Stop These Ten Habits After Forty: ୪୦ ବର୍ଷ ପରେ ଏହି ୧୦ଟି ଅଭ୍ୟାସ ଛାଡ଼ିଦେଲେ, ସବୁ ହେଇଯିବ ପରିବର୍ତ୍ତନ; ମିଳିବ ସୁଖ, ଶାନ୍ତି

Jul 24, 2026 - 17:30
Stop These Ten Habits After Forty: ୪୦ ବର୍ଷ ପରେ ଏହି ୧୦ଟି ଅଭ୍ୟାସ ଛାଡ଼ିଦେଲେ, ସବୁ ହେଇଯିବ ପରିବର୍ତ୍ତନ; ମିଳିବ ସୁଖ, ଶାନ୍ତି

ଜୀବନର ପ୍ରତ୍ୟେକ ଅବସ୍ଥାର ନିଜସ୍ୱ ଭାଷା ଥାଏ। ଯୁବାବସ୍ଥାରେ ଯାହା ଅତ୍ୟାବଶ୍ୟକ ମନେହୁଏ, ବୟସ ବଢ଼ିବା ସହ ତାହା ଏକ ବୋଝ ପାଲଟିଯାଇପାରେ। ଅଭିଜ୍ଞତା ଆମକୁ ଶିଖାଏ ଯେ ପ୍ରତ୍ୟେକ ଲଢ଼େଇ ଜିତିବା କିମ୍ବା ସବୁକିଛି ନିଜ ଇଚ୍ଛା ମୁତାବକ ହେବା ଆବଶ୍ୟକ ନୁହେଁ। (Lifestyle | healthy living | Mental Health)

ଯଦି କେହି ପ୍ରକୃତରେ ଶାନ୍ତି ଓ ସନ୍ତୁଳନ ଚାହାଁନ୍ତି, ତେବେ ବୟସ ବଢ଼ିବା ସହ କିଛି ଜିନିଷକୁ ଛାଡ଼ିଦେବା ବା ତ୍ୟାଗ କରିବା ଶିଖିବା ହିଁ ପ୍ରକୃତ ଜ୍ଞାନର ଲକ୍ଷଣ ହୋଇଥାଏ। ତେବେ ୪୦ ବର୍ଷ ବୟସ ପରେ ଆପଣ କିପରି ଜୀବନର ବୋଝ ହାଲୁକା କରିପାରିବେ? ଏହି ୧୦ଟି ଜିନିଷକୁ ଛାଡ଼ି ଦିଅନ୍ତୁ।

ଯେଉଁମାନେ ବୁଝିବାକୁ ଚାହୁଁନାହାନ୍ତି, ସେମାନଙ୍କୁ କିଛି ବୁଝାଇବାକୁ ଚେଷ୍ଟା କରିବା ବନ୍ଦ କରନ୍ତୁ:

ଯଦି ଆପଣ ଥରେ କିମ୍ବା ଦୁଇଥର ବୁଝାଇବା ପରେ ମଧ୍ୟ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ କଥା ବୁଝିପାରୁନାହାନ୍ତି, ତେବେ ନିଜକୁ ଅଯଥା କ୍ଳାନ୍ତ କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ସମସ୍ତଙ୍କ ମାନସିକତାକୁ ନିୟନ୍ତ୍ରଣ କିମ୍ବା ପରିବର୍ତ୍ତନ କରିପାରିବେ ନାହିଁ।

ନିଜ ପିଲାମାନଙ୍କ ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବନ୍ଦ କରନ୍ତୁ:

ପିଲାମାନେ ବଡ଼ ହୋଇଯିବା ପରେ ଏବଂ ନିଜ ନିଷ୍ପତ୍ତି ନିଜେ ନେବା ଆରମ୍ଭ କରିବା ପରେ, ସେମାନଙ୍କୁ ନେଇ ଚିନ୍ତା କରି ସର୍ବଦା ସେମାନଙ୍କ ଉପରେ ନଜର ରଖିବା ବନ୍ଦ କରନ୍ତୁ। ସେମାନଙ୍କ ଉପରେ ଭରସା କରିବାକୁ ଶିଖନ୍ତୁ।

ଆପଣଙ୍କ ବିଚାର ସମସ୍ତଙ୍କ ସହ ମେଳ ଖାଇବା ଆବଶ୍ୟକ ନୁହେଁ:

ଯଦି ଆପଣଙ୍କ ବିଚାର କେବଳ କିଛି ଲୋକଙ୍କ ସହ ମେଳ ଖାଏ, ତେବେ ତାହା ଯଥେଷ୍ଟ; ସମସ୍ତଙ୍କ ସହମତି ପାଇବା ଆଶା କରିବା ବନ୍ଦ କରନ୍ତୁ।

