Student Death: ମୁଟୁରୁମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

Jul 23, 2026 - 13:48
Student Death: ମୁଟୁରୁମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

"ରେଢ଼ାଖୋଲ: ରେଢ଼ାଖୋଲ ଥାନା ନାକଟିଦେଉଳ ବ୍ଲକ ମୁଟୁରୁମୁଣ୍ଡା ଆଶ୍ରମ ସେବାଶ୍ରମରେ ସନ୍ଦେହଜନକ ଭାବରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି l ମୃତା ହେଲେ ଦେବଗଡ଼ ଜିଲ୍ଲା, ରିଆମାଳ, କୁଲବସା ଗ୍ରାମର ଜସ୍ମିନ୍ତା ବାଡାୟୁ l ଚଳିତ ବର୍ଷ ସେ ମୁଟୁରୁମୁଣ୍ଡା ସେବାଶ୍ରମରେ ପାଠ ପଢୁଥିଲେ l ବିଳମ୍ବିତ ରାତିରେ ଦେହ ଅସୁସ୍ଥ ହେବା ଅନୁଭବ କରିଥିଲେ l ସେଠାରେ ପାଠ ବଢୁଥିବା ତାଙ୍କର ବଡ଼ ଦିଦି ପ୍ରୀତି ବାଡାୟୁ ଅଧୀକ୍ଷିକା ଜୟନ୍ତୀବାଳା ସାହୁଙ୍କୁ ଜଣାଇଥିଲେ l ରାତ୍ର ହେବାରୁ ଚିକିତ୍ସା ପାଇଁ ନନେଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ lAdvertisment ମୃତ୍ୟୁର କାରଣ ଅସ୍ପଷ୍ଟ ଦେହ ଅଧିକ ଖରାପ ହେବାରୁ ସକାଳୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ପ୍ରଧାନ ଶିକ୍ଷକ ପ୍ରଣବ କିଶୋର ପ୍ରଧାନ ନେଇ ଭର୍ତ୍ତି କରିଥିଲେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ପରିବାର ଲୋକ ପହଞ୍ଚିଲେ ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ କହିଛନ୍ତି ପ୍ରଧାନ ଶିକ୍ଷକ।

ସେପଟେ ଦେହ ଖରାପରୁ ଛାତ୍ରୀଙ୍କ ମୃତ ହୋଇଛି କି ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି ସନ୍ଦେହ କରୁଛନ୍ତି ପରିବାର ଲୋକେ l Rath Yatra: ରଥଯାତ୍ରାରେ ଖିମ୍‌ଜୀ ଫାଉଣ୍ଡେସନର ସେବା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।