STF Busts Ganja Syndicate: ଅପରେସନ 'ଗ୍ରୀନ କ୍ଲିନ'ର ଶିକାର ମାଷ୍ଟର ଦୁର୍ବାସା, 'ଚିରା ଟଙ୍କା' ସିଗନାଲରେ ଚାଲିଥିଲା ବେପାର
ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ। ଗଞ୍ଜେଇ ସିଣ୍ଡିକେଟର 'ଚିରା ଟଙ୍କା' ସିଗନାଲ। ଚାଲାଣକାରୀ ପାଖରେ ଅଧା ନୋଟ୍ ଆଉ ଅଧା ରିସିଭର ପାଖରେ। ଚିରା ନୋଟ୍ ଦେଖାଇ ହେଉଥିଲା ଗଞ୍ଜେଇ ଚାଲାଣ। ରାଜ୍ୟରେ ଏଭଳି ଏକ ଗଞ୍ଜେଇ ସିଣ୍ଡିକେଟର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚ STF। ସ୍ପେଶାଲ ଟାସ୍କଫୋର୍ସର ଅପରେସନ 'ଗ୍ରୀନ କ୍ଲିନ'ର ଶିକାର ମାଷ୍ଟର ଦୁର୍ବାସା। ନୀଳ ଜହର କାରବାରର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ଶିକ୍ଷକ। ପେଶାରେ ଶିକ୍ଷକ ହେଲେ ନିଶା ଗଞ୍ଜେଇ ବେପାର।
ରାତାରାତି କୋଟିପତି ହେବା ଆଶାରେ ସାର୍ ଚଳାଇଥିଲେ ଗଞ୍ଜେଇ କାରବାର। ଗୁପ୍ତଚର ବେଶରେ ମାସେ ଧରି ଦୁର୍ବାସାର ପିଛା କରୁଥିଲା STF। ଶେଷରେ ପଞ୍ଝାରେ ପଡିଛି ଏହି ନିଶା ମାଫିଆ। ଧରାଇଦେଇଛି ଅଧା ଚିରା ୧୦ ଟଙ୍କିଆ ନୋଟ୍। ପୋଲିସ ଓ ଅବକାରୀ ବିଭାଗର ଆଖିରେ ଧୂଳି ଦେଇ ବେଧଡ଼କ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ। ଦୁର୍ବାସା ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି STF।