Sujata Karthikeyan Arrives At Sankha Bhawan: ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା କାର୍ତ୍ତିକେୟନ
ବିଜେଡିରେ ମିଶିବେ ପାଣ୍ଡିଆନଙ୍କ ପତ୍ନୀ। ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା କାର୍ତ୍ତିକେୟନ। ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଶଙ୍ଖ ଭବନରେ ବିଜେଡିର ବୈଠକ। ଶଙ୍ଖ ଭବନରେ ବିଜୁ ଜନତା ଦଳର ବଡ଼ ବୈଠକ ବସିବ। ବିଜେଡିର ଜଣକ ପରେ ଜଣେ ନେତା ଆସି ପହଞ୍ଚିଛନ୍ତି।
ବରିଷ୍ଠ ବିଜେଡି ନେତା ସୁଲତା ଦେଓ, ଟୁକୁନି ସାହୁ, ଚନ୍ଦ୍ରଶେଖର ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମନାଭ ବେହେରା, ବିଧାୟକ ଧ୍ରୁବ ସାହୁ ଆସି ପହଞ୍ଚିଛନ୍ତି। ଆଜି ଦଳର ସଭାପତି ଆମକୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ପାଇଁ ଡାକିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପଦ୍ମନାଭ ବେହେରା।ବିଜେଡିରେ ଆଜି ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଲାଗି ରହିଛି। ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ନବୀନ ପଟ୍ଟନାୟକ।