Student Council elections: ଛାତ୍ର ସଂସଦ ନିର୍ବାଚନ: କ୍ୟାମ୍ପସରେ ବଢ଼ୁଛି ପତିଆରା ଲଢ଼େଇ

Jul 14, 2026 - 07:25
Student Council elections: ଛାତ୍ର ସଂସଦ ନିର୍ବାଚନ: କ୍ୟାମ୍ପସରେ ବଢ଼ୁଛି ପତିଆରା ଲଢ଼େଇ

"ଭୁବନେଶ୍ବର: ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର କିଛି ବି ସ୍ପଷ୍ଟ କରି ନାହାନ୍ତି।

କେବଳ ଯାହା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାରମ୍ବାର କହୁଛନ୍ତି ନିର୍ବାଚନ ନେଇ ସରକାର ସକରାତ୍ମକ ରହିଛନ୍ତି।

ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ମଧ୍ୟ ଏନେଇ ସୂଚନା ଦିଆଯାଇ ନାହିଁ।

ସମସ୍ତେ ଏକପ୍ରକାର ଦ୍ବନ୍ଦ୍ବରେ ରହିଥିବା ବେଳେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଆଳରେ କ୍ୟାମ୍ପସ୍‌ରେ ପତିଆରା ଜାହିର କରିବାକୁ ଛାତ୍ର ସଙ୍ଗଠନଗୁଡ଼ିକ ଲାଗିପଡ଼ିଛନ୍ତି।

ବିଶେଷକରି ଭୁବନେଶ୍ବରରେ ଥିବା ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଏବେ ଉଷ୍ମତା ବଢ଼ିବାରେ ଲାଗିଛି।

ରାଜ୍ୟର ଦୁଇ ଛାମୁଆ ଛାତ୍ର ସଙ୍ଗଠନ ଯଥା ବିଜୁ ଛାତ୍ର ଜନତା ଦଳ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବେ କ୍ୟାମ୍ପସ୍‌ ବାହାରେ କ୍ୟାମ୍ପ ଅଫିସ୍‌ ଖୋଲି ନୂଆ ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି।

Advertisment Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ ଗୋଟିଏ ସପ୍ତାହ ମଧ୍ୟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ରାଜଧାନୀ ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇବା ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ପତିଆରା ଲଢ଼େଇ ଜଳଜଳ ହୋଇ ପଦାକୁ ଆସିଛି।

ନିର୍ବାଚନକୁ ନଜରରେ ରଖି ବିଜୁ ଛାତ୍ର ଜନତା ଦଳ ଟିକିଏ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ସହରର ପ୍ରତି ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ ନିକଟରେ କ୍ୟାମ୍ପ ଖୋଲି ୟୁଜି ଓ ପିଜି ନାମଲେଖାରେ ନବାଗତ ଛାତ୍ରଛାତ୍ରୀଙ୍କୁ ସହଯୋଗ ଯୋଗାଇ ଦେଉଛି।

ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ସଙ୍ଗଠନ ନିଜର ଉପସ୍ଥିତି ଜାହିର କରିବାକୁ ଲାଗିପଡ଼ିଛି।

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସାରା ରାଜ୍ୟରେ "ଶିକ୍ଷା ବଞ୍ଚାଅ ଅଭିଯାନ" ଆରମ୍ଭ କରି ବିଜୁ ଛାତ୍ର ଜନତା ଦଳ ଆଉ ପାଦେ ଆଗକୁ ବଢ଼ିଛି।

ଆଗକୁ ଭୁବନେଶ୍ବରରେ ବିଶାଳ ଶିକ୍ଷା ବଞ୍ଚାଅ ଅଭିଯାନ ହେବାକୁ ଥିବାରୁ ଏବେଠାରୁ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କୁ ଏକାଠି କରିବାରେ ସଙ୍ଗଠନର ନେତୃବୃନ୍ଦ ଲାଗିପଡ଼ିଛନ୍ତି।ଅପରପକ୍ଷେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ଅଭ୍ୟାସ ବର୍ଗ ସଫଳତାର ସହିତ ଶେଷ ହୋଇଛି।

