Sri Sannyasi Ji: ଅମୃତର ସନ୍ଧାନେ ଶ୍ରୀସନ୍ନ୍ୟାସୀ ଜୀ: ଫଳ ଖାଇଲା କିଏ, ଗଛ ଉପାଡ଼ିଲା କିଏ?

Jun 07, 2026 - 06:23
Sri Sannyasi Ji: ଅମୃତର ସନ୍ଧାନେ ଶ୍ରୀସନ୍ନ୍ୟାସୀ ଜୀ: ଫଳ ଖାଇଲା କିଏ, ଗଛ ଉପାଡ଼ିଲା କିଏ?

"ଜଗତର କର୍ତ୍ତା ହେଉଛନ୍ତି ଜଣେ।

ତାଙ୍କ ଛଡ଼ା ଦ୍ୱିତୀୟ କେହି ନାହାନ୍ତି।

କିନ୍ତୁ ମଣିଷ ସବୁବେଳେ ନିଜକୁ କର୍ତ୍ତା ବୋଲି ଭାବେ।

ଏହା ହେଉଛି ଅହଂକାର।

ଜଣେ ଯଦି ନିଜକୁ କର୍ତ୍ତା ବୋଲି ଭାବିବ, ତେବେ କର୍ମଫଳ ନିଜେ ଭୋଗିବ ଆଉ ଯଦି ଈଶ୍ୱରଙ୍କୁ କର୍ତ୍ତା ଭାବିବ, ତେବେ ସେ କର୍ମ ବନ୍ଧନରୁ ମୁକ୍ତ ବୋଲି ଜାଣ।

କର୍ତ୍ତାପଣିଆର ଭାବନାରେ ଉବୁଟୁବୁ ହେଉଥିବା ମୂଢ଼ ମଣିଷ କର୍ମର ଭଲ ଫଳ ଗ୍ରହଣ କରିବାକୁ ଆଗଭର ହୋଇଥାଏ।

ଛାତିରେ ହାତ ପିଟି କହେ- ଏ କାମଟି ମୁଁ କରିଛି, ମୁଁ ନ ଥିଲେ କ"ଣ ଏ କାମଟି ହୋଇପାରିଥାନ୍ତା...

ଇତ୍ୟାଦି, କିନ୍ତୁ ମନ୍ଦ ବା ପାପ କାର୍ଯ୍ୟର ଫଳ ଭୋଗିଲା ବେଳକୁ ପଛଘୁଞ୍ଚା ଦିଏ।

ସେତେବେଳକୁ ଈଶ୍ୱରଙ୍କ ଉପରେ ଦୋଷତକ ଲଦି ପକାଏ।

ଭଲ ଫଳ ପାଇଁ ଆମେ ବାହାଦୁରି ନେବୁ, ହେଲେ ଖରାପ ଫଳ ପାଇଁ ଈଶ୍ୱର ଦାୟୀ?Advertisment Judgement: ବିହାର ବିଜେପି ବିଧାୟକ ଦୋଷୀସାବ୍ୟସ୍ତ ଆମେ ଯେତେବେଳେ ବି ଯାହା କରୁଛେ, ସବୁବେଳେ ନିଜକୁ ଅକର୍ତ୍ତା ବୋଲି ଭାବିବା।

ଈଶ୍ୱର ଆମ ଦ୍ୱାରା ତାହା କରାଉଛନ୍ତି ବୋଲି ଭାବିବା।

ଭଲ ଫଳ ବି ତାଙ୍କର, ଖରାପ ଫଳର ଭୋକ୍ତା ବି ସିଏ ହେବେ।

ସେଥିପାଇଁ ଆମେ ଦାୟୀ ହେବାନି।

ଏପରି କଲେ ମନ ଭିତରେ ଅଭିମାନ ବା ଅହଂକାର ଆସିବ ନାହିଁ, ବରଂ ସମର୍ପଣ ଭାବ ଆସିବ।

ବୀର ବଜରଙ୍ଗବାଲୀ ହନୁମାନଙ୍କ ଠାରୁ କାର୍ଯ୍ୟ କରିବାର ଏହି କଳା ଶିଖିବା ଦରକାର।

ଲଙ୍କାରେ ମା" ସୀତାଙ୍କ ସନ୍ଧାନ କରିବା ପରେ ହନୁମାନ ଭୋକ ଲାଗିବା କଥା କହିଲେ।

ମା" ସୀତା କହିଲେ, ମଧୁବନ ବଗିଚାରେ ଅନେକ ଫଳ ଅଛି।

ଯାଅ, ଆନନ୍ଦରେ ଭୋଜନ କର।

ସୀତାଙ୍କ ଅନୁମତି ପାଇ ହନୁମାନ, ରାବଣ ଦ୍ୱାରା ପ୍ରତିଷ୍ଠିତ ବିରାଟ ମଧୁବନକୁ ଯାଇ ଫଳଗୁଡ଼ିକୁ ଖାଇଲେ ତ ଖାଇଲେ ଅନେକ ଗଛକୁ ଉପାଡ଼ି ପକାଇଲେ।

ମଧୁବନକୁ ଛାରଖାର କରିଦେଲେ।

ଅନେକଙ୍କ ମନରେ ପ୍ରଶ୍ନଉଠେ- ହନୁମାନଙ୍କୁ ଫଳ ଖାଇବାର ଆଜ୍ଞା ଥିଲା, କିନ୍ତୁ ଗଛ ଉପାଡ଼ିବାକୁ ନୁହେଁ।

ସୀତାଙ୍କ ସନ୍ଧାନ ପାଇଁ ହନୁମାନଙ୍କୁ ଲଙ୍କା ପଠାଯାଇଥିଲା, ଲଙ୍କାରେ ନିଆଁ ଲଗାଇବାକୁ ନୁହେଁ।

ବିନା ଆଜ୍ଞାରେ ହନୁମାନ ଏପରି କଲେ କାହିଁକି?

