Sudhir Patra Murder Case: ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା, ୧୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

Jul 21, 2026 - 16:36
Sudhir Patra Murder Case: ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା, ୧୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ବ୍ରହ୍ମପୁରର ବହୁଚର୍ଚ୍ଚିତ ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା, ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ଜେଏମଏଫ୍ ସି ରୁରାଲ କୋର୍ଟରେ ସୋମବାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ଦାଖଲ ହୋଇଥିବା ୫୫୨ ପୃଷ୍ଠାର ଚାର୍ଜସିଟ୍ ରେ ୬୮ ଜଣ ସାକ୍ଷୀଙ୍କ ବୟାନ ଏବଂ ୧୩ ଜଣ ଅଭିଯୁକ୍ତଙ୍କ ନାମ ସାମିଲ କରାଯାଇଛି।

ପୋଲିସ ତଦନ୍ତ ଅନୁସାରେ ମୃତକଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ର ଓ ତାଙ୍କ ପ୍ରେମିକ କାଳୁଚରଣ ପ୍ରଧାନ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୂର୍ଯ୍ୟ ପ୍ରତାପ ସିଂ ଓରଫ ଗୋଲୁ ମୁକେଶ ସାହୁ, ସୁମିତ ସିଂ ,ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା, ଜିତେନ ପଳାଇ, ଶୁଭମ ଗୌଡ଼ ଓ ଶୁଭମ ନାୟକଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଅଭିଯୁକ୍ତମାନେ ସୁଧୀର ପାତ୍ରଙ୍କୁ ଅପହରଣ କରି ୨ କୋଟି ଟଙ୍କା ମୁକ୍ତିପଣ ଦାବି କରିଥିଲେ। ଦାବି ପୂରଣ ନ ହେବାରୁ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ଚାର୍ଜସିଟ୍ ରେ ଉଲ୍ଲେଖ ରହିଛି।

ଅପହରଣ, ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଭଳି ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବାବେଳେ, ଆବଶ୍ୟକ ପଡ଼ିଲେ ତଦନ୍ତ ଆହୁରି ଜାରି ରହିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।..

ସୁଧୀର ହତ୍ୟା ମାମଲା: ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ
୧୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
ସୁଧୀର ହତ୍ୟାକାଣ୍ଡକୁ ନେଇ ଚାର୍ଜସିଟ୍ ରେ ବଡ଼ ଖୁଲାସା
୨ କୋଟି ଟଙ୍କାର ଡିମାଣ୍ଡ ପରେ ହତ୍ୟା!
ପୋଲିସ ଚାର୍ଜସିଟ୍ ରେ ସାମ୍ନାକୁ ଆସିଲା ଷଡ଼ଯନ୍ତ୍ର
ପୁତୁରା, ଝିଆରୀ ଓ ପ୍ରେମିକ ମୁଖ୍ୟ ଷଡ଼ଯନ୍ତ୍ରକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।