Spain's Golden Era in Football: ବିଶ୍ୱ ରେକର୍ଡ କଲା ସ୍ପେନ୍, ଏକାବେଳେ ଜିତିଲା ୨ଟି ଫିଫା ବିଶ୍ୱକପ୍

Jul 20, 2026 - 10:16
Spain's Golden Era in Football: ବିଶ୍ୱ ରେକର୍ଡ କଲା ସ୍ପେନ୍, ଏକାବେଳେ ଜିତିଲା ୨ଟି ଫିଫା ବିଶ୍ୱକପ୍

ସ୍ପେନ ବିଶ୍ୱକପ୍ ଫୁଟବଲର ନୂଆ ଚାମ୍ପିଅନ୍। ଆର୍ଜେଣ୍ଟିନାକୁ ୧-୦ ଗୋଲରେ ହରାଇ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହୋଇଛି ସ୍ପେନ। ସ୍ପେନ୍ ବିଶ୍ୱର ପ୍ରଥମ ଦେଶ ଯିଏ ଏକାବେଳେ ଫିଫା ମହିଳା ବିଶ୍ୱକପ ଓ ଫିଫା ବିଶ୍ୱକପ ଜିତିଛି। ୨୦୨୩ରେ ଇଂଲଣ୍ଡକୁ ହରାଇ ବିଶ୍ୱ ଚାମ୍ପିଅନ ବନିଥିଲା ମହିଳା ଦଳ। ଏବେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ଜିତିଛି। ଏହା ପୂର୍ବରୁ ଦଳ ୨୦୧୦ ମସିହାରେ ପ୍ରଥମ ଥର ଚାମ୍ପିଅନ୍ ହୋଇଥିଲା ସ୍ପେନ୍। 

ଅନ୍ୟପଟେ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଜିତିବାର ସୁଯୋଗ ହାତଛଡ଼ା କରିଛି ଆର୍ଜେଣ୍ଟିନା। ଏହା ସହ ଆର୍ଜେଣ୍ଟିନା ଇଟାଲୀ ଓ ବ୍ରାଜିଲ ଭଳି ବ୍ୟାକ୍ ଟୁ ବ୍ୟାକ୍ ଦୁଇଥର ବିଶ୍ୱକପ୍ ଜିତିବାର ରେକର୍ଡ ବି କରିପାରିଲା ନାହିଁ। ବିଶ୍ୱକପ ଫାଇନାଲ ପୂର୍ବରୁ ସ୍ପେନ ଓ ଆର୍ଜେଣ୍ଟିନା ମଧ୍ୟରେ ମୋଟ ୧୪ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଥିଲା। ସେଥିରୁ ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ୨ଟି ମ୍ୟାଚ୍ ଡ୍ର ହୋଇଥିଲା। 

ଫିଫା ବିଶ୍ୱକପ୍ ଇତିହାସରେ ଏହା ପୂର୍ବରୁ ଉଭୟ ଦଳ କେବଳ ଥରେ ମୁହାଁମୁହିଁ ହୋଇଥିଲେ। ୧୯୬୬ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ଆର୍ଜେଣ୍ଟିନା ୨-୧ ଗୋଲରେ ସ୍ପେନକୁ ହରାଇଥିଲା। ପ୍ରାୟ ୬୦ ବର୍ଷ ପରେ ପୁଣିଥରେ ବିଶ୍ୱକପରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।