Strait of Hormuz: ହର୍ମୁଜ୍‌ରୁ ସମସ୍ତ ମାଇନ୍‌ ହଟାଯାଇଛି: ଟ୍ରମ୍ପ

Aug 25, 2026 - 22:58
Strait of Hormuz: ହର୍ମୁଜ୍‌ରୁ ସମସ୍ତ ମାଇନ୍‌ ହଟାଯାଇଛି: ଟ୍ରମ୍ପ

"ୱାସିଂଟନ: ହର୍ମୁଜ୍‌ ପ୍ରଣାଳୀର ଅନ୍ତର୍ଜାତୀୟ ଜଳରାଶିରୁ ସମସ୍ତ ମାଇନ୍‌ ହଟାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦାବି କରିଛନ୍ତି।

ଏଥିସହ ରଣନୈତିକ ଏହି ଜଳପଥରେ ଇରାନ ନୂଆ ମାଇନ୍‌ ବିଛାଇଲେ ଏଥିରେ ସମ୍ପୃକ୍ତ ଜାହାଜ କିମ୍ବା ବୋଟ୍‌କୁ ଧ୍ୱଂସ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।Advertisment ଟ୍ରମ୍ପ "ଟ୍ରୁଥ୍‌ ସୋସିଆଲ୍‌"ରେ ଏକ ପୋଷ୍ଟ୍‌ କରି କହିଛନ୍ତି ଯେ ଆମେରିକା ନୌସେନା ତାଙ୍କୁ ହର୍ମୁଜ୍‌ର ଅନ୍ତର୍ଜାତୀୟ ଜଳରାଶିରୁ ସମସ୍ତ ମାଇନ୍‌ ହଟାଯାଇଥିବା ବିଷୟରେ ଅବଗତ କରାଇଛି।

ନୂଆ ମାଇନ୍‌ ବିଛାଇବାକୁ ଉଦ୍ୟମ କରୁଥିବା ଯେକୌଣସି ଜାହାଜ କିମ୍ବା ବୋଟ୍‌ ବିରୋଧରେ ତୁରନ୍ତ ଏବଂ ବ୍ୟବସ୍ଥିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇରାନକୁ ଜଣାଇ ଦିଆଯାଇଛି।

ହର୍ମୁଜ୍‌ ପ୍ରଣାଳୀ ଉପରେ ନଜର ରଖିବା ପାଇଁ ଆମେରିକା "ସ୍ପେସ୍‌ ଫୋର୍ସ"ର ବ୍ୟବହାର କରୁଛି ବୋଲି ଟ୍ରମ୍ପ କହିଛନ୍ତି।

ଜଳପଥର ପ୍ରତ୍ୟେକ ଅଂଶ ଉପରେ ନଜର ରହିଛି ଏବଂ ମାଇନ୍‌ ବିଛାଇବା ବିରୋଧରେ "ଶୂନ୍ୟ ସହନଶୀଳତା" ନୀତି ଲାଗୁ ହୋଇଛି ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)