ଏହି କ୍ଷେତ୍ରରେ ହିଁ ହନୁମାନଙ୍କର "ଅକର୍ତ୍ତାପଣିଆ"ର ପ୍ରମାଣ ମିଳେ, ଯାହା ଆମେ ସମସ୍ତେ ଅନୁଭବ କରିବା ଦରକାର।

ବିନା ଆଜ୍ଞାରେ ହନୁମାନ ଯଦି ବଗିଚା ନଷ୍ଟ କରିଦେଲେ, ତେବେ ସେଥିପାଇଁ ମା" ସୀତା କେବେ ଅସନ୍ତୋଷ ପ୍ରକାଶ କରିଛନ୍ତି କି?

ଆଦୌ ନୁହେଁ।

ଲଙ୍କା ଦହନ ଯୋଗୁଁ ପ୍ରଭୁ ଶ୍ରୀରାମ ହନୁମାନଙ୍କୁ ବାଡ଼ି ଧରି କେବେ ମାରିବାକୁ ଗୋଡ଼ାଇଛନ୍ତି କି?

ଏ କଥା କେଉଁଠି ବି ଲେଖାନାହିଁ।

ଏହାର ଅର୍ଥ, ଏସବୁ କାର୍ଯ୍ୟ ବି ପ୍ରଭୁଙ୍କ ଇସାରାରେ ହୋଇଛି ବୋଲି ଧରିନେବାକୁ ହେବ।

Weekly Horoscope 2026 June 07 to June 13: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ସୀତାଙ୍କୁ ଦର୍ଶନ କରି ଲଙ୍କାରୁ ଫେରି ପ୍ରଭୁଙ୍କ ଆଗରେ ସମସ୍ତ କାର୍ଯ୍ୟ ବର୍ଣ୍ଣନା କରୁଥିବା ବେଳେ ଶ୍ରୀରାମ ପଚାରିଲେ- ହନୁମାନ!

ତୁମେ କି କି ଫଳ ଖାଇଲ?

ଫଳଗୁଡ଼ିକର ସ୍ୱାଦ କିପରି ଥିଲା?

ହନୁମାନ ଉତ୍ତର ଦେଲେ- ପ୍ରଭୁ!

ମୁଁ ତ ଫଳ ଖାଇନି, ଆପଣ ଖାଇଛନ୍ତି।

ତେଣୁ ସ୍ୱାଦ ଆପଣଙ୍କୁ ଜଣାଥିବ।

ଜାମ୍ବବାନ ସମେତ ଉପସ୍ଥିତ ଅନ୍ୟ ସମସ୍ତେ ଏ ଉତ୍ତର ଶୁଣି ହତବାକ୍‌।

ହନୁମାନଙ୍କ ମତି ବିଭ୍ରମ ଘଟିଛି କି?ହନୁମାନ ହାତଯୋଡ଼ି କହିଲେ- ପ୍ରଭୁ, ଲଙ୍କାରେ ପ୍ରବେଶ ପୂର୍ବରୁ ମୁଁ ଆପଣଙ୍କୁ ମୋ ହୃଦୟ ପ୍ରଦେଶରେ ଜାବୁଡ଼ି ଧରି "ମୁଁ ନିମିତ୍ତ ମାତ୍ର।

ସବୁକିଛି ତୁମେ ହିଁ କରାଇବ" ବୋଲି ପ୍ରାର୍ଥନା କରିଥିଲି।

ଏହି କଥାକୁ ଗୋସ୍ୱାମୀ ତୁଳସୀଦାସ "ଶ୍ରୀରାମଚରିତ ମାନସ"ରେ ଲେଖିଛନ୍ତି- "ପ୍ରବିସି ନଗର କୀଜେ ସବ କାଜା, ହୃଦୟ ରାଖୀ କୋସଲପୁର ରାଜା।

ଖାୟଇ ଫଳ ପ୍ରଭୁ ଲାଗି ଭୁଖାଏ...l ଅର୍ଥାତ୍‌, ପ୍ରଭୁ!

ତୁମେ ହିଁ ତ ଫଳ ଖାଇଛ।

ସ୍ୱାଦ ବିଷୟରେ ମୁଁ ବା କ"ଣ କହିବି?

ମୁରୁକି ହସି ଶ୍ରୀରାମ କହିଲେ- ତାହା ତ ସତ, କିନ୍ତୁ ଗଛଗୁଡ଼ିକୁ କାହିଁକି ଉପାଡ଼ି ନଷ୍ଟ କଲ?

ବଗିଚାଟିକୁ କାହିଁକି ଉଜାଡ଼ି ଦେଲ?

ହନୁମାନ ଏହାର ଏକ ସୁନ୍ଦର ଉତ୍ତର ଦେଇଥିଲେ, ଯାହାକୁ ଶୁଣି ଶ୍ରୀରାମ ତାଙ୍କୁ ଖୁସିରେ ଆଲିଙ୍ଗନ କରିପକାଇଥିଲେ।

ଆଲୋଚନା ଆସନ୍ତା ଥରକୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।