Sports: ମୁଷ୍ଟିଯୁଦ୍ଧରେ ଆଧିପତ୍ୟ: ସ୍ବର୍ଣ୍ଣ ଆଶା ଦେଲେ ୫ ମୁଷ୍ଟିଯୋଦ୍ଧା
"ଗ୍ଲାସ୍ଗୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧାଙ୍କ ଆଧିପତ୍ୟଭରା ପ୍ରଦର୍ଶନ ଜାରି ରହିଛି।
ଭାରତର ୫ ମୁଷ୍ଟିଯୋଦ୍ଧା ଫାଇନାଲ୍ରେ ପ୍ରବେଶ କରିବା ସହ ଅତିକମରେ ରୌପ୍ୟ ନିଶ୍ଚିତ କରିଛନ୍ତି ଓ ସ୍ବର୍ଣ୍ଣ ଆଶା ସୃଷ୍ଟି କରିଛନ୍ତି।
ଏହି ୫ ମୁଷ୍ଟିଯୋଦ୍ଧା ହେଲେ ଯଦୁମଣି ସିଂହ, ଅରୁନ୍ଧତୀ ଚୌଧୁରୀ, ଜସମିନ୍ ଲାମ୍ବୋରିଆ, ପ୍ରୀତି ପାୱାର ଓ ଅଙ୍କୁଶ ପଂଘଲ।
ଆଜି ବିଳମ୍ବିତ ରାତ୍ରିରେ ସାକ୍ଷୀ ଚୌଧୁରୀ, ପ୍ରିୟା ଘନଘାସ୍, ଲଭଲିନା ବର୍ଗୋହାଇଁ, ସଚିନ ସିୱାଚ୍ ଓ ନରେନ୍ଦର ବରୱାଲଙ୍କ ସେମିଫାଇନାଲ୍ ମୁକାବିଲା ଥିବାବେଳେ ସେମାନେ ମଧ୍ୟ ଏହି ଉଲ୍ଲେଖନୀୟ ପ୍ରଦର୍ଶନକୁ ଜାରି ରଖିବା ଆଶା କରାଯାଉଛି।Advertisment Flood In Bhadrak: ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା; ଯୋଗାଯୋଗ ବିଚ୍ଛିନ୍ନ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ପୁରୁଷ ୫୫ କେଜି ସେମିଫାଇନାଲ୍ରେ ଯଦୁମଣି ସିଂହ ନିଜର ଆକ୍ରାମକ ଖେଳ ଜାରି ରଖିବା ସହ ନାମିବ୍ୟାର ଫିଲିପ୍ ହାଓସେବଙ୍କୁ ୫-୦ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲେ।
ଫାଇନାଲ୍ରେ ତାଙ୍କର ମୁକାବିଲା ଅଷ୍ଟ୍ରେଲିଆର ଜାଏ ଡିକ୍ସନଙ୍କ ସହ ହେବ।
ଏହା ପୂର୍ବରୁ ମହିଳା ୭୦ କେଜି ସେମିଫାଇନାଲ୍ରେ ଭାରତର ଅରୁନ୍ଧତୀ ଚୌଧୁରୀ ବର୍ତ୍ତମାନର ରାଜ୍ୟଗୋଷ୍ଠୀ ଚାମ୍ପିଅନ ୱେଲ୍ସର ରୋଜି ଏକ୍ସେଲ୍ସଙ୍କୁ ପରାସ୍ତ କରି ଏକ ବଡ଼ ଓଲଟପାଲଟ କରିଥିଲେ।
ସେହିପରି ମହିଳା ୫୭ କେଜି ସେମିଫାଇନାଲ୍ରେ ଜସମିନ୍ ଲାମ୍ବୋରିଆ ଲେସୋଥୋର ରାପିଲାଙ୍ଗ ମାସେଲିଲାଙ୍କ ପରାସ୍ତ କରି ଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିଥିଲେ।
ଏହା ପୂର୍ବରୁ ମହିଳା ୫୪ କେଜି ସେମିଫାଇନାଲ୍ରେ ପ୍ରୀତି ପାୱାର ଜାମ୍ବିଆର କ୍ୟାଥେରିନ୍ ମ୍ବାପେଙ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିବାବେଳେ ପୁରୁଷ ୮୦ କେଜି ସେମିଫାଇନାଲ୍ରେ ଆଙ୍କୁଶ କାନାଡାର ଜୋସୁଆ ଓଫୋରିଙ୍କ ସର୍ବସମ୍ମତ ନିଷ୍ପତ୍ତିରେ ପରାସ୍ତ କରି ଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିଥିଲେ।
Britain: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ପ୍ରଥମ ଟେଲିଫୋନ୍ କଥାବାର୍ତ୍ତା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।