Subhadra Shakti: ସୁଭଦ୍ରା ଶକ୍ତି କ୍ଷେତ୍ରରେ ‘ଦେବଗଡ଼’ ପରିଚୟ ସୃଷ୍ଟି କରିଛି: ଉପମୁଖ୍ୟମନ୍ତ୍ରୀ

Jul 04, 2026 - 20:28
Subhadra Shakti: ସୁଭଦ୍ରା ଶକ୍ତି କ୍ଷେତ୍ରରେ ‘ଦେବଗଡ଼’ ପରିଚୟ ସୃଷ୍ଟି କରିଛି: ଉପମୁଖ୍ୟମନ୍ତ୍ରୀ

ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ମିସନ ଶକ୍ତି ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶସଶକ୍ତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଡିଏଲ୍ଏଫ୍, ବିଏଲ୍ଏଫ୍ ଓ ଜିପିଏଲ୍ଏଫ୍‌ଗୁଡ଼ିକର ସଦସ୍ୟାମାନଙ୍କ ସହ ସେମାନଙ୍କ ସଫଳତା ଓ ଅନୁଭୂତି ସମ୍ପର୍କରେ ଆଲୋଚନା କରିବା ସହ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ଆହୁରି ଗତିଶୀଳ କରିବା ଦିଗରେ ସେମାନଙ୍କ ଭୂମିକା ବାବଦରେ ଆଲୋକପାତ କରିଥିଲେ। ଏହାସହିତ ଦେବଗଡ଼ ଜିଲ୍ଲା ସୁଭଦ୍ରା ଶକ୍ତି କ୍ଷେତ୍ରରେ ଏକ ମଡେଲ ଜିଲ୍ଲା ଭାବେ ନିଜ ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ।

Congress Protests ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ’ଗୋ ବ୍ୟାକ୍‌’ କହିଲା କଂଗ୍ରେସ

ମିସନ ଶକ୍ତିର ନିର୍ଦ୍ଦେଶିକା ଡା.ମୋନିକା ପ୍ରିୟଦର୍ଶିନୀ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ଯୁଗ୍ମ ସଚିବ ମମତା ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହାପରେ ଉପସ୍ଥିତ ବ୍ଳକ ଫେଡେରେସନ ସଦସ୍ୟାଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ଅଞ୍ଚଳ ପାଇଁ ସେମାନଙ୍କ ଭିଜନ ସମ୍ପର୍କରେ ତଥ୍ୟ ଓ ପ୍ରସ୍ତାବ ସଂଗ୍ରହ କରିଥିଲେ। ମିସନ ଶକ୍ତିର ଡିପିଏମ ଶିଶିର ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ। ଏହି ସମ୍ମିଳନୀରେ ଦେବଗଡ଼ ଅନୁଗୁଳ ଓ ସୁନ୍ଦରଗଡ ଜିଲ୍ଲାର ଫେଡେରେସନର ସଦସ୍ୟା ଉପସ୍ଥିତ ଥିଲେ।