CJP Nationwide Protest: ଦେଶବ୍ୟାପୀ ‘ସିଜେପି’ର ଆନ୍ଦୋଳନ ଆହ୍ବାନ
"ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି) ଆଜି ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ବାନ କରିଛି।
ଏହାରି ମଧ୍ୟରେ ସୋନମ ୱାଙ୍ଗ୍ଚୁକ ୨୬ଦିନ ପରେ ଆମରଣ ଅନଶନ ଶେଷ କରିଛନ୍ତି।
ସରକାର ତାଙ୍କୁ ଅନେକ ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଡ଼ାକାର୍ଯ୍ୟାନୁଷ୍ଠାନ ନେଇ ଭରସା ଦେଇଛନ୍ତି।Advertisment ସିଜେପି ଦୀର୍ଘ ସମୟ ହେଲା ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି ନେଇ ଆନ୍ଦୋଳନ ଜାରି ରଖିଛି।
ସଂଗଠନ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଇଛି।
ଜୁଲାଇ ୨୦ରେ ଯେତେବେଳେ ପ୍ରଦର୍ଶନକାରୀମାନେ ସଂସଦ ଅଭିମୁଖେ ଅଗ୍ରସର ହେଉଥିଲେ, ସେହି ସମୟରେ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ।
ଏହି ସମୟରେ ଅନେକ ପ୍ରଦର୍ଶନକାରୀ ଆହତ ହୋଇଥିଲେ।
୧୧୮ ଜଣ ପୁଲିସ କର୍ମଚାରୀମଧ୍ୟ ଆଘାତ ପାଇଥିଲେ।
ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ପେପର ଲିକ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ପ୍ରଦର୍ଶନସ୍ଥଳ ପରିଦର୍ଶନ କରିଛନ୍ତି।
ସେମାନେ ଛାତ୍ରଗୋଷ୍ଠୀଙ୍କୁ ସମର୍ଥନ ଜଣାଇଛନ୍ତି।
ଅନ୍ୟପଟରେ କଂଗ୍ରେସ ଉପରେ ଛାତ୍ର ଆନ୍ଦୋଳନର ରାଜନୈତିକ ଲାଭ ଉଠାଇବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି।
ସିଜେପି ଏବେ ଜୁଲାଇ ୨୪ରେ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ଅପିଲ କରିଛନ୍ତି।
ଦିଲ୍ଲୀ, ମୁମ୍ବାଇ, ପାଟନା ଭଳି ସହରରେ ଛାତ୍ରମାନେ କ୍ରମାଗତ ଭାବେ ପ୍ରଦର୍ଶନ କରିଛନ୍ତି।
ଜନ୍ତରମନ୍ତରରେ କକ୍ରୋଚ ଜନତା ପାର୍ଟିର ପ୍ରଦର୍ଶନ କାରଣରୁ ଦିଲ୍ଲୀର ଅନେକ ପ୍ରମୁଖ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମ୍ଆରସି) କହିଛି, ଆଜି ମଧ୍ୟ ଅନେକ ମେଟ୍ରୋ ଷ୍ଟେସନ ବନ୍ଦ ରହିବ।
ଏହି ଷ୍ଟେସନଗୁଡ଼ିକ ଶୁକ୍ରବାର ସକାଳ ସାଢ଼େ ୭ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।
ମାତ୍ର ରାଜୀବ ଛକ, ମଣ୍ଡି ହାଉସ ଏବଂ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନ ଉପରେ ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।