Stray Dog and Monkey Menace ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ କରୁଛନ୍ତି ଉପଦ୍ରବ

Sep 17, 2026 - 17:21
Stray Dog and Monkey Menace ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ କରୁଛନ୍ତି ଉପଦ୍ରବ

"ଛତ୍ରପୁର:  ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏନେଇ ସ୍ଥାନୀୟ ଏକ ନାଗରିକ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

Advertisment Shiv Sena Protest: ଶିବସେନା ୟୁବିଟି ନେତାଙ୍କ ନିଆରା ପ୍ରତିବାଦ: ବୁଲା କୁକୁରଙ୍କୁ ବସ୍ତାରେ ଆଣି ଅଧିକାରୀଙ୍କ ଟେବୁଲ ଉପରେ ଛାଡ଼ିଲେ ଆଜି (ଗୁରୁବାର) ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା ଓ ଉଠାଦୋକାନୀ ସଂଘର ନେତା ଇଜୁ ଆମିନ ଖାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କୁ ଭେଟିଛନ୍ତି।

ପ୍ରତିନିଧି ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି।

Monkey: ତାଲିମ ବେଳେ ପଶିଲା ମାଙ୍କଡ଼ ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ରାସ୍ତାଘାଟରେ ବୁଲା କୁକୁରଙ୍କ ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ରହୁଥିବା ପ୍ରତିନିଧି ଦଳ ଅଭିଯୋଗ କରିଛି।

ସେହିପରି ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ଘର, ବଜାର ଓ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କୁକୁର ଓ ମାଙ୍କଡ଼ କାମୁଡ଼ା ଘଟଣା ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ସୃଷ୍ଟି ହେଉଛି।

ବିଶେଷକରି ବିଦ୍ୟାଳୟ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ପଶୁଙ୍କ ଉପଦ୍ରବ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)