Welcome!

Unlock your personalized experience.
Sign Up

Stampede at a Puja Mandap: କୋଲକାତା ପୂଜା ମଣ୍ଡପରେ ଦଳାଚକଟା: ୧୯ ମୃତ, ୪୦ ଗୁରୁତର

Oct 18, 2026 - 03:53
Stampede at a Puja Mandap: କୋଲକାତା ପୂଜା ମଣ୍ଡପରେ ଦଳାଚକଟା: ୧୯ ମୃତ, ୪୦ ଗୁରୁତର

କୋଲକାତା: କୋଲକାତାରେ ଦୁର୍ଗାପୂଜା ମହୋତ୍ସବରେ ହୃଦୟବିଦାରକ ଅଘଟଣ ଘଟିଛି। ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ  ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା, ୫ ଜଣ ପୁରୁଷ ଓ ଜଣେ ଶିଶୁ ଥିବା ଜଣାପଡ଼ିଛି। ମହାସପ୍ତମୀ ସନ୍ଧ୍ୟାରେ ପ୍ରବଳ ବର୍ଷା ସତ୍ତ୍ୱେ ଦେବୀ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଜମା ହୋଇଥିବା ବେଳେ  ସନ୍ଧ୍ୟା ୭ଟା ୪୦ରେ ପେଣ୍ଡାଲର କିଛି ଅଂଶ ଭାଙ୍ଗିପଡ଼ିବା ଯୋଗୁଁ ଏହି ଅଘଟଣ ଘଟିଛି। ପୁଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୂଜା ମଣ୍ଡପକୁ ଦର୍ଶନାର୍ଥୀଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଆହତଙ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ  କୋଲକାତା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ପ୍ରବଳ ଜନଗହଳି ଓ ବର୍ଷା ଯୋଗୁଁ ଭାଙ୍ଗିଲା ପେଣ୍ଡାଲ

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମଣ୍ଡପ ଭିତରେ ପ୍ରବଳ ଜନଗହଳି ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା ଏବଂ ଶ୍ବାସରୁଦ୍ଧ ହୋଇ ବହୁ ସଂଖ୍ୟାରେ ଲୋକ  ଚେତାଶୂନ୍ୟ ହୋଇପଡ଼ିଥିଲେ। ପରିସ୍ଥିତି ଅତି ଜଟିଳ ହେବାରୁ ଆହତ ଓ ଅଚେତ ବ୍ୟକ୍ତିମାନଙ୍କୁ ପୁଲିସ ତଥା ସ୍ଥାନୀୟ ଲୋକମାନେ ମୋଟରସାଇକଲରେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।  ମଣ୍ଡପର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରଗୁଡ଼ିକ ଅତ୍ୟନ୍ତ ସଂକୀର୍ଣ୍ଣ ଥିଲା ଏବଂ ସେଠାରେ ଆଲୋକର ସୁବିଧା ମଧ୍ୟ ଠିକ୍ ନଥିଲା।  ଏହି ଘଟଣା ପରେ ଚୋରବାଗାନ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ଜୟନ୍ତ ବାନାର୍ଜୀ  ଏବଂ  ଅନ୍ୟ  କର୍ମକର୍ତ୍ତାମାନେ ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। ପୁଲିସ ଏହି ଘଟଣାରେ କେତେକ ଆୟୋଜକ ଏବଂ ଘରୋଇ ସୁରକ୍ଷା କର୍ମୀଙ୍କୁ ଅଟକ ରଖିଛି।

Weekly Horoscope 2026 October 18 to 24: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଦଳାଚକଟା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ କୋଲକାତା ମେଡିକାଲ କଲେଜ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ସମସ୍ତଙ୍କୁ ଜରୁରିକାଳୀନ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ ସ୍ଥିତି ତଦାରଖ କରିଛନ୍ତି। ଶାହ ଆସନ୍ତାକାଲି  ଆହତମାନଙ୍କୁ ହସ୍ପିଟାଲରେ ଭେଟିବେ। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚୋରବାଗାନ ପୂଜା ମଣ୍ଡପର ଏହି ଦଳାଚକଟା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟିଏମ୍‌ସି ଏହି ଘଟଣାରେ ପୁଲିସ ପ୍ରଶାସନ ଓ ବିଜେପିକୁ ଦାୟୀ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)