଳି ଏବଂ ଟ୍ରାଫିକ୍ରେ ଏହାକୁ ଚଲାଇବା ଓ ପାର୍କିଂ କରିବା ବହୁତ ସହଜ ହେବ।
କମ୍ପାନୀ ଦାବି କରିଛି ଯେ ଏହି ଛୋଟ କାର୍ଟି ଥରେ ଫୁଲ୍ ଚାର୍ଜ ହେଲେ ୩୧୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ।
ଏଥିରେ ଏକ ହାଇ-ଏଫିସିଏନ୍ସି ଇଲେକ୍ଟ୍ରିକ୍ ମୋଟର ଏବଂ 'ଡାଇରେକ୍ଟ ହିଟ୍-ପମ୍ପ' ସିଷ୍ଟମ୍ ଦିଆଯାଇଛି, ଯାହା ଶୀତଦିନେ ବ୍ୟାଟେରୀ ଖର୍ଚ୍ଚ କମ୍ କରି ରେଞ୍ଜ୍ ବଜାୟ ରଖିବାରେ ସାହାଯ୍ୟ କରେ। "ଇ-ସ୍କାଏ'ର ଅନ୍ୟତମ ବଡ଼ ବିଶେଷତା ହେଉଛି V2L ଫିଚର।
ଅର୍ଥାତ୍ ଏହି କାର୍ର ବ୍ୟାଟେରୀରୁ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ (ଯେପରିକି ଲ୍ୟାପଟପ୍, ଇଣ୍ଡକ୍ସନ୍ ଚୁଲା, ୱାଟର ହିଟର)କୁ ବିଦ୍ୟୁତ୍ ଯୋଗାଇ ଦିଆଯାଇପାରିବ।
ବିଜୁଳି ନଥିବା ସମୟରେ ଏହା ଏକ ଏମର୍ଜେନ୍ସି ପାୱାର ସୋର୍ସ ଭାବେ ମଧ୍ୟ କାମ କରିବ।
ଆହୁରି ପଢନ୍ତୁ :Sreejesh Demands Accountability:ଦଳର ସାମଗ୍ରିକ ବିଫଳତାକୁ କଟୁ ସମାଲୋଚନା କରି ଉତ୍ତରଦାୟିତ୍ବ ଦାବି କଲେ ଶ୍ରୀଜେଶ ସୁଜୁକିର ସୂଚନା ଅନୁଯାୟୀ, "ଇ-ସ୍କାଏ' ମାର୍ଚ୍ଚ ୨୦୨୭ ସୁଦ୍ଧା ଜାପାନ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ।
କମ୍ପାନୀଏହାର ମୂଲ୍ୟ ଘୋଷଣା କରିନଥିଲେ ମଧ୍ୟ ଏହାକୁ ଶସ୍ତା ରଖିବାକୁ ଲକ୍ଷ୍ୟ ରଖିଛି।
ଭାରତୀୟ ବଜାରରେ ଏହା ଲଞ୍ଚ୍ ହେବ କି ନାହିଁ, ସେ ନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