ଜୁନ୍‌ ଶେଷ ସପ୍ତାହରେ ଅନୁଷ୍ଠିତ ୪ଦିନିଆ ଅଭ୍ୟାସ ବର୍ଗରେ ଓଡ଼ିଶା ପୂର୍ବ ପ୍ରାନ୍ତର ୧୭ଟି ପ୍ରାଶାସନିକ ଜିଲ୍ଲା ଓ ୨୪ଟି ସାଙ୍ଗଠନିକ ଜିଲ୍ଲାରୁ ୩୩୦ ଜଣ ଛାତ୍ର ନେତା, କାର୍ଯ୍ୟକର୍ତ୍ତା ଓ ଅଧ୍ୟାପକ ଯୋଗଦେଇଥିଲେ।

ଅଭ୍ୟାସ ବର୍ଗରେ ବିଦ୍ୟାର୍ଥୀମାନଙ୍କୁ କ୍ୟାମ୍ପସ୍‌ର ବିଭିନ୍ନ ସମସ୍ୟା ଉପରେ ଆନ୍ଦୋଳନ ଓ ସମାଧାନର ପଦ୍ଧତି, ଏବିଭିପିର ଲକ୍ଷ୍ୟ, ଆଦର୍ଶ ଓ କାର୍ଯ୍ୟପଦ୍ଧତି ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି।

ଏଥିସହ ପ୍ରତ୍ୟେକ ଶିକ୍ଷାବର୍ଷ ଭଳି ଚଳିତ ଶିକ୍ଷାବର୍ଷରେ ଏବିଭିପି ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ଏଥର ୩ଲକ୍ଷରୁ ଅଧିକ ସଦସ୍ୟତା କରିବାକୁ ସଙ୍ଗଠନ ଲକ୍ଷ୍ୟ ରଖିଛି।

ଜିଲ୍ଲା ସ୍ତରରେ ସଦସ୍ୟତା ନିମନ୍ତେ ସଦସ୍ୟତା କର୍ମଶାଳା ପାଇଁ ଏବିଭିପି ଯୋଜନା କରିଛି।

ଆଗାମୀ ଦିନରେ ଏବିଭିପି ଓଡ଼ିଶାର ବିଭିନ୍ନ କ୍ୟାମ୍ପସ ଶାଖାଗୁଡ଼ିକୁ ମଜବୁତ୍‌ କରିବା ସହ ବିଭିନ୍ନ ଶିକ୍ଷା ସମସ୍ୟା ଓ ସ୍ଥିତିକୁ ନଜରରେ ରଖି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି।

ବ୍ୟାନର ଲଗାଇବାକୁ ନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ବେଳେ ରାଜଧାନୀ ମହାବିଦ୍ୟାଳୟରେ ଏବିଭିପି କ୍ୟାମ୍ପ ଅଫିସ୍‌ ଭାଙ୍ଗିବା ନେଇ ଅଭିଯୋଗ ହୋଇଥିଲା।

ଏହାପୂର୍ବରୁ ମେ" ମାସରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା।

ଏମିତିକି ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଦୁଇ ଛାତ୍ରଗୋଷ୍ଠୀଙ୍କୁ ଅଟକାଇବାକୁ ଯାଇ କିଛି ଅଧ୍ୟାପକ ଓ କଲେଜ କର୍ମଚାରୀମାନେ ମଧ୍ୟ ଆହତ ହୋଇଥିଲେ।

କ୍ୟାମ୍ପସ‌୍ଗୁଡ଼ିକ ଧୀରେ ଧୀରେ ଅଶାନ୍ତ ହେଉଥିବାରୁ ଆଗକୁ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜଧାନୀ କଲେଜ୍‌ରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ଭୁବନେଶ୍ବର: ହଠାତ୍‌ କଲେଜ୍‌ କ୍ୟାମ୍ପସରେ ଚେୟାର ଟେବୁଲ୍‌ ଉଡ଼ିଥିଲା।

କିଏ ଗୋଡ଼ାଇ ଗୋଡ଼ାଇ ଚେୟାରରେ ପିଟିଥିଲା ତ କିଏ ଟେବୁଲ୍‌କୁ ଭାଙ୍ଗି କାଠ ଫାଳିଆରେ ଆକ୍ରମଣ କରିଥିଲା।

ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ଭୀଷଣ ରୂପ ନେବା ସହ ଆତଙ୍କ ଖେଳିଯାଇଥିଲା।

