Suspense Grows Over Missing CMO Files: ଧରାପଡ଼ିଗଲା କି CMOରୁ ଫାଇଲ୍ ଗାୟବର ମାଷ୍ଟରମାଇଣ୍ଡ ?

Jul 22, 2026 - 19:36
Suspense Grows Over Missing CMO Files: ଧରାପଡ଼ିଗଲା କି CMOରୁ ଫାଇଲ୍ ଗାୟବର ମାଷ୍ଟରମାଇଣ୍ଡ ?

ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ CMOରୁ ଦୁଇ ଗୁରୁତ୍ବପୂର୍ଣ୍ଣ ତଦନ୍ତ ଫାଇଲ୍ ଗାୟବ ଘଟଣାକୁ ନେଇ ବଢିଲା ସସ୍ପେନ୍ସ। ତଦନ୍ତର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୋଲିସ୍ କମିଶନର କରିଛନ୍ତି ଅବଗତ। ପୋଲିସ କମିଶନର ଓ ଡିସିପି ତଦନ୍ତ ସଂପର୍କରେ ଦେଇଛନ୍ତି ରିପୋର୍ଟ। ଫାଇଲ୍ ଗାଏବ୍ ମାମାରେ କେତେବାଟ ଯାଇଛି ତଦନ୍ତ? କେଉଁ କେଉଁମାନେ ସନ୍ଦେହ ଘେରରେ ଅଛନ୍ତି? ଫାଇଲ୍ ଗାଏବ ପଛରେ ରହିଛି କି ଷଡଯନ୍ତ୍ର? ଏନେଇ ତଦନ୍ତ କେତେବାଟ ଗଲା ସେ ସଂପର୍କରେ CMOକୁ ରିପୋର୍ଟ ପ୍ରଦାନ କରିଛନ୍ତି।.. ଏହାରି ଭିତରେ ଫାଇଲ୍  ଗାୟବ ଘଟଣାକୁ ନେଇ କ୍ୟାପିଟାଲ୍ ଥାନାରେ ହାଜର ହେବା ପାଇଁ ଯେଉଁ ସମୟ ଦିଆଯାଇଥିଲା, ତାହା ଆଜି ପୂରି ଯାଇଛି। ହେଲେ ଥାନାରେ ହାଜର ହୋଇନାହାନ୍ତି ପୂର୍ବତନ ଆଇଏଏସ୍ ତଥା ପୂର୍ବତନ ପ୍ରମୁଖ ସଚିବ ରାଜେଶ ବର୍ମା। ପୋଲିସ୍ କହିଛି, ତାଙ୍କୁ ପୁଣିଥରେ ନୋଟିସ୍ କରାଯିବ। ଯଦି ସେ ହାଜର ନ ହୁଅନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ୧୮ ତାରିଖରେ ଏହି ମାମଲାରେ ପୂର୍ବତନ ଆଇଆରଟିଏସ୍ ଅଫିସର ମନୋଜ ମିଶ୍ର ଥାନାରେ ହାଜର ହୋଇ ନିଜର ବୟାନ ଦାଖଲ କରିସାରିଛନ୍ତି। 

ସେପଟେ ଘଟଣାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବୟାନ ସସ୍ପେନ୍ସକୁ ଆହୁରି ବଢାଇ ଦେଇଛି। ମନ୍ତ୍ରୀଙ୍କ କହିବା ଅନୁସାରେ ଫାଇଲ୍ ଗାୟବକୁ ନେଇ ଗଣମାଧ୍ୟମରେ ଯେଉଁମାନଙ୍କ ନାଁ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରୁ ଅନେକ ଅସୁସ୍ଥ ଥିବା ଦର୍ଶାଇଛନ୍ତି। ସେମାନଙ୍କ ସୁସ୍ଥତାକୁ ଅପେକ୍ଷା କରାଯାଇଛି। ସେମାନେ ସୁସ୍ଥ ହେଲେ ଜଣାପଡ଼ିିବ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାହାରି କେତେ ହାତ ହୋଇ କୁଆଡ଼େ ଯାଇଛି। ଯେଉଁ ବ୍ୟକ୍ତିଙ୍କ ହାତରେ ଶେଷ ଥର ଲାଗି ଫାଇଲ୍ ଥିଲା, ତାଙ୍କୁ ହିଁ ଏହାର ଉତ୍ତର ଦେବାକୁ ପଡ଼ିବ। ଏଠି ପ୍ରଶ୍ନ, କିଏ ସେ ବ୍ୟକ୍ତି ଯିଏ ତଦନ୍ତ ନାଁ ଶୁଣି ଅସୁସ୍ଥ ହୋଇପଡିଛନ୍ତି? ଫାଇଲ୍ ଗାୟବ ପଛରେ ରହିଛି କେ ସେମାନଙ୍କ ହାତ?

୨୦୨୪ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବା ଦିନ ସିଏମ୍ଓରୁ ସବୁ ଫାଇଲ୍ ଗୃହ ବିଭାଗକୁ ଫେରିଥିଲା। କିନ୍ତୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ତା ପରବର୍ତ୍ତୀ ଦଙ୍ଗା ଉପରେ ଜଷ୍ଟିସ୍ ନାଇଡୁ କମିଶନ୍ଙ୍କ ତଦନ୍ତ ରିପୋର୍ଟ ଏବଂ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଘଟିଥିବା  ଅଗ୍ନିକାଣ୍ଡର RDC ତଦନ୍ତ ରିପୋର୍ଟ ସିଏମ୍ଓରୁ ଗୃହ ବିଭାଗକୁ ଫେରିନଥିଲା। ଉଦ୍ଦେଶ୍ୟମୂଳକ ଭାବେ ପ୍ରମାଣ ଲୁଚାଇବା ଏ ଦୁଇ ଫାଇଲକୁ ନଷ୍ଟ କରିଦିଆଯାଇଥିବା ସନ୍ଦେହ କରାଯାଉଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।