Supremecourt: ସୁପ୍ରିମକୋର୍ଟରେ ଇଥାନଲ୍‌ ମିଶ୍ରଣ ପ୍ରସଙ୍ଗର ଶୁଣାଣି ସୋମବାର

Aug 29, 2026 - 20:56
Supremecourt: ସୁପ୍ରିମକୋର୍ଟରେ ଇଥାନଲ୍‌ ମିଶ୍ରଣ ପ୍ରସଙ୍ଗର ଶୁଣାଣି ସୋମବାର

"ନୂଆଦିଲ୍ଲୀ: ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ୩୧ ତାରିଖ (ସୋମବାର) କରିବେ।

ଦେଶରେ ପେଟ୍ରୋଲ ପମ୍ପଗୁଡ଼ିକର ନୋଜଲ୍‌ ଏବଂ ପେଟ୍ରୋଲ ବିଲ୍‌ରେ ଇଥାନଲ୍‌ର ସଠିକ୍‌ ମାତ୍ରା ଉଲ୍ଲେଖ ନେଇ ଜନସ୍ବାର୍ଥ ମାମଲାରେ ଆବେଦନ କରାଯାଇଛି।

ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ଏମ୍‌ଏମ୍‌ ସୁନ୍ଦରେଶ ଓ ବିଚାରପତି ପ୍ରସନ୍ନା ବି ବରାଲେ କରିବେ।

ପେଟ୍ରୋଲ ପମ୍ପରେ ଗାଡ଼ିରେ ତେଲ ପକାଇବା ପାଇଁ ଉପଯୋଗ କରାଯାଉଥିବା ପ୍ରତ୍ୟେକ ନୋଜଲ୍‌ରେ ଇଥାନଲ୍‌ର ପ୍ରତିଶତ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ପାଇଁ ପ୍ରାର୍ଥନା କରାଯାଇଛି।Advertisment ଆହୁରି ପଢନ୍ତୁ; China warns: ଚୀନ୍‌ର ସତର୍କ ସୂଚନା: ଯେକୌଣସି ମୁହୂର୍ତ୍ତରେ ଫାଟିପାରେ କୃତ୍ରିମ ହ୍ରଦ ଏଥିସହିତ ପେଟ୍ରୋଲ କ୍ରୟ ସମୟରେ ଗ୍ରାହକଙ୍କୁ ମିଳୁଥିବା ରସିଦରେ ଏହା ନିଶ୍ଚିତ ଭାବେ ଉଲ୍ଲେଖ ରହିବା ଆବଶ୍ୟକ ଯେ ସେଥିରେ ‌କେତେ ପ୍ରତିଶତ ଇଥାନଲ୍‌ ମିଶିଛି।

ଗାଡ଼ିଗୁଡ଼ିକ ଇ୨୦ କିମ୍ବା ଅନ୍ୟ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ ବ୍ୟବହାର ପାଇଁ ଅନୁକୂଳ କି ନୁହେଁ ତାହା ଜାଣିବା ନିମନ୍ତେ ସରକାର ଏକ ଅନଲାଇନ୍‌ ଡାଟାବେସ୍‌ ପ୍ରସ୍ତୁତ କରନ୍ତୁ ଯେଉଁଥିରେ ଗାଡ଼ି ନିର୍ମାତା, ମଡେଲ, ଇଞ୍ଜିନର ପ୍ରକାର ଏବଂ ନିର୍ମାଣ ବର୍ଷ ଅନୁସାରେ ଗାଡ଼ି ଖୋଜିବା ସହଜ ହେବ।

ଇ୨୦ ପେଟ୍ରୋଲର ପ୍ରଭାବ ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଆବେଦନ କରାଯାଇଛି।

ଏହି କମିଟିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ପ୍ରତିନିଧି, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରତିନିଧି, ଭାରତୀୟ ମାନକ ବ୍ୟୁରୋର ପ୍ରତିନିଧି ଏବଂ ସ୍ବତନ୍ତ୍ର ଅଟୋମୋବାଇଲ ଇଞ୍ଜିନିୟର୍ସ ରହିବା ଆବଶ୍ୟକ।

ଏମାନେ ବିଭିନ୍ନ ଦିଗର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)