Sperm banks: ସ୍ପର୍ମ ବ୍ୟାଙ୍କ୍‌ ଓ ଫର୍ଟିଲିଟି କ୍ଲିନିକ୍‌ ପାଇଁ ନୂଆ ନିୟମ

Jul 15, 2026 - 06:20
Sperm banks: ସ୍ପର୍ମ ବ୍ୟାଙ୍କ୍‌ ଓ ଫର୍ଟିଲିଟି କ୍ଲିନିକ୍‌ ପାଇଁ ନୂଆ ନିୟମ

"ଆଜିକାଲି ପିତାମାତା ହେବାର ସ୍ବପ୍ନ ପୂରଣ କରିବାକୁ ଅନେକ ଲୋକ ଆଇଭିଏଫ୍‌ ଅର୍ଥାତ୍‌ ଇନ୍‌ ବିଟ୍ରୋ ଫର୍ଟିଲାଇଜେସନ୍‌ ବୈଷୟିକ ଜ୍ଞାନ କୌଶଳର ସାହାରା ନେଉଛନ୍ତି।

ଏଥିପାଇଁ ଆଇଭିଏଫ୍‌ ଓ ଫର୍ଟିଲିଟି ସେଣ୍ଟର୍‌ଗୁଡ଼ିକ ଖୋଲିବାରେ ଲାଗିଛି।

ଏଭଳି ସ୍ଥିତିରେ ରୋଗୀଙ୍କ ସୁରକ୍ଷା ଓ ଚିକିତ୍ସାର ଗୁଣବତ୍ତାକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏ ସମ୍ପର୍କରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି।

ଏବେ କେବଳ ସେହି ଫର୍ଟିଲିଟି କ୍ଲିନିକ୍‌ ଓ ସ୍ପର୍ମ ବ୍ୟାଙ୍କ୍‌ଗୁଡ଼ିକୁ ଆଇଭିଏଫ୍‌ ସହ ଜଡ଼ିତ ଆବଶ୍ୟକୀୟ ଲ୍ୟ‌ାବ୍‌ ସାମଗ୍ରୀ ମିଳିବ, ଯେଉଁଗୁଡ଼ିକ ସରକାରୀ ନିୟମ ଅନୁଯାୟୀ ପଞ୍ଜିକୃତ ହୋଇଛନ୍ତି।

ଏହି ନୂଆ ନିୟମ ଅନୁଯାୟୀ, ଯେଉଁ ସଂସ୍ଥାଗୁଡ଼ିକ ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍‌ ଟେକ୍ନୋଲୋଜି ଆକ୍ଟ୍‌-୨୦୨୧ ଓ ସରୋଗେସି ଆକ୍ଟ-୨୦୨୧ ଅଧୀନରେ ସରକାରଙ୍କ ଦ୍ବାରା ପଞ୍ଜିକୃତ ହୋଇନାହାନ୍ତି, ସେମାନେ ଆଉ ଆଇଭିଏଫ୍‌ ଲ୍ୟାବ୍‌ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ନାହିଁ।

ବଜାରରେ ଅଣପଞ୍ଜିକୃତ କ୍ଲିନିକ୍‌ଗୁଡ଼ିକୁ ସମ୍ବେଦନଶୀଳ ଆଇଭିଏଫ୍‌ ସାମଗ୍ରୀ ଯୋଗାଇ ଦିଆଯାଉଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି।

Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ କେଉଁ ସାମଗ୍ରୀ ଉପରେ ରୋକ୍‌ ଲାଗିବ?ଆଇଭିଏଫ୍‌ ମିଡିଆ- ଏହା ଏକ ବିଶେଷ କେମିକାଲ୍ ବା ତରଳ ଦ୍ରବଣ।

ଯେତେବେଳେ ଲ୍ୟାବ୍‌ରେ ପିତାମାତାଙ୍କ ଅଣ୍ଡାଣୁ ଓ ଶୁକ୍ରାଣୁକୁ ମିଶାଇ ଭ୍ରୂଣ ପ୍ରସ୍ତୁତ କରାଯାଏ, ସେତେବେଳେ ତାକୁ ଏହି ଦ୍ରବଣରେ ହିଁ ସୁରକ୍ଷିତ ରଖି ତାକୁ ବିକଶିତ କରାଯାଏ।କ୍ରାୟୋପ୍ରିଜର୍‌ଭେସନ୍‌ ମିଡିଆ- ଭ୍ରୂଣ କିମ୍ବା ସ୍ପର୍ମକୁ ଫ୍ରିଜ୍‌ କରି ଗଚ୍ଛିତ ରଖିବା ପାଇଁ ଏହାର ବ୍ୟବହାର ହୋଇଥାଏ।ରିଏଜେଣ୍ଟ୍‌ସ୍‌- ଲ୍ୟାବ୍‌ରେ କରାଯାଉଥିବା ବିଭିନ୍ନ ପରୀକ୍ଷା ଓ ପ୍ରକ୍ରିୟାରେ ବ୍ୟବହୃତ ରସାୟନ ହେଉଛି ରିଏଜେଣ୍ଟ୍‌ସ୍‌।ଏହା ସହିତ ଆଇଭିଏଫ୍‌ ସମୟରେ ବ୍ୟବହାର ହେଉଥିବା ଅନ୍ୟ ସମସ୍ତ ଆବଶ୍ୟକୀୟ ଉପକରଣ ଓ ସାମଗ୍ରୀ ଉପରେ ମଧ୍ୟ ରୋକ୍‌ ଲଗାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।