Supreme Court:ନବମ ଶ୍ରେଣୀରେ ତୃତୀୟ ଭାଷା ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇବ
"ନୂଆଦିଲ୍ଲୀ: ନବମ ଶ୍ରେଣୀରେ ତୃତୀୟ ଭାଷା ପ୍ରଚଳନ କରିବା ଉପରେ ଗୁରୁବାର ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅନୁଯାୟୀ ନବମ ଶ୍ରେଣୀରେ ତୃତୀୟ ଭାଷା ପ୍ରଚଳନ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସମୟରେ ସେମାନଙ୍କ ଉପରେ ଅଯଥା ଚାପ ପଡ଼ିବ।
ବିଚାରପତି ବିଭି ନାଗରତ୍ନା ଓ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରକୁ ୯ମ ଶ୍ରେଣୀ ସ୍ତରରେ ତୃତୀୟ ଭାଷା ପ୍ରଚଳନ ନକରିବାକୁ ମୌଖିକ ଭାବରେ କହିଛନ୍ତି।Advertisment ଆହୁରି ପଢନ୍ତୁ:Cricket: ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ୩ ଶତକ ଖଣ୍ଡପୀଠ କହିଛନ୍ତି ଯେ, ତୃତୀୟ ଭାଷାକୁ ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରେ ହିଁ ପ୍ରଚଳନ କରାଯିବା ଉଚିତ, ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ଏହାକୁ ଅଧିକ ପ୍ରଭାବଶାଳୀ ଭାବରେ ପଢ଼ି ପାରିବେ।
ଖଣ୍ଡପୀଠ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜବାହାର ନବୋଦୟ ବିଦ୍ୟାଳୟ (ଜେଏନ୍ଭି) ପ୍ରତିଷ୍ଠା କରିବା ପାଇଁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ତାମିଲନାଡୁ ସରକାରଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିବା ସମୟରେ ଏହି ରାୟ ଦେଇଥିଲେ।
ବିଦ୍ୟାଳୟଗୁଡ଼ିକରେ ଗ୍ରହଣ କରାଯାଇଥିବା ତିନି ଭାଷା ନୀତି ସମ୍ପର୍କରେ ଚିନ୍ତା ପ୍ରକଟ କରି ତାମିଲନାଡୁ ସରକାର ରାଜ୍ୟରେ ଜେଏନ୍ଭି ପ୍ରତିଷ୍ଠାକୁ ନିରନ୍ତର ବିରୋଧ କରିଆସୁଛନ୍ତି।
ଆହୁରି ପଢନ୍ତୁ:Rath Yatra In Koraput: ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ଅନନ୍ୟ ପରମ୍ପରା ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ତିନିଭାଷା ନୀତି ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ।
କୋର୍ଟ କହିଛନ୍ତି ଯେ, ଭାଷା ଶିଖିବା କେବେବି ଅପଚୟ ନୁହେଁ।
ସିବିଏସ୍ଇର ତିନି-ଭାଷା ନୀତିକୁ ନେଇ ବୁଧବାର ସୁପ୍ରିମ୍କୋର୍ଟରେ ହୋଇଥିବା ଶୁଣାଣି ସମୟରେ ଇଂରାଜୀ ଭାଷାକୁ ସ୍ୱଦେଶୀ ଭାଷା ଭାବେ ବିବେଚନା କରାଯାଇପାରିବ କି ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ।
ଏହା ସହିତ ନୀତି କାର୍ଯ୍ୟକାରୀ କରିବାରେ ଥିବା ଚ୍ୟାଲେଞ୍ଜ ସମ୍ପର୍କରେ ୧୦ ଦିନ ମଧ୍ୟରେ ସରକାର ଓ ସିବିଏସ୍ଇ ଠାରୁ ଜବାବ ମାଗିଥିଲେ।
ଏହି ମାମଲାର ଶୁଣାଣି ୧୪ ଦିନ ପରେ ଜୁଲାଇ ୨୯ ତାରିଖରେ କରାଯିବ।
ଆହୁରି ପଢନ୍ତୁ:Rath Yatra In Koraput: ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ଅନନ୍ୟ ପରମ୍ପରା ପ୍ରକୃତରେ ତିନିଭାଷା ନୀତି ଚଳିତ ୨୦୨୬-୨୭ ଅଧିବେଶନରୁ କାର୍ଯ୍ୟକାରୀ କରାଯାଇଛି।
ନୂତନ ନୀତି ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ଦୁଇଟି ଭାରତୀୟ ଭାଷା ଓ ଗୋଟିଏ ବିଦେଶୀ ଭାଷା ପଢ଼ିବାକୁ ପଡିବ।
ଫଳସ୍ୱରୂପ, ସେମାନଙ୍କୁ ପଞ୍ଚମ ଶ୍ରେଣୀରୁ ପଢ଼ୁଥିବା ଭାଷାଗୁଡ଼ିକୁ ପରିତ୍ୟାଗ କରିବାକୁ ପଡିବ।
ଆବେଦନକାରୀମାନେ ଯୁକ୍ତି ଦେଇଥିଲେ ଯେ, ସିବିଏସ୍ଇ ଉପଯୁକ୍ତ ପ୍ରସ୍ତୁତି ବିନା ତିନିଭାଷା ନୀତି କାର୍ଯ୍ୟକାରୀ କରିଛି।
ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ଶିକ୍ଷକ, ପୁସ୍ତକ ଓ ଆବଶ୍ୟକୀୟ ଶୈକ୍ଷିକ ଭିତ୍ତିଭୂମିର ଅଭାବ ରହିଛି, ଯାହା ଛାତ୍ର ଓ ଶିକ୍ଷକ ଉଭୟଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।