Anurag Jain Appointed NITI Aayog CEO: ଅନୁରାଗ ଜୈନ୍ ନୀତି ଆୟୋଗର ନୂଆ CEO, ୨ ବର୍ଷ ପାଇଁ ନିଯୁକ୍ତ
ବରିଷ୍ଠ ଆଇଏଏସ୍ ଅଫିସର ଅନୁରାଗ ଜୈନ୍ ନୀତି ଆୟୋଗର ନୂଆ ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଭାବେ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ତାଙ୍କୁ ୨ ବର୍ଷ ପାଇଁ ଏହି ଦାୟିତ୍ୱ ଦେଇଛନ୍ତି। କ୍ୟାବିନେଟ୍ର ନିଯୁକ୍ତି କମିଟି (ACC) ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।
ଅନୁରାଗ ଜୈନ୍ଙ୍କ ପାଖରେ ପାଖାପାଖି ୪୦ ବର୍ଷର ପ୍ରଶାସନିକ ଅଭିଜ୍ଞତା ରହିଛି। ସେ କେନ୍ଦ୍ର ଓ ମଧ୍ୟପ୍ରଦେଶ ସରକାରଙ୍କ ଅଧୀନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଭିତ୍ତିଭୂମି ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ସୁଶାସନ କ୍ଷେତ୍ରରେ ସେ ଅନେକ ପଦକ୍ଷେପ ନେଇଛନ୍ତି।
ନୀତି ଆୟୋଗରେ ସେ ଦେଶରେ ସହଯୋଗୀ ଓ ପ୍ରତିଯୋଗିତାମୂଳକ ଫେଡେରାଲିଜିମ୍କୁ ସେ ଆଗକୁ ନେବେ। ତଥ୍ୟ ଓ ପ୍ରମାଣ ଆଧାରରେ ନୂଆ ନୀତି ନିର୍ଦ୍ଧାରଣ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଏଥିସହିତ କେନ୍ଦ୍ର ସରକାରଙ୍କ ପ୍ରମୁଖ ବିକାଶମୂଳକ ଲକ୍ଷ୍ୟଗୁଡ଼ିକୁ ସଫଳତାର ସହ କାର୍ଯ୍ୟକାରୀ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।