Strait of Hormuz: ହର୍ମୁଜ୍‌ରେ ପୁଣି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ: ୨୧ ଭାରତୀୟ ସୁରକ୍ଷିତ

Oct 22, 2026 - 09:28
Strait of Hormuz: ହର୍ମୁଜ୍‌ରେ ପୁଣି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ: ୨୧ ଭାରତୀୟ ସୁରକ୍ଷିତ

"ତେହେରାନ: ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରୁଥିବା ଏକ କୁଏତ ପତାକାଧାରୀ ତୈଳ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି।

ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ଓମାନର ବୁଖାରୁ ପଶ୍ଚିମରେ ୧୧ ନଟିକାଲ ମାଇଲ୍ ଦୂରରେ ଏହି ଘଟଣାକୁ ଟ୍ରାକ୍ କରିଛି।ଏଥିରେ ଥିବା ୨୧ ଜଣ ଭାରତୀୟ ନାବିକ ଏବଂ ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି ବୋଲି ଭାରତର କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିଶ୍ଚିତ କରିଛନ୍ତି।Advertisment ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଏକ ପୋଷ୍ଟ ସେୟାର କରି ସୂଚନା ପ୍ରଦାନ କରି କହିଛନ୍ତି, ହର୍ମୁଜ ଦେଇ ଯାଉଥିବା ସମୟରେ ଏମ/ଟି ଅଲ୍ ଦାସମା ନାମକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା।

ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ କ୍ରୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାହାଜ ପରିଚାଳନା କମ୍ପାନି ସହିତ ଯୋଗାଯୋଗ କରୁଛନ୍ତି।

ନିରାପଦ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ଆକ୍ରମଣ ବିଷୟରେ ବାରମ୍ବାର ଚିନ୍ତା ପ୍ରକାଶ କରିଆସୁଛି।

ସରକାର କହିଛନ୍ତି ଯେ, ଭାରତୀୟ ନାବିକମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଜାହାଜ ପରିଚାଳନା କମ୍ପାନିଗୁଡ଼ିକ ସହିତ ଯୋଗାଯୋଗ କରାଯାଉଛି।

ଭାରତ ସରକାର ଆନ୍ତର୍ଜାତୀୟ ଜଳପଥ ମାଧ୍ୟମରେ ସାମୁଦ୍ରିକ ବାଣିଜ୍ୟକୁ ନିରାପଦ ଏବଂ ନିରବଚ୍ଛିନ୍ନ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

Attack: ସାଉଦି ଆରବ ଉପରେ ପୁଣି ହୁତିଙ୍କ ଆକ୍ରମଣ: ୩ ମୃତ, ଜଣେ ଭାରତୀୟଙ୍କ ସମେତ ୧୦ ଆହତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)