Welcome!

Unlock your personalized experience.
Sign Up

Supremecourt: ବିକ୍ଷୋଭ ନା ବ୍ୟବସାୟ, ସବୁ ଦିଗକୁ ବିଚାର କରିବାକୁ ପଡ଼ିବ: ସୁପ୍ରିମ୍‌କୋର୍ଟ

Oct 16, 2026 - 22:59
Supremecourt: ବିକ୍ଷୋଭ ନା ବ୍ୟବସାୟ, ସବୁ ଦିଗକୁ ବିଚାର କରିବାକୁ ପଡ଼ିବ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର କନ୍ନଟ୍‌ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରସ୍ତାବିତ ତ୍ରିରଙ୍ଗା ପଦଯାତ୍ରା ଏବଂ ଏହାକୁ ନେଇ ପାର୍କ ବନ୍ଦ ରଖିବା ନିଷ୍ପତ୍ତି ବିରୋଧରେ ଦାଖଲ ଆବେଦନ ଉପରେ ଶୁକ୍ରବାର ସୁପ୍ରିମ୍‌କୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ତେବେ ବିକ୍ଷୋଭ ଯୋଗୁଁ ଯଦି ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୁଅନ୍ତି, ତେବେ କ୍ଷତିପୂରଣ ଦେବା ଲାଗି ଅଦାଲତ ନିଜ କ୍ଷମତା ପ୍ରୟୋଗ କରିବେ ବୋଲି ସଙ୍କେତ ଦେଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି, ସମସ୍ତେ ବୁଦ୍ଧିମତ୍ତାର ପରିଚୟ ଦେବେ ବୋଲି ଆଶା। ପାର୍ବଣ ଋତୁରେ ଛୋଟ ଦୋକାନୀମାନେ ବ୍ୟବସାୟରୁ ପରିବାର ଚଳାଇଥାନ୍ତି। ଏପରି ସମୟରେ ବ୍ୟବସାୟ ବାଧାପ୍ରାପ୍ତ ହେଲେ ଅନେକ ପରିବାର ଆର୍ଥିକ ସମସ୍ୟାରେ ପଡ଼ିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଦିଲ୍ଲୀ କିରାନା କମିଟି ଓ ଦିଲ୍ଲୀ ଆଇରନ୍‌ ଆଣ୍ଡ୍‌ ହାର୍ଡୱେର୍‌ ମର୍ଚ୍ଚାଣ୍ଟ୍‌ ଆସୋସିଏସନ୍‌ ପକ୍ଷରୁ ଏହି ଆବେଦନ ଦାଖଲ ହୋଇଥିଲା। ବ୍ୟବସାୟୀଙ୍କ ପକ୍ଷରୁ ଓକିଲ ଜୟ ଅନନ୍ତ ଦେହଦ୍ରାଇ ମାମଲାର ଜରୁରି ଶୁଣାଣି ପାଇଁ ଅନୁରୋଧ କରିଥିଲେ। ପ୍ରସ୍ତାବିତ ବିକ୍ଷୋଭ ଓ ପାର୍କ ବନ୍ଦ ନିଷ୍ପତ୍ତି ଯୋଗୁଁ କନ୍ନଟ୍‌ ପ୍ଲେସ୍‌ରେ ଦୈନିକ ୨୦୦ କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହୋଇପାରେ ବୋଲି ସେ ଯୁକ୍ତି ଦେଇଥିଲେ। ଅକ୍ଟୋବର ୧୦ରୁ ବ୍ୟବସାୟୀଙ୍କ ମୋଟ୍ କ୍ଷତି ୨,୦୦୦ କୋଟି ଟଙ୍କା ହୋଇଥିବା ଆବେଦନରେ ଦାବି କରାଯାଇଛି।

ଆହୁରି ପଢନ୍ତୁ: LK Advan: ହସ୍ପିଟାଲରେ ଭର୍ତ୍ତି ‌ହେଲେ ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡଭାନୀ

ବିଚାରପତି ବାଗ୍‌ଚୀ କହିଥିଲେ, ବିକ୍ଷୋଭ କରିବାକୁ ଚାହୁଥିବା ଲୋକ, ବାଦାମ ବିକି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ ଏବଂ ଆଇନଶୃଙ୍ଖଳା ରକ୍ଷା କରୁଥିବା କର୍ତ୍ତୃପକ୍ଷଙ୍କ ସ୍ବାର୍ଥ ପରସ୍ପର ସହ ଜଡ଼ିତ। ତେଣୁ ସମସ୍ତ ଦିଗକୁ ଏକାଠି ବିଚାର କରିବାକୁ ହେବ। ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଶୁକ୍ରବାର ସନ୍ଧ୍ୟାରେ ସେଣ୍ଟ୍ରାଲ ପାର୍କରେ ତ୍ରିରଙ୍ଗା ଧରି ଏକାଠି ହେବାକୁ ସମର୍ଥକଙ୍କୁ ଆହ୍ବାନ ଦେଇଥିଲେ। ଏହି ବିକ୍ଷୋଭ ଯୋଗୁଁ ବ୍ୟବସାୟ ବନ୍ଦ ହେବା ପ୍ରସଙ୍ଗରେ ତାଙ୍କ ଦଳ ସରକାରଙ୍କୁ ଦାୟୀ କରିଛି। ଅଦାଲତ ଆବେଦନର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୬ କିମ୍ବା ୨୭ରେ କରିବା ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)