Subhadra Scheme: ସୁଭଦ୍ରା ଯୋଜନାକୁ ବିରୋଧ କରି ଜନସ୍ବାର୍ଥ ମାମଲା, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ
"କଟକ: ସୁଭଦ୍ରା ଯୋଜନା ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି।
ଏଥି ସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରମାକାନ୍ତ ନାୟକଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରାଯାଇଛି।Advertisment ଦାୟର ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ସାମ୍ବିଧାନିକ ବ୍ୟବସ୍ଥା ଓ ଓଡ଼ିଶା ଫିସକାଲ ରେସପନସିବିଲିଟି ଆଣ୍ଡ୍ ବଜେଟ ମ୍ୟାନେଜମେଣ୍ଟ ଆଇନ, ୨୦୦୫ର ଉଲ୍ଲଂଘନରେ ସୁଭଦ୍ରା ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କରାଯାଇଛି।
ରାଜ୍ୟର ମହିଳାଙ୍କ କଲ୍ୟାଣ ପାଇଁ ସରକାର ଏହି ଦୁଇ ଯୋଜନା ୨୦୨୪ ଓ ୨୦୨୫ରେ ଆରମ୍ଭ କରିଥିଲେ।
ସରକାର ଏହି ଦୁଇ ଯୋଜନା ନେଇ ଘୋଷଣା କରିଥିଲେ।
ଏପରି ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଥିଲା।
ଏହାପରେ କାର୍ଯ୍ୟପାଳିକା ନିର୍ଦ୍ଦେଶରେ ଏହି ଦୁଇ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିଲା।
Highcourt: ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ବ୍ୟବସ୍ଥାପକ ସଭା ବିନା ଅନୁମୋଦନରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ।
ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଦ୍ବାରା ରାଜ୍ୟ ରାଜକୋଷ ଉପରେ ବହୁ ଚାପ ପଡ଼ିଛି।
ମହିଳାଙ୍କୁ ୫ ବର୍ଷରେ ୨୦୨୪-୨୫ରୁ ୨୦୨୮-୨୦୨୯ ମଧ୍ୟରେ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ସୁଭଦ୍ରା ଯୋଜନାରେ ବ୍ୟବସ୍ଥା କରାଯାଇଥିଲା।
ସେହିଭଳି ଭାବେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ୫ ବର୍ଷ ୨୦୨୫-୨୬ରୁ ୨୦୨୮-୨୯ ପାଇଁ କରାଯାଇଛି।
ସ୍ବଳ୍ପଆୟ ବର୍ଗ ଏହି ଯୋଜନାର ଲାଭ ପାଇଁ ଦରଖାସ୍ତ କରି ପାରିବେ ବୋଲି କୁହାଯାଇଥିଲା।
ଏହି ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୩୫ ହଜାର ଟଙ୍କା ସିଧା ସଳଖ ପ୍ରଦାନ କରାଯାଉଥିବା ବେଳେ ଶାଢି ଓ ଚୁଡ଼ି ଓ ଅନ୍ୟାନ୍ୟ ବାବଦରେ ୧୦ ହଜାର ଟଙ୍କା ବ୍ୟବସ୍ଥା କରାଯାଇଛି।
ସେହିଭଳି ଭାବେ ଡେକୋରେସନ ଓ ବିବାହ ଉତ୍ସବ ଆୟୋଜନ ପାଇଁ ମଧ୍ୟ ଏହି ଯୋଜନାରେ ଅର୍ଥ ବ୍ୟବସ୍ଥା ରହିଛି।
ମହିଳାଙ୍କ କଲ୍ୟାଣ ଓ ସଶକ୍ତିକରଣ ନାମରେ ଏହି ଦୁଇ ଯୋଜନାରେ ବିପୁଳ ଅର୍ଥ ସରକାର ବ୍ୟୟ କରୁଥିବା ବେଳେ ରାଜକୋଷ ଉପରେ ବ୍ୟାପକ ଚାପ ସୃଷ୍ଟି ହୋଇଛି।
ଏହି ଯୋଜନାରେ ବ୍ୟୟ କରାଯାଉଥିବା ଅର୍ଥକୁ ସ୍ବାସ୍ଥ୍ୟ, ଶିକ୍ଷା, ଅପପୁଷ୍ଟିର ମୁକାବିଲା, ଜଳସେଚନ, ଭିତ୍ତିଭୂମି ବିକାଶ ଭଳି ଦୀର୍ଘ ସୂତ୍ରୀ କାର୍ଯ୍ୟରେ ବିନିଯୋଗ ଯଦି କରାଯାଆନ୍ତା ତେବେ ରାଜ୍ୟର ଜନସାଧାରଣ ଲାଭବାନ ହୁଅନ୍ତେ।
ଲୋକମାନେ ଶ୍ରମ କରିବାକୁ ପଛାଉଛନ୍ତି।
ଏପରି ଯୋଜନା ସ୍ବଳ୍ପ ମିଆଦି ରାଜନୈତିକ ଲାଭ ପାଇଁ କରାଯାଇଛି।
ସାମ୍ବିଧାନିକ ବ୍ୟବସ୍ଥା ଓ ଓଏଫଆରବିଏମ ଆଇନ ଉଲ୍ଲଂଘନ କରି କାର୍ଯ୍ୟକାରୀ କରାଯାଇଥିବା ଏପରି ଦୁଇ ଯୋଜନା ବାସ୍ତବରେ ଜନସ୍ବାର୍ଥ ବିରୋଧୀ ହୋଇଥିବାରୁ ଏହା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।
ଅନ୍ୟପକ୍ଷରେ ଏହି ଯୋଜନା କାର୍ଯ୍ୟକାରୀ ପ୍ରସଂଗରେ କୌଣସି ଆଇନଗତ ବ୍ୟବସ୍ଥା ଉଲ୍ଲଂଘନ ହୋଇ ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।