Stray Dog Attacks Student: ପୁଣି ଥରେ କୁକୁର ଆତଙ୍କ; ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କୁକୁର ଆକ୍ରମଣ, ମେଡିକାଲରେ ଭର୍ତ୍ତି

Jul 07, 2026 - 19:44
Stray Dog Attacks Student: ପୁଣି ଥରେ କୁକୁର ଆତଙ୍କ; ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କୁକୁର ଆକ୍ରମଣ, ମେଡିକାଲରେ ଭର୍ତ୍ତି

ପୁଣି ଥରେ କୁକୁର ଆତଙ୍କ। ଗଞ୍ଜାମ ସାନଖେମୁଣ୍ଡିରେ ପୁଣି କୁକୁର କାମୁଡ଼ା ଘଟଣା ସାମ୍ନାକୁ ଆସିଛି। ପାଟପୁର ଥାନା ମହାନଳା ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କୁକୁର ଆକ୍ରମଣ କରିଛି। 

ସୂଚନା ମୁତାବକ ଛାତ୍ରୀ ଜଣଙ୍କ ବିଦ୍ୟାଳୟର ପଛ ପଯେ ଥିବା ବେଳେ ହଠାତ୍ କୁକୁର କାମୁଡ଼ି ଦେଇଥିଲା। ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍ଥାନୀୟବାସିନ୍ଦା ତାକୁ ଉଦ୍ଧାର କରି ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମାସେ ତଳେ ବି ସେମିତି ଏକ ସ୍କୁଲ ଛାତ୍ରଙ୍କୁ କୁକୁର କାମୁଡ଼ି ଖିନଭିନ୍ କରିଥିଲା।

  • ପୁଣି ଥରେ କୁକୁର ଆତଙ୍କ
  • ସ୍କୁଲ ପିଲାଙ୍କୁ କାମୁଡ଼ୁଛି କୁକୁର
  • ପାଟପୁର ଥାନା ମହାନଳା ଅଞ୍ଚଳର ଘଟଣା
  • ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କୁକୁର ଆକ୍ରମଣ
  • ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ପୂର୍ବରୁ ବି ଛାତ୍ରଙ୍କ ଖପୁରୀ ବାହାର କରିଦେଇଥିଲା କୁକୁର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।