Welcome!

Unlock your personalized experience.
Sign Up

Supreme Court: ସୁପ୍ରିମ୍‌କୋର୍ଟକୁ ରାଜନୀତି ଭିତରକୁ ଟାଣନ୍ତୁ ନାହିଁ: ସିଜେଆଇ ସୂର୍ଯ୍ୟକାନ୍ତ

Oct 12, 2026 - 20:43
Supreme Court: ସୁପ୍ରିମ୍‌କୋର୍ଟକୁ ରାଜନୀତି ଭିତରକୁ ଟାଣନ୍ତୁ ନାହିଁ: ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟକୁ ରାଜନୈତିକ ଲଢ଼େଇର ମଞ୍ଚ ହେବାକୁ ଦିଆଯିବ ନାହିଁ। ଅଦାଲତ ସମସ୍ତଙ୍କ ପାଇଁ ଖୋଲା ଏବଂ ପ୍ରତ୍ୟେକ ନାଗରିକଙ୍କର ନ୍ୟାୟ ପାଇଁ ଏହାର ଦ୍ୱାରସ୍ଥ ହେବାର ଅଧିକାର ରହିଛି। କିନ୍ତୁ ଅଦାଲତକୁ ରାଜନୀତି ଭିତରକୁ ଟାଣିବା ଉଚିତ ନୁହେଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ନେଇ ଆଲୋଚନା କରିବାକୁ ଇଣ୍ଡି ମେଣ୍ଟର ନେତାମାନେ ସିଜେଆଇଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ। 

ରବିବାର ତାଙ୍କୁ ଏକ ଚିଠି ମିଳିଥିବା ଏବଂ ସେହି ରାତିରେ ଅନୁରୋଧର ଉତ୍ତର ଦେଇଥିବା ସେ କହିଛନ୍ତି। ସିଜେଆଇ କହିଛନ୍ତି, ସାଧାରଣ ନାଗରିକ ହୁଅନ୍ତୁ କିମ୍ବା ନିର୍ବାଚିତ ସଂସ୍ଥାର ସଦସ୍ୟ, ସମସ୍ତେ ଅଦାଲତରେ ଆବେଦନ କରିପାରିବେ। ଆଇନ ଅନୁଯାୟୀ ଅଭିଯୋଗର ବିଚାର କରାଯିବ। ତେବେ ପ୍ରତିବାଦ ପାଇଁ ନିର୍ଦ୍ଧାରିତ ସ୍ଥାନ ରହିଛି ଏବଂ ସେଠାରେ ଆଇନ ଅନୁଯାୟୀ ଆନ୍ଦୋଳନ କରାଯିବା ଉଚିତ।

ରାଜନୈତିକ ଲଢ଼େଇର ମଞ୍ଚ

ଏପଟେ, ସୁପ୍ରିମ୍‌କୋର୍ଟରେ ଶୁଣାଣି ସମୟରେ ବାର୍‌ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ ଓକିଲ ପ୍ରଦୀପ ରାୟ ପ୍ରତିବାଦ ବେଳେ ଓକିଲଙ୍କୁ ଅଟକ ରଖିବା ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରାଯିବା ସମ୍ପର୍କିତ ଆବେଦନର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ଅନ୍ୟ ବରିଷ୍ଠ ଓକିଲମାନେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଓ କଟକଣା ସମ୍ପର୍କରେ ଅଭିଯୋଗ ଉଠାଇଥିଲେ। ତେବେ ଏହି ଅଭିଯୋଗ ଉପରେ ଏହି ପର୍ଯ୍ୟାୟରେ ମନ୍ତବ୍ୟ ଦେବାକୁ ସିଜେଆଇ ମନା କରିଥିଲେ। 

Government Health Helpline: ମାଗଣା ଚିକିତ୍ସା ଓ ଶସ୍ତା ଔଷଧ ପାଇଁ ସାହାଯ୍ୟରେ ଆସିବ ୨ଟି ହେଲ୍ପଲାଇନ୍‌ ନମ୍ବର

ସୋମବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ, ଯୁବକ ଓ ସାମାଜିକ ସଂଗଠନଗୁଡ଼ିକ ସୁପ୍ରିମ୍‌କୋର୍ଟ ଅଭିମୁଖେ ପଦଯାତ୍ରା କରିଥିଲେ। ଅଦାଲତର କାର୍ଯ୍ୟରେ ବାଧା ନ ଦେବା ଏବଂ ଓକିଲ, କର୍ମଚାରୀ ଓ ମାମଲା ସହ ଜଡ଼ିତ ପକ୍ଷଙ୍କ ଯାତାୟାତ ପ୍ରଭାବିତ ନ ହେବା ଉପରେ ସିଜେଆଇ ଗୁରୁତ୍ୱ ଦେଇଛନ୍ତି। ପ୍ରତିବାଦ ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ମଙ୍ଗଳବାର ହେବାକୁ ଥିବାରୁ ଅଦାଲତର କାର୍ଯ୍ୟ ସ୍ୱାଭାବିକ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)