Sri Lanka: ଦ୍ବିତୀୟ ଯୁବ ଟେଷ୍ଟ୍: ଶ୍ରୀଲଙ୍କାକୁ ହରାଇଲା ଭାରତ
"କଲମ୍ବୋ: ଏଠାରେ ଚାଲିଥିବା ଘରୋଇ ଶ୍ରୀଲଙ୍କା ବିପକ୍ଷ ୧୯ ବର୍ଷରୁ କମ୍ (ଯୁବ) ଦ୍ବିତୀୟ ଟେଷ୍ଟ୍କୁ ଭାରତ ୨୧୧ ରନ୍ରେ ଜିତି ନେଇଛି।
ଫଳରେ ୨ ମ୍ୟାଚ୍ ବିଶିଷ୍ଟ ଏହି ଯୁବ ଟେଷ୍ଟ୍ ଶୃଙ୍ଖଳାକୁ ଭାରତ ମଧ୍ୟ ୧-୦ରେ ଜିତିଛି।
ପ୍ରଥମ ଟେଷ୍ଟ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା।
୪୭୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ଶ୍ରୀଲଙ୍କା ତୃତୀୟ ଦିନ ଶେଷ ସୁଦ୍ଧା ୧୫୫/୪ କରିଥିଲା।
ଫଳରେ ଗୁରୁବାର ଶେଷ ଦିନରେ ବିଜୟ ଲାଗି ଶ୍ରୀଲଙ୍କାକୁ ୩୧୭ ଏବଂ ଭାରତକୁ ୬ ୱିକେଟ୍ର ଆବଶ୍ୟକ ଥିଲା।
ହେଲେ ଭାରତୀୟ ବୋଲର ଶ୍ରୀଲଙ୍କାକୁ ୨୬୦ ରନ୍ରେ ଅଲ୍ଆଉଟ୍ କରି ବିଜୟ ବାନା ଉଡ଼ାଇଥିଲା।
ଭାରତ ପକ୍ଷରୁ ରୋହିତ ଯାଦବ ୪ ଏବଂ ଚିଗୁରୁପତି ଭେଙ୍କଟ ୩ ୱିକେଟ୍ ନେଇଥିଲେ।
ପୂର୍ବରୁ ଭାରତ ପ୍ରଥମ ପାଳିରେ ୪୧୧ ରନ୍ କରିଥିଲା ବେଳେ ଶ୍ରୀଲଙ୍କାକୁ ୧୪୮ ରନ୍ରେ ଅଲ୍ଆଉଟ୍ କରିଥିଲା।
ଦ୍ବିତୀୟ ପାଳିରେ ଭାରତ ୨୦୮/୩ (ଘୋଷିତ) କରି ଶ୍ରୀଲଙ୍କାକୁ ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।