Streetlights not working: ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌: ଅନ୍ଧାରରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଛକ

Oct 17, 2026 - 11:02
Streetlights not working: ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌: ଅନ୍ଧାରରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଛକ

"ଭୁବନେଶ୍ବର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ।

ତଥାପି ଏହି ଅଞ୍ଚଳରେ ମାସେ ହେଲାଣି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଫ୍ଲାଏଓଭର୍‌ ଅଣ୍ଡରପାସ୍‌ ଓ ଏହାର ଚତୁର୍ପାର୍ଶ୍ବ ଅନ୍ଧକାର ପରିବେଶରେ ରହୁଛି।

ଯାହା ଦୁର୍ଘଟଣା ସହ ଚୋରି, ରାହାଜାନି ଆଦି ଆଶଙ୍କା ବଢ଼ାଇ ଦେଇଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ପ୍ରତିଦିନ ହଜାରେରୁ ଅଧିକ ବସ୍‌ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟାତ କରୁଛି।

ଯାତ୍ରୀମାନେ ବସ୍‌ରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଏଠାକୁ ଆସୁଛନ୍ତି।

କିନ୍ତୁ ଏମାନଙ୍କ ସୁରକ୍ଷାକୁ ସଂପୂର୍ଣ୍ଣ ଅଣଦେଖା କରି ଦିଆଯାଇଛି।

Advertisment Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଅଣ୍ଡରପାସ୍‌ ଓ ଆଖପାଖ ଅଞ୍ଚଳର ଅନ୍ଧକାରରେ ଥିବାବେଳେ ଚୁପ୍‌ ବସିଛି ଏନ୍‌ଏଚ୍‌ଏଆଇ ଓ ବିଏମ୍‌ସି।

ସେପଟେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ବାହାରିବା ପରେ ଖଣ୍ଡଗିରି ପାର୍ଶ୍ବକୁ ଯିବା ରାସ୍ତାରେ ବାମପାର୍ଶ୍ବରେ ବସ୍‌ ଧରିବାକୁ ଯାତ୍ରୀମାନେ ଠିଆ ହେଉଛନ୍ତି।

ଏହି ଅଞ୍ଚଳ ବି ଅନ୍ଧାରରେ ରହିଛି।

ଅନ୍ଧାର ଭିତରେ ଯାତ୍ରୀମାନେ ଭୟଭୀତ ପରିବେଶରେ ଯାତ୍ରା କରୁଥିବାବେଳେ ଏହି ଅନ୍ଧକାରପୂର୍ଣ୍ଣ ପରିବେଶ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।

ସେପଟେ ଅଣ୍ଡରପାସ୍‌ ଦେଇ ଯା"ଆସ କରୁଥିବା ଚାଳକମାନେ ବି ଅନ୍ୟମନସ୍କରେ ଅନ୍ୟ ଗାଡ଼ି ସହ ଧକ୍କା ହେବା ଓ ମୃତାହତ ହେବାର ଆଶଙ୍କା ଦେଖାଦେଇଛି।

ଅନ୍ଧାରରେ ଅଣ୍ଡରପାସ୍‌ ତଳେ ବୁଲା ଗାଈଗୋରୁ ଶୋଉଥିବାବେଳେ ପୁଲିସ ବି ଏଠାରେ ଲୁହାର ଷ୍ଟପ୍‌ପୋଷ୍ଟ ରଖିଛି।

ଏଣୁ ଅନ୍ଧାରରେ ବୁଲାଣି ବୁଲିବା‌ ବେଳେ ଚାଳକମାନେ ଏଥିରେ ପିଟିହେବା ଆଶଙ୍କା ସୃଷ୍ଟି ହୋଇଛି।

ପୂଜାରେ ଭିଡ଼ ବଢ଼ିବା ସହ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ଚଳାଚଳ ବଢ଼ିବ।

ଏଣୁ ଯଥାଶୀଘ୍ର ଏଠାରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)