SpaceX: ୪୪୦୦ ସ୍ପେସ୍‌ଏକ୍ସ କର୍ମଚାରୀ ହେବେ ମିଲିଓନେୟାର

Jun 11, 2026 - 20:33
SpaceX: ୪୪୦୦ ସ୍ପେସ୍‌ଏକ୍ସ କର୍ମଚାରୀ ହେବେ ମିଲିଓନେୟାର

"ୱାସିଂଟନ: ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କ ଏକ ବଡ଼ ଲକ୍ଷ୍ୟ ଦିଗରେ କାମ କରୁଛନ୍ତି।

ସେ ମହାକାଶ ଅନୁସନ୍ଧାନ ସଂସ୍ଥା ସ୍ପେସ୍‌ଏକ୍ସର ଇନିସିଆଲ ପବ୍ଲିକ୍‌ ଅଫରିଂ (ଆଇପିଓ) ଆସିବ।

ଏହାର ପ୍ରଭାବରେ କମ୍ପାନିର ୪,୪୦୦ରୁ ଅଧିକ କମ୍ପାନି ମିଲିଓୟନେୟାର ହେବାକୁ ଯାଉଛି।

କମ୍ପାନିର ସେୟାର ପିଛା ଦର ୧୩୫ ଡଲାର ରହିଛି।

ଯଦି ସେହି ଦରରେ କମ୍ପାନି ସେୟାର ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ହେବ ତେବେ ଅଳ୍ପ ସେୟାର ପାଖରେ ରଖିଥିବା କର୍ମଚାରୀମାନେ ମଧ୍ୟ ମିଲିଓନେୟାର ହୋଇଯିବେ।

Advertisment ୪୦୦ରୁ ଅଧିକ କର୍ମଚାରୀଙ୍କ ସମ୍ପତ୍ତି ୧୦୦ ନିୟୁତ ଡଲାରରୁ ଅଧିକ ହୋଇଯିବ।ସାଧାରଣତଃ ଏକ ଆଇପିଓ ଆସିଲେ କମ୍ପାନିର ପ୍ରତିଷ୍ଠାତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପକୃତ ହୋଇଥାନ୍ତି।

କାରଣ ଖୁଚୁରା ନିବେଶକମାନଙ୍କ ପାଇଁ ସାଧାରଣତଃ ୫-୧୦ ପ୍ରତିଶତ ସେୟାର ସଂରକ୍ଷିତ ରହିଥାଏ।

କିନ୍ତୁ ସ୍ପେସ୍‌ଏକ୍ସର ୩୦ ପ୍ରତିଶତ ପର୍ଯ୍ୟନ୍ତ ସେୟାର ଖୁଚୁରା ନିବେଶକମାନଙ୍କ ପାଇଁ ରହିବ।

ସ୍ପେସ୍‌ଏକ୍ସ ଆରମ୍ଭ ହେବା ବେଳକୁ ଏକ ଅତି ଛୋଟ କମ୍ପାନି ଥିଲା।

ସେହି ସମୟରେ କର୍ମଚାରୀମାନଙ୍କୁ ନଗଦ ରାଶିରେ ନୁହେଁ, ସାଧାରଣତଃ ଇକ୍ବିଟି ଜରିଆରେ ଦରମା ଦିଆଯାଉଥିଲା।

ଅଧିକାଂଶ କର୍ମଚାରୀ ସେହି ସେୟାର ବିକ୍ରି କରିନାହାନ୍ତି।

ଆହୁରି ପଢ଼ନ୍ତୁ: Elon Musk: "ଏଆଇ" ମଣିଷ ଜାତିର ବିନାଶ କରିଦେବ, କୋର୍ଟରେ ଚେତାବନୀ ଦେଲେ ଏଲନ ମସ୍କ ସ୍ପେସ୍‌ଏକ୍ସ ସେୟାର ଯଦି ଆଇପିଓ ଦର ୧୩୫ ଡଲାର ଅନୁସାରେ ତାଲିକାଭୁକ୍ତ ହେବ ତେବେ ସେହି ସବୁ କର୍ମଚାରୀ ଲାଭବାନ ହେବେ।

ସ୍ପେସ୍‌ଏକ୍ସର ୪୨ ପ୍ରତିଶତ ସେୟାର ମସ୍କଙ୍କ ପାଖରେ ରହିଛି।

ଏହି ଆଇପିଓ ସଫଳ ହେଲେ ମସ୍କ ବିଶ୍ବର ପ୍ରଥମ ଟ୍ରିଲିଓନେୟାର ହେବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।