ପରେ ପରେ  କ୍ୟାମ୍ପସ୍‌ରୁ ଶହ ଶହ ଛାତ୍ର ଜାତୀୟ ରାଜପଥ ଆଡ଼କୁ ମାଡ଼ିଆସିଥିଲେ।

ଏହାପରେ କଲେଜ୍‌ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ।

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଏକ ନିର୍ଦିଷ୍ଟ ରାଜନୈତିକ ଛାତ୍ର ସଂଗଠନର ଦୁଇ ଗୋଷ୍ଠୀ କ୍ୟାମ୍ପସ୍‌ରେ ନିଜର ପତିଆରା ଜାହିର କରିବା ପାଇଁ  ହାତାହାତି ହୋଇଛନ୍ତି।

ଏଥିରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି।

ସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତମୁଖ୍ୟ ଫାଟକରେ ତାଲା ପକାଇଲେଟାୟାର ଜାଳି ପ୍ରତିବାଦ କଲେ ସୂଚନା ମୁତାବକ, ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଅକୃଷ୍ଟ କରିବା ଲାଗି କ୍ୟାମ୍ପସ୍‌ର ବିଭିନ୍ନ ଛାତ୍ର ଗୋଷ୍ଠୀ  ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

କ୍ୟାମ୍ପସ୍‌ରେ ନିଜ ନିଜର ପତିଆରା, ଦବ୍‌ଦବା ଜାହିର ପାଇଁ ହେଲ୍ପ ଡେସ୍କଠାରୁ ଆରମ୍ଭ କରି ଦଳବଳ ହୋଇ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରୁଛନ୍ତି।

ତେବେ ଗତ ୯ ତାରିଖ ଦିନ ଗୋଟିଏ ଛାତ୍ରଗୋଷ୍ଠୀର ସମର୍ଥକ ଅନ୍ୟ ଛାତ୍ର ଗୋଷ୍ଠୀର ହେଲ୍ପ ଡେସ୍କକୁ ଭାଙ୍ଗିଦେବା ସହ ପୋଡ଼ିଦେଇଥିଲେ।

ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

ସେମାନେ କଲେଜ୍‌ ଅଧ୍ୟକ୍ଷଙ୍କୁ ଭେଟି କ୍ୟାମ୍ପସ୍‌ରେ ସିସିଟିଭି ଲଗାଇବା ସହ ପୋଡ଼ିଥିବା ଛାତ୍ରଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ଏହା ଭିତରେ ୪ଦିନ ବିତିଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଥିଲା।

Election: ଅଭିଷେକ ଓହରିଯିବାରୁ ବାଙ୍କୀପୁରରେ ନିରଜ କୁମାରଙ୍କୁ ପ୍ରାର୍ଥୀ କଲା ବିଜେପି ଆଜି ଦିନ ପାଖାପାଖି ସାଢ଼େ ୧୧ଟା ସମୟରେ ହେଲ୍ପ ଡେସ୍କ ପୋଡ଼ାଯାଇଥିବା ଛାତ୍ରଗୋଷ୍ଠୀର କିଛି ସମର୍ଥକ ଏକାଠି ହୋଇ କଲେଜ୍‌ ଅଧ୍ୟକ୍ଷଙ୍କୁ ଭେଟିବାକୁ ଯାଇଥିଲେ।

ଏହି ସମୟରେ ଖବରପାଇ ଅନ୍ୟ ଛାତ୍ରଗୋଷ୍ଠୀର ସମର୍ଥକ ଘେରିଯାଇ ଏହାକୁ ବିରୋଧ କରିଥିଲେ।

ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥାବଢ଼ିଥିଲା।

ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଏଭଳି ସଂଘର୍ଷ ଦେଖି ଅନ୍ୟ ଛାତ୍ରଛାତ୍ରୀମାନେ ଭୟରେ ଦୌଡ଼ିଥିଲେ।

ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁ ଉଭୟ ପକ୍ଷରୁ ୧୦ରୁ ଅଧିକ ଛାତ୍ର ଆହତ ହୋଇଥିଲେ।

କିଛି ଛାତ୍ରଛାତ୍ରୀ କଲେଜ୍‌ ମୁଖ୍ୟଫାଟକକୁ ଯାଇ ତାଲା ପକାଇବା ସହ ରାସ୍ତାକୁ ମାଡ଼ିଯାଇଥିଲେ।

ସେଠାରେ ଟାୟାର ଜାଳି ପ୍ରତିବାଦ କରିଥିଲେ।

ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ପଠାଇଥିଲା।

କିଛି ଛାତ୍ରଙ୍କୁ ଥାନାକୁ ନେଇ ଅଟକ ରଖିଥିଲା।

ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଆପୋସ ବୁଝାମଣା ପରେ ପୁଲିସ ସେମାନଙ୍କୁ ଛାଡ଼ିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।