Suicide case ବିବାହିତ ଯୁବକଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

ମାଲକାନଗିରି: ମାଲକାନଗିରି ସ୍ଥିତି ଏମଭି-୨ରେ ଜଣେ ବିବାହିତ ଯୁବକ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ପାରିବାରିକ ବିବାଦରୁ ଏଭଳି ଘଟିଥିବା ଶୁଣିବାକୁ ମିଳିଛି।
ସୂଚନାନୁସାରେ, ନରେଶ ପଣ୍ଡା ନିଜର ପତ୍ନୀ ଓ ୭ ବର୍ଷର ଝିଅ ସହ ରହୁଥିଲେ। ଗତକାଲି ତାଙ୍କର ପତ୍ନୀଙ୍କ ସହ ବିବାଦ ହୋଇଥିଲା। ଏହାପରେ ପତ୍ନୀ ନିଜର ବାପାଘରକୁ ଚାଲିଯାଇଥିଲେ। ଆଜି ଘରକୁ ଫେରି ଦେଖିବା ବେଳେ ତାଙ୍କର ପତି ନରେଶଙ୍କ ଝୁଲନ୍ତା ମୃତଦେହକୁ ଦେଖିଥିଲେ। ପୁଲିସକୁ ସୂଚିତ କରିବା ପରେ ଫରେନ୍ସିକ୍ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।
NVS Student Suicide ଝୁଲନ୍ତା ଅବସ୍ଥାରେ ନବୋଦୟ ଛାତ୍ରଙ୍କ ମୃତଦେହ ଉଦ୍ଧାର
ନରେଶଙ୍କ ପତ୍ନୀ କହିଛନ୍ତି, ସେ ପୂର୍ବରୁ ସାମାନ୍ୟ କଥାରେ ଅନେକ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସେ ବୁଝାସୁଝା କରି ନିବୃତ୍ତ କରାଇଛନ୍ତି। ଗତକାଲି ସେ ଘରେ ନଥିଲେ, ଏହି ସମୟରେ ନରେଶ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷରେ, ପୁଲିସ କହିଛନ୍ତି, ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ସ୍ପଷ୍ଟ ହେବ।