Student Drowns: ସ୍କୁଲ ଯିବା ପୂର୍ବରୁ ପୋଖରୀରେ ବୁଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

Sep 18, 2026 - 13:15
Student Drowns: ସ୍କୁଲ ଯିବା ପୂର୍ବରୁ ପୋଖରୀରେ ବୁଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

"ସୋର: ସ୍କୁଲ ଯିବା ପାଇଁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ସୋର ଥାନା ମାନତ୍ରୀ ପଂଚାୟତ ବଗଦା ଗ୍ରାମର ସଞ୍ଜିତା ଦାସ(୧୨) ମାନତ୍ରୀ ମଧ୍ୟ ଇଂରାଜୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢନ୍ତି ।

ଆଜି ସକାଳେ ଟିଉସନରୁ ଫେରି ସ୍କୁଲ ଯିବା ପାଇଁ ଗାଧୋଇବାକୁ  ଘର ନିକଟରେ ଥିବା ଏକ ପୋଖରୀକୁ ଯାଇଥିଲେ, ମାତ୍ର ଦୀର୍ଘ ସମୟ ଧରି ସେଠାରୁ ନ ଫେରିବାରୁ ପରିବାର ଲୋକେ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।Advertisment ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଉକ୍ତ ପୋଖରୀରୁ ସଞ୍ଜିତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେ।

ସୋର ପୁଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Dead Body: ପେଟ୍ରୋଲ ପମ୍ପ ପଛ ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)