ଲୋକମାନେ ଆପଣଙ୍କ ଅନୁପସ୍ଥିତିରେ କ’ଣ କହୁଛନ୍ତି, ସେକଥାକୁ ଧରନ୍ତୁ ନାହିଁ:

ଯଦି ଜୀବନର କୌଣସି ଏକ ବୟସରେ କେହି ଆପଣଙ୍କ ସହ ଯୋଗାଯୋଗ କରିବା କିମ୍ବା ଆପଣଙ୍କର ଯତ୍ନ ନେବା ବନ୍ଦ କରିଦିଅନ୍ତି, ତେବେ ଏହାକୁ ନେଇ ନିଜ ମାନସିକ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ।

ଭବିଷ୍ୟତକୁ ନେଇ ଅନାବଶ୍ୟକ ଚିନ୍ତା କରିବା ଛାଡ଼ିଦିଅନ୍ତୁ:

ଥରେ ଯଦି ଆପଣ ବୁଝିଜିବେ ଯେ ସବୁକିଛି ଆପଣଙ୍କ ନିୟନ୍ତ୍ରଣରେ ନାହିଁ, ତେବେ ଆସନ୍ତା କାଲି ବିଷୟରେ ଚିନ୍ତା କରି ନିଜକୁ ବ୍ୟସ୍ତ କରିବା ବନ୍ଦ କରିବା ହିଁ ଭଲ।

ନିଜ ଉପରେ ଅତ୍ୟଧିକ ଆଶା ରଖିବା ବନ୍ଦ କରନ୍ତୁ:

ଯଦି ଆପଣଙ୍କ ଇଛା ଏବଂ କ୍ଷମତା ମଧ୍ୟରେ ଥିବା ବ୍ୟବଧାନ ବଢ଼ିବାରେ ଲାଗିଛି, ତେବେ ନିଜକୁ ଦୋଷ ଦେବା ବନ୍ଦ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସୀମା ରହିଥାଏ।

ପ୍ରଥମେ ଅନ୍ୟମାନଙ୍କ ସହିତ ନିଜର ତୁଳନା କରିବା ବନ୍ଦ କରନ୍ତୁ:

ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ଥିତି, ମର୍ଯ୍ୟାଦା ଏବଂ ଜୀବନ ଭିନ୍ନ ହୋଇଥାଏ। ତୁଳନା କେବଳ ଆପଣଙ୍କ ଖୁସିକୁ ଛଡ଼ାଇ ନିଏ; ଏହା ବଦଳରେ କିଛି ବି ମିଳେ ନାହିଁ।

ଜୀବନକୁ ଦୈନନ୍ଦିନ ହିସାବ-ନିକାଶର ଜଞ୍ଜାଳରେ ଛନ୍ଦି ହେବାକୁ ଦିଅନ୍ତୁ ନାହିଁ:

ବୟସ ବଢ଼ିବା ସହିତ, ଦୈନନ୍ଦିନ ଆୟ-ବ୍ୟୟର ଚିନ୍ତା କରିବା ଅପେକ୍ଷା ଜୀବନକୁ ଉପଭୋଗ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।

ମନର ଶାନ୍ତି ପାଇଁ ନିଜର ଆଶା ବା ପ୍ରତ୍ୟାଶାକୁ ସୀମିତ ରଖନ୍ତୁ:

ଆଶା ଯେତେ ଅଧିକ ହେବ, ନିରାଶା ବା ଆଘାତ ମଧ୍ୟ ସେତେ ଅଧିକ ମିଳିବ; ଯଦି ଆପଣ ଶାନ୍ତି ଚାହୁଁଛନ୍ତି, ତେବେ ନିଜର ଆଶା କମାଇବାକୁ ଶିଖନ୍ତୁ।

ପ୍ରତ୍ୟେକ ମେସେଜ୍ ଫରୱାର୍ଡ଼ କରିବା ଆବଶ୍ୟକ ନୁହେଁ:

ଯଦି କୌଣସି ମେସେଜ୍ ଆପଣଙ୍କୁ ଭଲ ଲାଗେ, ତେବେ ଠିକ୍ ଅଛି; କିନ୍ତୁ ଯଦି ଭଲ ନ ଲାଗେ, ତେବେ ତାହାକୁ ଅନ୍ୟକୁ ପଠାଇବା କଥା ମନରୁ ବାହାର କରିଦିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।