Sundargarh: ସୁନ୍ଦରଗଡ଼ରେ ସୁଷମଖାଦ୍ୟ ବଣ୍ଟନ ପ୍ରହସନ: ଅପପୁଷ୍ଟିରେ ଶିକାର ୨,୮୪୫ ଶିଶୁ

Jul 24, 2026 - 08:59
Sundargarh: ସୁନ୍ଦରଗଡ଼ରେ ସୁଷମଖାଦ୍ୟ ବଣ୍ଟନ ପ୍ରହସନ: ଅପପୁଷ୍ଟିରେ ଶିକାର ୨,୮୪୫ ଶିଶୁ

"ରାଉରକେଲା(ମଳୟ ରଞ୍ଜନ ସାହୁ): ଭିଟାମିନଯୁକ୍ତ ଛତୁଆ, ସ୍ପିରୁଲିନା ଲଡ଼ୁ ଓ ଅଣ୍ଡା ସୁନ୍ଦରଗଡ଼ରେ ରୋକିପାରୁନି ଅପପୁଷ୍ଟି।

କେବଳ ଏତିକି ନୁହେଁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଓ ସରକାରଙ୍କ ବିଭିନ୍ନ ଯୋଜନାରେ ଶିଶୁମାନଙ୍କ ବିକାଶ ପାଇଁ ପାଣି ବୋହିଲାପରି ଅର୍ଥଖର୍ଚ୍ଚ ହେଉଥିଲେ ହେଁ, ଦିନକୁ ଦିନ ଜିଲ୍ଲାରେ ୬ମାସରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ଅପପୁଷ୍ଟିରେ ଶିକାର ହେଉଛନ୍ତି।

ଉପାନ୍ତ ବ୍ଲକ ସ୍ଥିତି ଆହୁରି ସଙ୍ଗିନ।

କାହାର ବୟସ ଅନୁଯାୟୀ ଓଜନ୍‌ କମ୍‌ ତ" ପୁଣି କିଏ ଅତିଶୟ ଅପପୁଷ୍ଟିର ଶିକାର।

କିଏ ଚାଲିପାରୁନି ତ" ଅନ୍ୟ କିଏ ଶେଯରୁ ଉଠିପାରୁନି।

ବିଶ୍ରା, କୁଆରମୁଣ୍ଡା, ବଣାଇ ଏମିତିକି ସ୍ମାଟିସିଟି ରାଉରକେଲାସହରରେ ସର୍ବାଧିକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି।Advertisment  ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ଏମିତି ତଥ୍ୟ ସୁଷମଖାଦ୍ୟ ବଣ୍ଟନର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୨ ହଜାର ୮୪୫ରୁ ଅଧିକ ଶିଶୁ (୬ ମାସରୁ ୬ ବର୍ଷ) ଅପପୁଷ୍ଟିର ଶିକାର ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ପ୍ରାୟ ୨୦%ରୁ ଅଧିକ ଶିଶୁ ଗୁରୁତର ଅପପୃଷ୍ଟିର ଆକ୍ରାନ୍ତ।

କୁଆରମୁଣ୍ଡା ବ୍ଲକରେ ମୋଟ ୪୧୬ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି।

କେବଳ ୫୫ ଶିଶୁ ଅତିଶୟ ଅପପୁଷ୍ଟି ଓ ୧୫୩ ଶିଶୁଙ୍କର ବୟସଠୁ ଓଜନ ବହୁତ କମ୍‌ ରହିଛି।

ବଣାଇରେ ୩୩୧ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି।

୩୩ ଶିଶୁ ଅତିଶୟ ଅପପୁଷ୍ଟିରେ ଆକ୍ରାନ୍ତ ଓ ୮୭ ଶିଶୁ ସେମାନଙ୍କ ବୟସଠୁ ଓଜନ ବହୁତ କମ୍‌ ରହିଛି।

ରାଉରକେଲାରେ ସ୍ଥିତି ଆହୁରି ସଙ୍ଗିନ ବିଶ୍ରା ବ୍ଲକରେ ମୋଟ ୨୪୫ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି।

୩୪ ଶିଶୁ ଅତିଶୟ ଅପପୁଷ୍ଟିରେ ଆକ୍ରାନ୍ତ ଥିବାବେଳେ ୮୯ ଶିଶୁଙ୍କ ଓଜନ ବୟସଠୁ ଢ଼େର କମ୍‌ ରହିଛି।‌ ଲେଫ୍ରିପଡା ବ୍ଲକରେ ୧୭୩ ଅପପୁଷ୍ଟି ଶିଶୁଙ୍କ ମଧ୍ୟରୁ ୨୧ ଶିଶୁ ଅତିଶୟ ଅପପୁଷ୍ଟି ଓ ୭୩ ଶିଶୁ ଓଜନ ବସୟଠୁ ଢ଼େର କମ୍‌ ରହିଛି।

ଲହୁଣିପଡରେ ୩୯ ଶିଶୁ ଅତିଶୟ ଅପପୁଷ୍ଟି,୧୦୭ ଶିଶୁଙ୍କ ଓଜନ ବହୁତ କମ୍‌ ରହିଛି।

ନୂଆଗାଁ ବ୍ଲକରେ ମୋଟ ୧୧୫ ଶିଶୁ ଅପପୁଷ୍ଟିରେ ଶିକାର ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୨୮ ଶିଶୁଙ୍କ ଓଜନ କମ୍‌ ଓ ୧୧ ଶିଶୁ ଅତିଶୟ ଅପପୁଷ୍ଟିର ଶିକାର।

ସ୍ମାର୍ଟସିଟି ରାଉରକେଲାରେ ସ୍ଥିତି ଆହୁରି ସଙ୍ଗିନ।

ସହରରେ ମୋଟ ୩୬୧ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି।

ସେମିତି ବାଲିଶଙ୍କରା ବ୍ଲକରେ ୪୭, ବୀରମିତ୍ରପୁର ପୌରପାଳିକାରେ ୭୯, କୋଇଡ଼ାରେ ୧୧୦, ସବ୍‌ଡେଗାରେ ୨୩୧, ରାଜଗାଙ୍ଗପୁର ବ୍ଲକରେ ୭୧ ଓ ଟାଙ୍ଗରପାଲିରେ ୫୦ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି।

CJP: ସିଜେପି ଆନ୍ଦୋଳନରେ ବିଦେଶୀ ପାଣ୍ଠି ଅଭିଯୋଗ, ଏନ୍‌ଆଇଏ ତଦନ୍ତ ଆବେଦନର ଶୁଣାଣି ଆଜି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।