Sreemayee Mishra Returns With Pashapali: ଶ୍ରୀମୟୀ ଫିଲ୍ମ...କାହାଣୀରେ ‘ବିଜେଡି’ ଗୁମର? ବଡ଼ ପରଦାକୁ ଆସିବେ ଶ୍ରୀମୟୀ

Jun 29, 2026 - 21:12
Sreemayee Mishra Returns With Pashapali:  ଶ୍ରୀମୟୀ ଫିଲ୍ମ...କାହାଣୀରେ ‘ବିଜେଡି’ ଗୁମର? ବଡ଼ ପରଦାକୁ ଆସିବେ ଶ୍ରୀମୟୀ

ଓଡ଼ିଶା ରାଜନୀତି ବଡ଼ ଗୁମର କଥା ଓ କାହାଣୀ ସହ ବଡ଼ ପରଦାକୁ ଆସୁଛନ୍ତି ଶ୍ରୀମୟୀ ମିଶ୍ର। ଅଭିନେତ୍ରୀରୁ ରାଜନେତ୍ରୀ ଆଉ ରାଜନୀତିରୁ ପୁଣି ଅଭିନୟ ଜଗତକୁ ଆସିବାକୁ ଯାଉଛନ୍ତି ଶ୍ରୀମୟୀ। ତାଙ୍କ ଅଭିନୀତ ଓଡ଼ିଆ ସିନେମା ‘ପଶାପାଲି’ର ଆଜି କଟକ ସାଲେପୁର ଜଗନ୍ନାଥ ମନ୍ଦିରରେ ମୁହରତ ହୋଇଛି। ପଶାପାଲି ସିନେମାରେ ଓଡ଼ିଶା ରାଜନୀତିର ଅନେକ ଅକୁହା କାହାଣୀ ଥିବା ଚର୍ଚ୍ଚା ହେଉଛି। 

ଏନେଇ ଶ୍ରୀମୟୀ ସିଧାସଳଖ କିଛି କହିନଥିଲେ ବି ସିନେମାର ଟାଇଟାଲ ହିଁ ଏମିତି କିଛି କଥା ବର୍ଣ୍ଣନା କରୁଛି। ଗତ କିଛି ଦିନ ଧରି ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରି ଆସୁଛନ୍ତି ବିଜେଡିର ଏ ପୂର୍ବତନ ନେତ୍ରୀ। ଶ୍ରୀମୟୀ ଏବେ କେଉଁ ଦଳରେ ନଥିଲେ ବି ବିଜେଡି ବିରୋଧୀ ଭାବେ ଗଣମାଧ୍ୟମକୁ ଆସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜୁଛନ୍ତି। 

ପୂର୍ବରୁ ସୋସିଆଲ ମିଡିଆରେ ବିଜେଡିର ଭିତିର କଥା ସାମ୍ନାକୁ ଆଣୁଥିବା ଶ୍ରୀମୟୀ ଏବେ ସିନେମା ଜରିଆରେ ଅନେକ କିଛି ରୋଚକ କଥା ବିଶେଷକରି ଶଙ୍ଖ ଶିବିରର ଭିତିରିଆ କଥା ଆଣିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

  • ଶ୍ରୀମୟୀ ଫିଲ୍ମ...କାହାଣୀରେ ‘ବିଜେଡି’ ଗୁମର?
  • ବଡ଼ ପରଦାକୁ ଆସିବେ ଶ୍ରୀମୟୀ
  • ସିନେମା କରିବେ ଶ୍ରୀମୟୀ ମିଶ୍ର
  • ଓଡ଼ିଆ ସିନେମା ‘ପଶାପାଲି’ ମହୁରତ
  • ଓଡ଼ିଶା ରାଜନୀତିର ଅନେକ ଅକୁହା କାହାଣୀ
  • ଶଙ୍ଖ ଭବନର ଭିତିରିଆ କଥା ଥାଇପାରେ