Welcome!

Unlock your personalized experience.
Sign Up

State archive: ଆଧୁନିକ ହେଉଛି ରାଜ୍ୟ ଅଭିଲେଖାଗାର: ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ୱେବସାଇଟ୍‌ ୭୦% କାମ ସରିଲାଣି

Aug 25, 2026 - 07:39
State archive: ଆଧୁନିକ ହେଉଛି ରାଜ୍ୟ ଅଭିଲେଖାଗାର: ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ୱେବସାଇଟ୍‌ ୭୦% କାମ ସରିଲାଣି

ଭୁବନେଶ୍ୱର: ହାତ ପାହାନ୍ତାରେ ରହିବ ରାଜ୍ୟ ଅଭିଲେଖାଗାର। ଆଙ୍ଗୁଳି ଟିପରେ ବିରଳ ରେକର୍ଡ, ବହି, ନଥିପତ୍ର, ଖବରକାଗଜ, ପତ୍ରିକା ଆଦି ମିଳିପାରିବ। ଏଥିପାଇଁ ଅଭିଲେଖାଗାର ପକ୍ଷରୁ ସ୍ୱତନ୍ତ୍ର ୱେବ୍‌ସାଇଟ୍‌କୁ ବିକଶିତ କରାଯାଉଛି। ଏହି ୱେବସାଇଟ୍‌ର ପାଖାପାଖି ୭୦ ପ୍ରତିଶତ କାମ ସରିଥିବା ବେଳେ ଖୁବ୍‌ଶୀଘ୍ର ଏହା ଉନ୍ମୋଚିତ ହେବ। ୱେବ୍‌ସାଇଟ୍‌କୁ ତିନିଟି ବର୍ଗ ଯଥା ସାଧାରଣ ବର୍ଗ, ଗବେଷକ, ବିଦେଶୀ ଗବେଷକମାନେ ପଞ୍ଜୀକରଣ କରି ବ୍ୟବହାର କରିପାରିବେ ବୋଲି ଅଭିଲେଖାଗାର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଅଭିଲେଖାଗାରରେ ୧୮୦୩ ମସିହା ଓ ଏହା ପରର ବହୁ ଉପାଦେୟ, ବିରଳ, ଗୁରୁତ୍ବପୂର୍ଣ୍ଣ ରେକର୍ଡ ମହଜୁଦ ଅଛି। ସମ୍ବାଦପତ୍ର, ପତ୍ରିକାକୁ ବାଦ୍‌ ଦେଲେ କେବଳ ୧୯୭୦ ମସିହା ପର୍ଯ୍ୟନ୍ତ ବହୁ ଦପ୍ତରର ରେକର୍ଡ ଅଭିଲେଖାଗାରରେ ସାଇତା ହୋଇରହିଛି। ଏଠାରେ ପାଖାପାଖି ୬ ଲକ୍ଷ ନଥିପତ୍ର ରହିଛି। 

Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ

ଏହାକୁ ଯଦି ପ୍ରତି ପୃଷ୍ଠା ତଥା ଇମେଜ୍‌ ଅନୁସାରେ ବିଚାର କରାଯାଏ ତେବେ ଏହା ପାଖାପାଖି ୧୦ କୋଟି ହେବ। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଦେଢ଼କୋଟି ପୃଷ୍ଠାର ଛବି ଡିଜିଟାଇଜ୍‌ ହୋଇ ଅପ୍‌ଲୋଡ୍‌ କରାଯାଇଛି। ଆହୁରି ଅଧିକ ଡିଜିଟାଇଜେସନ୍‌ ଚାଲୁରହିଛି। ଦସ୍ତାବିଜ୍‌ଗୁଡ଼ିକୁ ୩ଟି ପର୍ଯ୍ୟାୟରେ ସ୍କାନିଂ କରି ସଂରକ୍ଷିତ ରଖାଯାଉଛି। ଯଦି ବି କେବେ ଗୋଟିଏ  ଦସ୍ତାବିଜ ନଷ୍ଟ ହୋଇଯାଏ, ତେବେ ସେଗୁଡ଼ିକୁ ଅନ୍ୟତ୍ର ସଂରକ୍ଷିତ ଦସ୍ତାବିଜକୁ ପୁଣି  ଉପଲବ୍ଧ କରାଯାଇପାରିବ।  ହେଲେ ନଥି ରଖିବା ପାଇଁ ସ୍ଥାନ ନିଅଣ୍ଟ ପଡ଼ୁଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ବର୍ଷ ବର୍ଷ ହେଲାଣି ଆନେକ୍ସ ବିଲଡିଂ ପାଇଁ ଯୋଜନା ହୋେଇଥିଲେ ମଧ୍ୟ ଏଯାବତ୍‌ କାର୍ଯ୍ୟକାରୀ ହୋଇନାହିଁ। ତେବେ ଏନେଇ କର୍ତ୍ତୃପକ୍ଷଙ୍କ କହିବା କଥା ଯେ ବିଲଡିଂ ପାଇଁ ସ୍ଥାନ ଚିହ୍ନଟ ହେବା ସହିତ ମାଟି ପରୀକ୍ଷା ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। 

Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା

ସେହିପରି ଅଭିଲେଖାଗାରରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ, କବି ରମାକାନ୍ତ ରଥ, ସ୍ବାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ, ବୈଦେହୀ ଦେବୀ, ବିଜୟ ମୋହନ ମିଶ୍ରଙ୍କ ସହ ସାକ୍ଷାତକାରର ଦୃଶ୍ୟଶ୍ରାବ୍ୟ ସିଡି ପ୍ରସ୍ତୁତ କରି ସଂରକ୍ଷିତ ରଖାଯାଇଛି। ପୂର୍ବରୁ କେବଳ ୨୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଅଡିଓ ମହଜୁଦ ରହିଛି। ତେବେ ଏଥିପାଇଁ ଉନ୍ନତ ଷ୍ଟୁଡିଓ ନଥିବାରୁ ଏହି ଅଡିଓ ଭିଜୁଆଲ ଷ୍ଟୁଡିଓକୁ ସମୟ ଉପଯୋଗୀ କରିବା ପାଇଁ କାମ ଚାଲିଛି। ଏହାର କଳେବର କିପରି ବୃଦ୍ଧି ପାଇବ, ସେନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିରେ ଅତ୍ୟାଧୁନିକ ଷ୍ଟୁଡିଓ ଉପକରଣ ରହିବା ପାଇଁ ଯୋଜନା ଚାଲିଛି ବୋଲି ଅଧ୍ୟୀକ୍ଷକ ସେଖ୍‌ ସୋଲେମାନ ଅଲ୍ଲୀ ସୂଚନା ଦେଇଛନ୍ତି। ଆଗକୁ ପଦ୍ମ ପୁରସ୍କାର ସମେତ ଅନ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ଏଥିରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)